spot_img

Latest Posts

କଟକ-ନରାଜ କାଠଯୋଡ଼ିରେ ନିଖୋଜ ଯୁବକ : ୨୦ ଘଣ୍ଟା ପରେ ମଧ୍ୟ ମିଳୁନି ପତ୍ତା

ନନ୍ଦିଘୋଷ ବ୍ୟୁରୋ: କଟକର ନରାଜ କାଠଯୋଡ଼ିରେ ସେଲଫି ନେବା ସମୟରେ ବୁଡ଼ି ଯାଇଥିବା ଯୁବକଙ୍କ ଖୋଜ ଜାରି ରହିଛି। ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନାହିଁ। ଗତକାଲି ସେଲଫି ନେବାବେଳେ ତିନି ଯୁବକ କାଠଯୋଡ଼ିରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଓ ମତ୍ସ୍ୟଜୀବୀଙ୍କ ସହାୟତାରେ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। କିନ୍ତୁ ତୃତୀୟ ଯୁବକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ବର୍ଷା ଯୋଗୁଁ ନଦୀରେ ପ୍ରବଳ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ଘଟଣା ଘଟି ୨୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିଖୋଜ ଯୁବକଙ୍କ ଖୋଜ ଜାରି ରହିଛି। କଟକ ମାଛୁଆ ବଜାର ଅଞ୍ଚଳର ତିନି ଯୁବକ ନରାଜ ପୁରୁଣା ବନ୍ଧ ନିକଟରେ ସେଲଫି ନେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

Latest Posts

Don't Miss