ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ କର୍ମୀ ଗିରଫ

ଭୁବନେଶ୍ୱର: ଲୋୟର ପିଏମଜିରେ ବିଜେପିର ହିଂସା ଘଟଣା । ବନ୍ଧାହେଲେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ଇରାଶିଷଙ୍କ ସହିତ ୨୨ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ସମସ୍ତଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା ।

ଆଇପିସିର ଧାରା ୧୪୭, ୧୪୮, ୨୯୪ , ୩୫୩ , ୩୨୩, ୩୨୫, ୩୦୭, ୩୩୨, ୩୩୩, ୨୨୪, ୪୩୬, ୫୦୬, ୧୪୯ରେ ମାମଲା ରୁଜୁ ହୋଇଛି । ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ସହିତ ବିଭିନ୍ନ ଯାଗାରେ ଚଡାଉ ଚାଲିଛି । ଛକର ସିସିଟିଭିକୁ ଯାଞ୍ଚ କରାଯାଉଛି ।