spot_img

Latest Posts

ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରାୟଗଡା ଜିଲ୍ଲା ପ୍ରଶାସନ

ନନ୍ଦିଘୋଷ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ବେଶ୍ ସଜାଗ ରହିଛି ରାୟଗଡା ଜିଲ୍ଲା ପ୍ରଶାସନ । ଏସ୍ଆରସିଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଲଗାଣ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ୮୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ରହିଥିବା ବେଳେ ଲ୍ୟାଣ୍ଡଫଲ୍ ପୂର୍ବରୁ ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଭୁଷ୍କଳନ ଘଟୁଥିବା ୧୧ଟି ସ୍ଥାନକୁ ଚିହ୍ନଟ କରାଯାଇ ସତର୍କ ରହିବାକୁ କ୍ଷେତ୍ର ଅଧିକାରୀଙ୍କୁ କୁହାଯାଇଛି ।

ଜିଲ୍ଲାର ଗୁଣପୁରରେ ଦୁଇଟି ଓଡ୍ରାଫ୍ ଟିମ୍ ରହିଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ସତର୍କ କରାଯାଇଛି । ସେହିପରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏନଡିଆରଏଫ୍ ର ଏକ ଟିମ୍ ରାୟଗଡାରେ ପହଞ୍ଚିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ସୂଚନା ଦେଇଛନ୍ତି । ତେବେ ରାୟଗଡା ଜିଲ୍ଲାକୁ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯିବା ସହ ଯେଉଁ ମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Latest Posts

Don't Miss