ରାଜ୍ୟରେ ପୁଣି ଦୁଇ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୁଇ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ । ବଲାଙ୍ଗୀର ପାଟଣାଗଡ଼ର ବରିଷ୍ଠ ସମ୍ବାଦିକ ୭୫ ବର୍ଷୀୟ କୈଳାସ ଚନ୍ଦ୍ର ସାହୁଙ୍କ ଦେହାନ୍ତ ହୋଇଛି । ସେ କିଛି ଦିନ ତଳେ କରୋନାରେ ପୀଡିତ ହେବାପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଚିକିତ୍ସିତ ହେବା ପରେ ସେ ଅସୁସ୍ଥତା କାରଣରୁ ଘରେ ଥିଲେ । ଆଜି ସକାଳ ୫ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଜଣେ ପରୋପକାରୀ ବରିଷ୍ଠ ସାମ୍ବାଦିକ ଭାବେ ସେ ପାଟଣାଗଡ଼ ଅଂଚଳରେ ବେଶ୍‌ ଜଣାଶୁଣା । ପାଟଣାଗଡ଼ ଅଂଚଳରେ ଜଣେ ଦକ୍ଷ ସାମ୍ବାଦିକ ଭାବେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ । ଏକ ଦୈନିକ ଖବର କାଗଜରେ ପ୍ରାୟ ୧୮ବର୍ଷ ଧରି କାର୍ଯ୍ୟ କରିବା ପରେ ଗତ ଜାନୁଆରୀ ମାସରେ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ ।

ସେହିପରି ବ୍ରହ୍ମପୁରର ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ କରୋନାରେ ମୃତ୍ୟୁବରଣ ହୋଇଛି । ଆଜି ସକାଳ ସମୟରେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଦେହାନ୍ତ ହୋଇଛି । ସେ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply