ଲୋକାର୍ପିତ ହେଲା ଅନଲାଇନ୍ ପ୍ରୋତ୍ସାହନ ମ୍ୟାନେଜମେଣ୍ଟ ପ୍ରଣାଳି

ଭୁବନେଶ୍ବର: ଲୋକାର୍ପିତ ହେଲା ଅନଲାଇନ୍ ପ୍ରୋତ୍ସାହନ ମ୍ୟାନେଜମେଣ୍ଟ ପ୍ରଣାଳି । ଆଇଟି ଶିଳ୍ପ ପାଇଁ ଏହା ସହାୟକ ହେବା ସହ ଏଭଳି ପ୍ଲାଟଫର୍ମ ପ୍ରଥମ କରି ସାରା ଦେଶରେ ଆରମ୍ଭ ହୋଇଛି । ଓଡ଼ିଶା ଇ-ଗଭରନାନ୍ସ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବା ବେଳେ ଏହି ପ୍ରଣାଳିକୁ ଓକାକ  ପ୍ରସ୍ତୁତ କରିଛି । ଏହି ଅନଲାଇନ୍ ପ୍ରକ୍ରିୟା ଦ୍ବାରା ଆବେଦନ କରି ଉଦ୍ୟୋଗୀ ମାନେ ସେମାନଙ୍କ ପ୍ରୋତ୍ସାହନ ଭିତ୍ତିଭୂମି ପାଇପାରିବେ । ଯକୌଣସି ସମୟରେ ଆବେଦନ ପତ୍ର ଦେଇ ନିଜର ଅପଡେଟ୍ ଜାରି କରିପାରିବେ । ସେହିପରି ନୂତନ ଜିଲ୍ଲା ଓ୍ବେବସାଇଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ମାନଦଣ୍ଡରେ ୩୦ଟି ଜିଲ୍ଲାର ପୋର୍ଟାଲକୁ ବିକଶିତ କରାଯାଇଛି ।