ଘର ଉପରକୁ ମାଡ଼ିଗଲା ୧୬ ଚକିଆ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଢେଙ୍କାନାଳ: ଘର ଉପରକୁ ମାଡିଗଲା ୧୬ ଚକିଆ ଟ୍ରକ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଢେଙ୍କାନାଳ ପରଜଙ୍ଗ ଥାନା ସରାଙ୍ଗ କଲେଜ ଛକ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ, ପିତିରି ଆଡୁ ତାଳଚେର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ୧୬ ଚକିଆ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଏବଂ ଲୁହା ବାଡାକୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଟୁନାଙ୍କ ଘର ଉପରକୁ ଚଢି ଯାଇଥିଲା । ଘରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘର ଭିତରେ ରହିଥିବା ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଟ୍ରକ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲୋ । ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।