ପାକିସ୍ତାନ ସହ ଖେଳିବାକୁ ବିସିସିଆଇ କାହିଁକି ପ୍ରସ୍ତୁତ ହେଲା? ଭାରତ ସରକାର କାହିଁକି ସହମତି ପ୍ରକାଶ କଲେ?

1 min read

ପୁଣି ଥରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ଏସିଆ କପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ପାକିସ୍ତାନ ସହ କ୍ରିକେଟ ଖେଳିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କାହିଁକି ରାଜି ହେଲା, ତାହା ଜାଣିବାକୁ କ୍ରୀଡ଼ାପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟକୁ ଆହୁରି ଦେଢ଼ ମାସ ସମୟ ବାକି ରହିଛି । ସେପ୍ଟେମ୍ବର ୧୪ରେ ଭାରତ-ପାକ୍ ମ୍ୟାଚ ଖେଳାଯିବ । ନିକଟରେ WCL ୦୨୫ରେ ଭାରତ-ପାକ୍ ମ୍ୟାଚ ରଦ୍ଦ କରାଯାଇଥିଲା । ମାତ୍ର ଏବେ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତ ଖେଳିବା ନେଇ ବିସିସିଆଇ ସମ୍ମତି ପ୍ରକାଶ କରିଛି । ତେଣୁ ଏହା କେଉଁ ପ୍ରକାରର ନିଷ୍ପତ୍ତି ବୋଲି ସାରା ଭାରତବର୍ଷରେ ଏବେ ଗୁଞ୍ଜରଣ ସୃଷ୍ଟି ହୋଇଛି । କ’ଣ ପାଇଁ ବିସିସିଆଇ ପାକିସ୍ତାନ ସହ ଖେଳିବାକୁ ପ୍ରସ୍ତୁତ ହେଲା, କ’ଣ ପାଇଁ ଭାରତ ସରକାର ଏହାକୁ ଅଗ୍ରାହ୍ୟ କଲେ ନାହିଁ, ଏଭଳି ପ୍ରଶ୍ନ ସବୁ ଏବେ ସାମ୍ନାକୁ ଆସୁଛି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୁର ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଇତିହାସର ସବୁଠାରୁ ତଳସ୍ତରକୁ ଚାଲିଯାଇଛି । ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ପରେ ବି ବିସିସିଆଇ କ’ଣ ପାଇଁ ଏସିଆ କପରେ ପାକିସ୍ତାନ ସହ ଖେଳିବାକୁ ରାଜି ହେଲା? ଏହା ପଛର କ’ଣ ରହିଛି କାରଣ? ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ବିଡ୍ ଆହ୍ବାନ କରିବ । ଗତ ଦୁଇ ଦଶନ୍ଧି ଭାରତ ପାକିସ୍ତାନ ସହ ଭାରତ କୌଣସି ଦ୍ବିପାକ୍ଷିକ ସିରିଜ ଖେଳିନାହିଁ । କୌଣସି ମଲ୍ଟି ନ୍ୟାସନାଲ କମ୍ପିଟିସନରେ ଆୟୋଜନ କରିବା ପାଇଁ ନିଜର କୌଣସି କଟ୍ଟର ପ୍ରତିଦ୍ବନ୍ଦ୍ବୀର ଆପତ୍ତି ନହେବା ଜରୁରୀ । ଚଳିତ ବର୍ଷ ଭାରତ ଜୁନିୟର ହକି ବିଶ୍ବକପ ଓ ଏସିଆ କପର ଆୟୋଜନ କରିବ । ଏହି ଦୁଇ ଟୁର୍ଣ୍ଣମେଣ୍ଟ ପାଇଁ ଭାରତ ଆସିବାକୁ ପାକିସ୍ତାନକୁ ଅନୁମତି ଦେଇସାରିଛି । ବିସିସିଆଇ ସିଧାସଳଖ ଭାବେ ଭାରତ ସରକାରଙ୍କ ଅଧିନରେ ନାହିଁ । ଏସିଆ କପରେ ପାକିସ୍ତାନ ସହ ଖେଳିବା ପାଇଁ ଭାରତ ସରକାର ହକି ଟିମକୁ ଅନୁମତି ଦେବା ପରେ ବିସିସିଆଇର ପଥ ସହଜ ହୋଇଯାଇଥିଲା ।

ଏସିଆ କପ ୨୦୨୫ରେ ମୋଟ ୮ଟି ଟିମ୍ ଭାଗ ନେବେ । ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାର ଥିଲ, ମାତ୍ର ବିସିସିଆଇ ଏସିଆ କପର ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜନ କରିବା ନେଇ ସହମତି ପ୍ରକାଶ କରିଥିଲା । ଏବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ୟୁଏଇରେ ହେବ । ସେପ୍ଟେମ୍ବର ୧୪ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ ଖେଳାଯିବ ।