ସ୍ବାସ୍ଥ୍ୟ ବିଭାଗ ସହ ସାମିଲ ହେଲେ ୧୪୩ ଆୟୁର୍ବେଦ ମେଡିକାଲ ଅଫିସର

1 min read

ଭୁବନେଶ୍ବର: ଦୃତଗତିରେ ଆଗେଇବ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଅଭିଯାନ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଜଡିତ ହେଲେ ୧୪୩ ଜଣ ଆୟୁର୍ବେଦ ମେଡିକାଲ ଅଫିସର । ଆୟୁର୍ବେଦର ପରମ୍ପରାଗତ ଚିକିତ୍ସା ସହ ଆଧୁନିକ ଚିକିତ୍ସାର ମିଶ୍ରଣରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଦୃଢ କରି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୪୩ ଜଣ ଆୟୁର୍ବେଦ ମେଡିକାଲ ଅଫିସର ଯୋଗ ଦେଇଥିଲେ । ଆୟୁର୍ବେଦ ସହ ଆଧୁନିକ ଚିକିତ୍ସା ମିଳିତ ଭାବେ କାମ କଲେ ରାଜ୍ୟରେ ରୋଗ ନିରାକରଣ ସହ ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିବା କ୍ଷେତ୍ରରେ ଆମେ ଅନେକ ଆଗକୁ ଯିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଆଧାରରେ ଆୟୁର୍ବେଦ ମେଡିକାଲ ଅଫିସରଙ୍କୁ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।