ରାଜ୍ୟରେ ୨୪ ଘଣ୍ଟାରେ ୧୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

1 min read

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୭ ଓ ଲୋକାଲ କଣ୍ଟାକ୍ଟ ୪୬ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ, କଟକରୁ ୧୭, ଖୋର୍ଦ୍ଧାରୁ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମୟୂରଭଞ୍ଜରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ସଂକ୍ରମିତ ହେଲେଣି ୩ ଲକ୍ଷ ୩୬ ହଜାର ୨୦୬ ଜଣ ।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ରାତିରୁ ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହେଉଛି । ସେହିଭଳି ହୋଲି ପାଳନ ଉପରେ ରାଜ୍ୟ ସରକାର କଟକଣଆ ଜାରି କରିଛନ୍ତି । କରୋନାର ଦ୍ୱିତୀୟ ଲହର ଆସିଯାଇଥିବା ବିଶେଷଜ୍ଞମାନେ କହୁଥିବାବେଳେ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏସଆରସି ପ୍ରଦୀପ୍ତ ଜେନା ମଧ୍ୟ ସମସ୍ତଙ୍କୁ ସତର୍କ କରାଇଥିଲେ । ଆବଶ୍ୟକ ହେଲେ ଲକଡାଉନ ହୋଇପାରେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ଆଜି ଅପରାହ୍ନରେ କୋଭିଡ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଏହି ସମୀକ୍ଷା ବୈଠକରେ ବିଭିନ୍ ଜିଲ୍ଲାର ଜିଲ୍ଲାପାଳମାନେ ଭିସି ଯୋଗେ ସାମିଲ ହେବେ ।

ଗତକାଲି ରାଜଧାନୀ ଭୁବନେଶ୍ୱରରେ ଥିବା ଜାଭିୟର ଇଷ୍ଟିଟ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଉଦବେଗ ପ୍ରକାଶ ପାଇଥିଲା । ଏହି ସଂସ୍ଥାକୁ ବିଏମସି ପକ୍ଷରୁ ସିଲ କରାଯାଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ପଜିଟିଭ ଚିହ୍ନ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୧ ଜଣ ପଜିଟିଭ ଚିହ୍ନ ହୋଇଛନ୍ତି । ଏବେବି ରାଜ୍ୟରେ ୮୭୦ ଜଣ ପଜିଟିଭ ରହିଛନ୍ତି । ଢେଙ୍କାନାଳ ୧, ଗଜପତି ୧, ଜଗତସିଂହପୁର ୫, ଯାଜପୁର ୪, ଝାରସୁଗୁଡ଼ା୪, କଳାହାଣ୍ଡି ୭, କେନ୍ଦ୍ରପଡ଼ା ୩, କେଉଁଝର ୨, କୋରାପୁଟ ୧, ନୂଆପଡ଼ା ୪, ରାୟଗଡ଼ା ୧, ସମ୍ବଲପୁର ୩ ଏବଂ ଷ୍ଟେଟ୍ ପୁଲରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave a Reply