ଆଜି ସ୍ଥାପିତ ହେବ ଶୁଭଖୁଣ୍ଟି, ମାଆଙ୍କ ଯାତ୍ରା ଲାଗି ହେବ ଦିନ ଧାର୍ଯ୍ୟ

ବ୍ରହ୍ମପୁର: ଆଜି ସ୍ଥାପନ ହେବ ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ବୁଢୀ ଠାକୁରାଣୀଙ୍କ ଶୁଭଖୁଣ୍ଟି  । ଯାତ୍ରା ପାଇଁ ଧାର୍ଯ୍ୟ ହେବ ଦିନ  । ବିଶିଷ୍ଠ ପଣ୍ଡିତ ଓ ମାନ୍ୟଗଣ୍ୟ ବକ୍ତି ମାନେ ପାଞ୍ଜୀ ଦେଖି ଯାତ୍ରା ପାଇଁ ତାରିଖ ଧାର୍ଯ୍ୟ କରିବେ । ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ବାପ ଘରକୁ ଆସିଥାନ୍ତି ମାଆ । ମାଆଙ୍କୁ ସ୍ବାଗତ ପାଇଁ ଏହି ଯାତ୍ରା ଆୟୋଜନ କରାଯାଇଥାଏ  । ଚଳିତବର୍ଷ କରୋନା କଟକଣା ଭିତରେ ପାଳିତ ହେବ ମା’ ବୁଢୀ ଠାରୁରାଣୀଙ୍କ ଯାତ୍ରା  । ମହାମାରୀ ପାଇଁ ଯାତ୍ରା ପାଳନ ନେଇ ସୃଷ୍ଟି ହୋଇଥିଲା ସନ୍ଦେହ । ତେବେ ମହାନଗର ନିଗମ ପକ୍ଷରୁ ଅନୁମତି ମିଳିବା ପରେ ଯାତ୍ରାର ଆୟୋଜନ କରାଯାଇଛି  ।  ଯାତ୍ରା ଆୟୋଜକ ଦେଶୀ ବେହେରା, ଯାତ୍ରା କମିଟିର ସଦସ୍ୟ ଓ ମହାନଗର ନିଗମ କମିସନରଙ୍କ ମଧ୍ୟରେ  ଆଲୋଚନା ପରେ ଯାତ୍ରା ପାଇଁ ଦିନ ଧାର୍ଯ୍ୟ ହୋଇଛି  । ଯାତ୍ରାର ସମସ୍ତ ପାରମ୍ପରିକ ପୂଜାର୍ଚ୍ଚନାକୁ ବନ୍ଦ ରଖାଯିବ । ମେଢ, କଳାକୁଞ୍ଜ, ବାହାରେ ପ୍ରସାଦ ସେବନ ଉପରେ କଟକଣା ଜାରି ହୋଇଛି । ଘଟ ପରିକ୍ରମା ଓ ମାନସିକଧାରୀଙ୍କ ବେଶ ନେଇ କିଛି ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏକ ମାସ ଧରି ଚାଲୁଥିବା ଏହି ଯାତ୍ରାକୁ ଚଳିତ ବର୍ଷ କୋଭିଡ ଯୋଗୁ କମ ଦିନ ଭିତରେ ସିମିତ ରଖାଯିବ ।

ଏଥିସହିତ ପଢ଼ନ୍ତୁ: କଟକର ଘରୋଇ ବିଜ୍ଞାନ ମହାବିଦ୍ୟାଳୟରୁ ଆଉ ୧୩ କରୋନା ସଂକ୍ରମିତ ଚିହ୍ନଟ

Leave a Reply