ଧୋନୀଙ୍କୁ ଚୁଟି ନ କାଟିବାକୁ ପରାମର୍ଶ ଦେଇଥିଲେ ମୁଶାରଫ୍

1 min read

ନନ୍ଦିଘୋଷ ବ୍ୟୁରୋ:  ଧୋନୀଙ୍କୁ ଚୁଟି ନ କାଟିବାକୁ ପରାମର୍ଶ ଦେଇଥିଲେ ମୁଶାରଫ  । ଜେନେରାଲ ପରଭେଜ ମୁଶାରଫ ଜଣେ କ୍ରିକେଟ ପ୍ରେମୀ  । ପାକିସ୍ତାନର ଦରାଷ୍ଟ୍ରପତି ଥିଲେ, ଭାରତର ପରମ ଶତ୍ରୁ ଥିଲେ  । କିନ୍ତୁ ଧୋନୀଙ୍କ ବଡ଼ ପ୍ରଶଂସକ ବି ଥିଲେ  । ଭାରତ-ପାକିସ୍ତାନ ମ୍ୟାଚ ହେଲେ, ସେ ଦଖିବା ଥୟ  । ଯେଉଁଠି ବି ଥାଆନ୍ତି, ମ୍ୟାଚ ଦେଖିବାକୁ ଧାଇଁ ଆସନ୍ତି  । ୨୦୦୬ ରେ ଚାଲିଥାଏ ଭାରତ ପାକିସ୍ତାନ ମ୍ୟାଚ  । ଧୋନୀଙ୍କ ହେଲିକପ୍ଟର ସଟ ଦେଖିଥିଲା ପାକିସ୍ତାନ  । ବ୍ୟାଟରୁ ବର୍ଷିଥିଲା ରନ୍ ବର୍ଷା  । ଭାରତର ବିଫୁଳ ରନ୍ ଆଗରେ ପରାଜୟ ସ୍ୱୀକାର କରିଥିଲା ପାକିସ୍ତାନ  ।

ସେହି ମ୍ୟାଚକୁ ଦେଖୁଥାନ୍ତି ତତ୍କାଳୀନ ରାଷ୍ଟ୍ରପତି ପରଭେଜ ମୁଶାରଫ  । ନିଜ ଦେଶ ହାରିବା ସ୍ୱତେ ମାହିଙ୍କ ବ୍ୟାଟିଂରେ ଫିଦା ହୋଇଥିଲେ ମୁଶାରଫ  । ମୁଶରଫ ଏକ ସଂକ୍ଷୀପ୍ତ ଭାଷଣ ଦେଇ ଏମଏସ ଧୋନୀଙ୍କୁ ଖୁବ ପ୍ରଶଂସା କରିଥିଲେ  । ଆଉ ସେହି ଭାଷଣେ ହିଁ ଧୋନୀଙ୍କୁ ଚୁଟି ନକାଟିବା ପାଇଁ ଦେଇଥିଲେ ପରାମର୍ଶ  । କହିଥିଲେ ଲମ୍ବା ଓ ସୁନେଲି ଚୁଟି ରଖ  । ଆଉ ପ୍ରଂଶସା କରି କହିଥିଲେ, ଧୋନୀ ତୁମେ ଯଦି ମୋ ମତ ଜାଣିବାକୁ ଚାହଁ, ତେବେ ତୁମେ ଲଙ୍ଗ ହେୟାରରେ ଖୁବ ସୁନ୍ଦର ଦେଖାଯାଉଛ  ।

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନରାଲ ପରଭେଜ୍ ମୁଶାରଫଙ୍କ ନିଧନ ହୋଇଯାଇଛି । ଦୁବାଇରେ ଆତ୍ମନିର୍ବାସନରେ ଥିବା ପରଭେଜ୍ ମୁଶାରଫଙ୍କର ଚିକିତ୍ସାଧିନ ଅବସ୍ଥାରେ ରବିବାର ମୃତ୍ୟୁ ହୋଇଛି । ୟୁଏଇ (ମିଳିତ ଆରବ ଏମିରଟ)ର ଏକ ଆମେରିକୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ଆମାଇଲାଇଡୋସିସ୍ ରୋଗରେ ପୀଡିତ ଥିଲେ । ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ପାକିସ୍ତାନୀ ମିଡିଆ ସୂତ୍ରରୁ ପ୍ରକାଶ ।

ଜେନରାଲ ପରଭେଜ୍ ମୁଶାରଫ ପାକ୍ ସେନା ମୁଖ୍ୟ ଥିବା ବେଳେ କାରଗିଲ ଷଡ଼ଯନ୍ତ୍ର କରିଥିଲେ । ସେଥିପାଇଁ ତାଙ୍କୁ କାର୍ଗିଲ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଏ  । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବସ ଯୋଗ ଲାହୋର ଯାତ୍ରା କରିଥିଲେ । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଥିଲା ଏହି ଯାତ୍ରାର ଲକ୍ଷ୍ୟ । କିନ୍ତୁ ସେହି ସମୟରେ ମୁଶାରଫ ନିଜ ସହକର୍ମୀଙ୍କ ସହିତ ମିଶ କାରଗିଲ ଷଡ଼ଯନ୍ତ୍ର କରିଥିଲେ । କାରଗିଲ ଯୁଦ୍ଧରେ ପାକିସ୍ତାନୀ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା । ଯୁଦ୍ଧ ପରେ ମୁଶାରଫଙ୍କୁ ବରଖାସ୍ତା କରିବାକୁ ନୱାଜ ସରିଫ ଉଦ୍ୟମ କରିଥିଲେ ।

ତେବେ ଶ୍ରୀଲଙ୍କା ଗସ୍ତରେ ଥିବା ମୁଶାରଫ ନିଜ ବିଶ୍ୱସ୍ତଙ୍କ ସହାୟତାରେ ଓଲଟା ସାମରିକ ବିଦ୍ରୋହ ଜରିଆରେ କ୍ଷମତା ଦଖଲ କରିଥିଲେ । ୨୦୦୮ ଅଗଷ୍ଟ ୧୨ ତାରିଖରେ ମୁଶାରଫ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏକଥା ବି କୁହାଯାଏ ସେଦିନ କ୍ରିକେଟରେ ପାକିସ୍ତାନ ହାରିବା ବି ପରଭେଜଙ୍କୁ କଷ୍ଟ ଦେଇଥିଲା  । କିନ୍ତୁ କେବଳ ପରାଦାରେ ଇଜ୍ଜତ ବଞ୍ଚାଇଭାକୁ ଧୋନୀଙ୍କୁ ପ୍ରଶଂସା କରିଥିଲେ  ।