ଓଲଟିଲା ବସ୍‌ ୨ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ

ନବରଙ୍ଗପୁର: ପାପଡ଼ାହାଣ୍ଡି ଡିଅର ପାର୍କ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ଦୁର୍ଘଟଣାରେ ୨ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ । ଉମରକୋଟରୁ ଜୟପୁର ଯାଉଥିବାବେଳେ ଜଗାକାଳିଆ ନାମକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ନବରଙ୍ଗପୁର ମେଡିକାଲକୁ ଗୁରୁତରଙ୍କୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।

Leave a Reply