ଚିନ୍ତା ବଢ଼ାଉଛି ଗଞ୍ଜାମ, ରାଜ୍ୟରେ ପୁଣି ୧୪ ନୂଆ କରୋନା ପଜିଟିଭ୍‌

ଗଞ୍ଜାମ: ରାଜ୍ୟରେ ସାଙ୍ଘାତିକ ରୂପ ନେଉଛି କରୋନା । ପ୍ରତି ଘଣ୍ଟାରେ ବଢ଼ିବାକୁ ଲାଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ଚିନ୍ତାରେ ଏବେ ଘାଣ୍ଟି ହେଉଛି ପୁରା ରାଜ୍ୟ  । ପ୍ରଥମେ ପଶ୍ଚିବ ବଙ୍ଗ ଫେରନ୍ତା ଆଉ ଏବେ ସୁରତ ଫେରନ୍ତା ଚିନ୍ତା ବଢ଼ାଇବାରେ ଲାଗିଛନ୍ତି ।

ଆଜି ସକାଳୁ ପୁଣିଥରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୪ କୁ ବୃଦ୍ଧି ପାଇଛି । ୧୪ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଏକା ଥରକେ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଏବଂ ସୁନ୍ଦରଗଡ଼ରୁ ଜଣେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ କାଲି ଗଞ୍ଜାମରୁ ଗୋଟିଏ ଦିନରେ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ସମସ୍ତ ସୁରତ ଫେରନ୍ତା ବୋଲି ଜଣାପଡ଼ିଥିଲା । ତେବେ ଆଜି ଯେଉଁ ୧୨ ଜଣ ଚିହ୍ନଟ ହୋଇଛନ୍ତି ସେ କେଉଁଠାରୁ ଆସିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏହା ସହ ରାଜ୍ୟରେ ଏବେ କରୋନା ମାମଲା ୨୮୪ ଥିବା ବେଳେ ସକ୍ରିୟ ଅଛନ୍ତି ୨୧୯ । ସୁସ୍ଥଙ୍କ ସଂଖ୍ୟା ୬୩ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply