ଗୋଟିଏ ନମ୍ୱରରେ ମିଳିବ ୩ ସେବା: ସନ୍ଧ୍ୟାରେ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରେ: ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡ଼ିବନି । ଗୋଟିଏ ନମ୍ବରକୁ କଲ କଲେ ମିଳିବ ଏହି ୩ ପ୍ରମୁଖ ଜରୁରୀକାଳୀନ ସେବା । ୧୧୨କୁ କଲ କଲେ ମିଳିବ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା । ଆସନ୍ତା ୧୧୨ଜରୁରୀକାଳୀନ ସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ସନ୍ଧ୍ୟା ୫ଟାରେ ଭିସି ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେବେ । ଏଥି ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ସ୍ୱାସ୍ଥ୍ୟ ସଚିବ ପି. କେ ମହାପାତ୍ର, ପୋଲିସ ଡିଜି ଶ୍ରୀ ଅଭୟ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପଣ୍ଡିଆନ ପ୍ରମୁଖ ଉପସ୍ଥିତ ରହିବେ । ପୂର୍ବରୁ ପୋଲିସ ସେବା ପାଇଁ ୧୦୧, ଅଗ୍ନିଶମ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ସେବା ପାଇଁ ୧୦୮ ଓ ଜନନୀ ଏକ୍ସପ୍ରେସ ପାଇଁ ୧୦୨ କୁ ଡାଏଲ କରିବାକୁ ପଡ଼ୁଥିଲା ।

ଏଥିସହିତ ପଢ଼ନ୍ତୁ: ଆଜି ଆସିବ ଶୁଭଖୁଣ୍ଟି, ମାଆଙ୍କ ଯାତ୍ରା ଲାଗି ହେବ ଦିନ ଧାର୍ଯ୍ୟ

Leave a Reply