ଶିଳ୍ପା-ରାଜଙ୍କ ନାଁରେ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗ

1 min read

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ, ଗତ କିଛି ମାସ ତଳେ ପର୍ଣ୍ଣ ଫିଲ୍ମ ମାମଲାରେ ରାଜ ଜେଲରୁ ମୁକୁଳିଥିବା ବେଳେ ଏବେ ପୁଣି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ଠକେଇ ଅଭିଯୋଗ ଆସିଛି । ପର୍ଣ୍ଣ କେସ ପରେ ରାଜ ପୁଣି ଠକେଇ ମାମଲାରେ ଫସିଥିବା ଦେଖାଯାଉଛି ।  ସେ ପୁଣି ଲକ୍ଷେ କି ଦି ଲକ୍ଷ ନୁହେଁ ପୁରା ଦେଢ଼ କୋଟି ଟଙ୍କା ଠକିଥିବା କୁହାଯାଉଛି । ନିତିନ ବରାଇ ନାମକ ଜଣେ ବ୍ୟବସାୟୀ ଉଭୟଙ୍କ ନାଁରେ ଏହି ଅଭିଯୋଗ କରିଥିବା ଜଣାପଡ଼ିଛି । ବାନ୍ଦ୍ରା ପୋଲିସ ଷ୍ଟେସନରେ ଏହି ମାମଲା ରୁଜ୍ଜୁ ହୋଇଛି ।

ଏକ ଫିଟନେସ କମ୍ପାନୀ ମାଧ୍ୟମରେ ଉଭୟ ଏହି ଠକେଇ କରିଥିବା ନୀତିନ କହିଛନ୍ତି । ୨୦୧୪-୧୫ରେ ଉଭୟେ ଶିଳ୍ପା ଓ ତାଙ୍କ ସ୍ୱାମୀ ରାଜ ୧.୫୧ କୋଟି ଟଙ୍କା ଠକେଇ କରିଥିବା ସେ କହିଛନ୍ତି । ନୀତିନଙ୍କ ଅଭିଯୋଗ କ୍ରମେ ମୁମ୍ୱାଇର ବାନ୍ଦ୍ରା ପୋଲିସ ଶିଳ୍ପା ଏବଂ ରାଜଙ୍କ ଉପରେ ଆଇପିସି ଧାରା ୪୦୬, ୪୦୯, ୪୨୦, ୫୦୬, ୩୪ ଓ ୧୨୦(ଖ) ଅନ୍ତର୍ଗତ ମାମଲା ରୁଜ୍ଜୁ କରିଛି । ବାନ୍ଦ୍ରା ପୋଲିସ ଏ ଘଟଣାର ତଦନ୍ତ କରୁଥିବା ବେଳେ ମାମଲାର ଯାଞ୍ଚ କରୁଛି ।

 

Leave a Reply