କ୍ୱାରେଣ୍ଟାଇନରେ ନିଜାମୁଦ୍ଦିନରୁ ରାଜ୍ୟକୁ ଫେରିଥିବା ୨୨ ଜଣଙ୍କ ସମେତ ୭ ବିଦେଶୀ

1 min read

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣର କେନ୍ଦ୍ରବିନ୍ଦୁ ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ୍ । ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ଓ ୨୦ ରାଜ୍ୟର ସରକାର । ମାର୍ଚ୍ଚ ୧ରୁ ୧୫ ତାରିଖ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ୧୫ ଜଣ ଯୋଗ ଦେଇଥିବା ନେଇ ଜାତୀୟ ସ୍ତରରେ ଆଲୋଚନା ହେଉଥିଲା । ରାଜ୍ୟ ସରକାର ମଙ୍ଗଳବାର ପ୍ରଥମେ ୩ ଜଣଙ୍କୁ ଚିହ୍ନଟ କରିଥିଲେ । ପରେ ମୋଟ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସମସ୍ତ ସନ୍ଦିଗ୍ଧଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏଥିସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି । ଅନ୍ୟପଟେ ତବଲିଗି ଜମାତ ଲିଙ୍କରେ କଟକ ଏସସିବି କରୋନା ୱାର୍ଡରେ ଭର୍ତ୍ତି ହୋଥିବା ବ୍ୟକ୍ତିଙ୍କ ସମେତ ୧୭ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ଦିଲ୍ଲୀ ତବଲିଗି ଜମାତ୍ ପାଇଁ ଦେଶରେ ବଢ଼ୁଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ତବଲିଗି ଜମାତରୁ କରୋନା ସଂକ୍ରମଣ ସ୍ପଷ୍ଟ ହେବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଥିଲେ । ବିଭିନ୍ନ ରାଜ୍ୟରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଅନ୍ୟପଟେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ତେଲଙ୍ଗାନାର ୬ ଜଣଙ୍କ କରୋନା ମୃତ୍ୟୁ ପରେ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

Leave a Reply