ଲୋକୋ ପାଇଲଟଙ୍କୁ ଲୁଟ ଘଟଣାରେ ୩ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା: ଲୋକୋ ପାଇଲଟଙ୍କ ଠାରୁ ଲୁଟ୍ ଘଟଣାରେ ୩ ଅଭିଯୁକ୍ତ ଅଟକ। ଲୋକୋ ପାଇଲଟ ନିହାର ସରକାରଙ୍କୁ କାରରେ ଅପହରଣ କରି ଅଭିନବ ଉପାୟରେ ଟଙ୍କା, ସୁନା ଚେନ ଓ ଘଣ୍ଟା ଲୁଟି ନେଇଥିଲେ। ଏହି ଘଟଣାର ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ।

ଗତ ୨୨ ତାରିଖ ରାତିରେ ଲୋକୋ ପାଇଲଟଙ୍କୁ କାରରେ ଅପହରଣ କରି ତିନି ଜଣ ଦୁର୍ବୃତ୍ତ ୟୁପିଆଇ ପିନ ଓ ଏଟିଏମ କାର୍ଡ ଜରିଆରେ ୧ ଲକ୍ଷ ୨୪ ହଜାର ଟଙ୍କା ନେବା ସହିତ ସୁନା ଚେନ ଓ ହାତ ଘଣ୍ଟା ଲୁଟି ନେଇଥିଲେ। ଏନେଇ ଛେଣ୍ଡ ଥାନାରେ ଅଭିଯୋଗ କରିଥିଲେ ଲୋକୋ ପାଇଲଟ ନିହାର ସରକାର ।