ଗୁଣି ସନ୍ଦେହରେ ବୃଦ୍ଧାଙ୍କ ମୁଣ୍ଡ କାଟିନେଲେ ପଡ଼ୋଶୀ

ଯାଜପୁର: ଗୁଣି ସନ୍ଦେହରେ ନିର୍ମମ ହତ୍ୟା । ଗାଁ ଦାଣ୍ଡରେ ୬୫ ବର୍ଷୀୟ ବୃଦ୍ଧାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କଲେ ପଡ଼ୋଶୀ । ଯାଜପୁର ରୋଡ୍ ଥାନା ଓଲ୍ଲଳ ଛତରାଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୋଲିସ ବୃଦ୍ଧାଙ୍କ କଟା ମୁଣ୍ଡ ଓ ମାରଣାସ୍ତ୍ର ସହିତ ଅଭିଯୁକ୍ତକୁ ଅଟକ ରଖିଛି । ମୃତ ବୃଦ୍ଧା ହେଉଛନ୍ତି ନନ୍ଦିନୀ ପୂର୍ତ୍ତି । ଅଭିଯୁକ୍ତ ସେହି ଗାଁର କାର୍ତ୍ତିକ ୨୪ ବର୍ଷୀୟ କେରେଇ ।

ସୂଚନା ମୁତାବକ କିଛିଦିନ ତଳେ ଅଭିଯୁକ୍ତ କାର୍ତ୍ତିକର ଦାଦା ପୁଅ ଭାଇକୁ ଜର ହୋଇଥିଲା । କାର୍ତ୍ତିକ ତାର ଭାଇକୁ ବୃଦ୍ଧାଙ୍କ ପାଖକୁ ଝାଡ଼ିବାକୁ ନେଇଥିଲେ । ଝଡ଼ାଫୁଙ୍କା ପରେ ଆଉ ଦେହ ଖରାପ ହେବନାହିଁ ବୋଲି କହିଥିଲେ ବୃଦ୍ଧା । କିନ୍ତୁ ଧିରେ ଧିରେ ତାର ଦେହ ଅଧିକ ଖରାପ ହେବାରୁ ତାକୁ କଟକ ବଡ଼ ଡ଼ାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା । ଫଳରେ ବୃଦ୍ଧା ଗୁଣି କରି ଭାଇକୁ ମାରିଥିବା ଭାବି କାର୍ତ୍ତିକ ଟାଙ୍ଗିଆରେ ଆକ୍ରମଣ କରିଥିଲେ ।

ଏହାପରେ କଟା ମୁଣ୍ଡ ଓ ମାରଣାସ୍ତ୍ର ଧରି ଅଭିଯୁକ୍ତ ଦାନଗଦୀ ଆଡ଼େ ଚାଲିଚାଲି ଯାଉଥିବା ସମୟରେ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ କଟାମୁଣ୍ଡ, ଟାଙ୍ଗିଆ ଜବତ କରିବା ସହ ଅଭିଯୁକ୍ତ କାର୍ତ୍ତିକ କେରେଇକୁ ଅଟକ ରଖିଛି । ହତ୍ୟାକାଣ୍ଡକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

(ଯାଜପୁରରୁ ବିକ୍ରମ ସାହୁ)

Leave a Reply