ମାତାଲ ବାପା ନେଲା ଝିଅ ଜୀବନ

1 min read

ମଦ ନିଶାରେ ଚୁର ହୋଇ ନିଜ ଝିଅର ଜୀବନ ନେଇଛି ବାପା। ଆନନ୍ଦପୁର ପୌରପରିଷଦ ୧୩ ନମ୍ବର ୱାର୍ଡ ଖପରାଖାଇ ସାଉନ୍ତି ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମଦ୍ୟପ ବାପ ସ୍ତ୍ରୀ ଉପରକୁ ବିଗିଡ଼ିଯାଇ ତାଙ୍କୁ ଠେଙ୍ଗାରେ ପିଟୁଥିବା ବେଳେ ପାହାର ବାଜିଛି ନିଜ ଆଠ ମାସର ଝିଅ ଉପରେ । ଏହି ଘଟଣା ପରେ ଫେରାର ହୋଇଯାଇଛି ମଦୁଆ ବାପା । ଖବର ପାଇ ଘଷିପୁରା ପୋଲିସ ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।ହେଲେ ଅଭିଯୁକ୍ତ ବାପର ଖୋଜଖବର ମିଳି ପାରିନାହିଁ ।

ଅଭିଯୋଗ ଅନୁଯାୟୀ, ଆଜି ମଧ୍ୟାହ୍ନରେ ସାଉଁଟି ସାହିର ବଡଭାଇ ରଞ୍ଜନ ଦେହୁରି ଓ ସାନଭାଇ ସନାତନ ଦେହୁରିଙ୍କ ମଧ୍ୟରେ ଏକ ସ୍କୁଟିକୁ ନେଇ ଝଗଡା ଲାଗିଥିଲା। ଝଗଡା ତୀବ୍ର ହେବା ଦେଖି ସାନ ଭାଇ ରଞ୍ଜନଙ୍କ ସ୍ତ୍ରୀ ଝୁମୁରି ସ୍ୱାମୀଙ୍କୁ ଝଗଡାରୁ ନିବୃତ୍ତ ରହିବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରଂଜନ ଏକ ଠେଙ୍ଗାରେ ସ୍ତ୍ରୀ ଝୁମୁରିକୁ ଆକ୍ରମଣ କରିଥିଲା। ହେଲେ ନିଶାରେ ଟଳୁଥିବା ବାପାର ଠେଙ୍ଗା ପାହାର ବସିଥିଲା ସ୍ତ୍ରୀ ଝୁମୁରି କାଖରେ ଥିବା ନିଜ ୮ ମାସର କଅଁଳା ଝିଅ ମୁଣ୍ଡରେ । ଝିଅଟିକୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ । କଟକ ଯିବା ବାଟରେ ଝିଅଟିର ମୃତ୍ୟୁ ହୋଇଥିଲା । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.