ୟେସ୍‌ ବ୍ୟାଙ୍କ୍‌କୁ ସାହା ହେବ SBI: ୨୪୫୦ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

ନୂଆଦିଲ୍ଲୀ: ନଗଦ ସମସ୍ୟା ଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କ୍‌କୁ ବଞ୍ଚାଇବା ଲାଗି ଚେଷ୍ଟା କରିବା ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆା (ଏସବିଆଇ) । ଏଥିଲାଗି ଯୋଜନା ପ୍ରସ୍ତୁତି କରିଛି ଦେଶର ଏହି ଅଗ୍ରଣୀ ବ୍ୟାଙ୍କ୍‌ । ଯୋଜନା ମୁତାବକ ୟେସ୍ ବ୍ୟାଙ୍କର ୪୯% ଅଂଶଧନ କିଣିପାରେ ଏସବିଆଇ  | ଏହା ସହିତ ୨୪୫୦ କୋଟି ବିନିଯୋଗ କରିବାର ଯୋଜନା ମଧ୍ୟ ଅଛି | ଏଥିସହିତ ଗତକାଲି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରେ ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ମଧ୍ୟ ୟେସ୍ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଥିବା ଦୋହରାଇଛନ୍ତି ।

ସେ ଆହୁରୀ କହିଛନ୍ତି ଯେ, ଜମା ଟଙ୍କା ଉଠାଣ ନେଇ ୫୦ ହଜାର ଟଙ୍କାର ସୀମା ନିର୍ଦ୍ଧାରଣ ହେତୁ ୟେସ୍‌ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସେମାନଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ । ସମସ୍ତ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି । ଏଥିସହିତ ବର୍ତ୍ତମାନ ସମୟରେ ୟେସ୍‌ ବ୍ୟାଙ୍କ୍‌ରେ ସମସ୍ୟା ଦେଇ ଗତିକରୁଥିବାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରଜନୀଶ କୁମାର କହିଛନ୍ତି ଯେ ବର୍ତ୍ତମାନ ସମୟରେ ୟେସ୍‌ ବ୍ୟାଙ୍କକୁ ୨୦ ହଜାର କୋଟି ଟଙ୍କା ଦରକାର | ବର୍ତ୍ତମାନ ଏସ୍‌ବିଆଇ ପକ୍ଷରୁ ୨୪୫୦ କୋଟି ଟଙ୍କା ବିନିଯୋଗ ଯୋଜନା କରାଯାଇଛି।

 ଯେଉଁମାନେ ଏସବିଆଇରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁଯୋଗ । ଅପରପକ୍ଷରେ ୟେସ୍ ବ୍ୟାଙ୍କ୍‌ରେ ନିବେଶ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ନିବେଶ ଯୋଜନା ପାରିତ କରାଯିବାକୁ ପ୍ରୟାସ କରାଯିବ । ପୁଞ୍ଜି ବିନିଯୋଗ ଯୋଜନା ବିଷୟରେ ବିଚାର କରିବା ପରେ ଆମେ ମାର୍ଚ୍ଚ ୯ରେ ରିଜର୍ଭ ବ୍ୟାଙ୍କକୁ ଯିବୁ ବୋଲି ରଜନୀଶ କହିଛନ୍ତି ।  ଏଥିସହିତ ୟେସ୍‌ ବ୍ୟାଙ୍କ୍‌ରେ ପୁଞ୍ଜି ନିବେଶ ନେଇ ଏସ୍‌ବିଆଇ ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଥିବା ନେଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଯାଇଛି ।

Leave a Reply