ସ୍ତ୍ରୀ କରୋନା ପଜିଟିଭ୍ ବାହାରିବା ପରେ ସ୍ୱାମୀ କଲା ଏମିତି କାମ…

wife turned corona positive husband refused to recognize

ନୂଆଦିଲ୍ଲୀ: ଦେଢ ବର୍ଷ ପୂର୍ବରୁ ହିଁ ବିବାହ କରିଥିଲେ । ଘରକୁ ଗୋଟିଏ ନୂଆ ଅତିଥି ମଧ୍ୟ ଆସିବାର ଥିଲା । ସ୍ତ୍ରୀକୁ ଯେତେବେଳେ ଡେଲିଭରୀ ପାଇଁ ହସ୍ପିଟାଲ ନେଇଥିଲେ ସେତେବେଳେ ଜାଣିଥିଲେ ଯେ, ସ୍ତ୍ରୀ ହେଉଛନ୍ତି କରୋନା ପଜିଟିଭ୍ । ଏ ଖବର ଯେତେବେଳେ ସ୍ୱାମୀଙ୍କ ପାଖରେ ପହଞ୍ଚି ଥିଲା  ସେତେବେଳେ ସ୍ୱାମୀ ଜଣଙ୍କ ମେଡ଼ିକାଲରୁ ଚମ୍ପଟ ମାରିଥିଲେ ।

କେବଳ ସେତିକି ନୁହେଁ ଯେତେବେଳେ ହସ୍ପିଟାଲ କର୍ମଚାରୀମାନେ ତାଙ୍କ ନମ୍ବରରେ କଲ କଲେ ସେତେବେଳେ ସ୍ତ୍ରୀକୁ ଚିହ୍ନିବାକୁ ମନାକରି ଦେଇଥିଲେ ସ୍ୱାମୀ । ଅନ୍ୟପଟେ ସିଜରିଆନ ସର୍ଜରୀରେ ଡେରି ହେବାରୁ ଛୁଆଟି ଗର୍ଭରେ ହିଁ ମରିଯାଇଥିଲା । ଏଭଳି ପରିସ୍ଥିତି ସତ୍ତ୍ୱେ ମହିଳା ଜଣଙ୍କ ଏକା ହସ୍ପିଟାଲରେ ୮ଦିନ ରହିବା ପରେ କରୋନାକୁ ମାତ ଦେଇ ନିଜ ବାପ ଘରକୁ ଫେରିଥିଲେ ।

ମହିଳାଙ୍କ କହିବା ଅନୁସାରେ ସ୍ୱାମୀ ବିରୋଧରେ କୋର୍ଟର ସାହାର ନେବ  । ଇନ୍ଦିରା ନଗରର ୨୪ବର୍ଷୀୟା ହିନାଙ୍କ ବିବାହ ଫେବ୍ରୁଆରୀ ୨୦୧୯ରେ ଚନ୍ଦନ ଗାଁରେ ରହୁଥିବା ଫକରୁଲଙ୍କ ସହ ହୋଇଥିଲା । ଗତ ୪ଜୁଲାଇରେ ତାଙ୍କ ଡେଲିଭରୀ ପାଇଁ ହସ୍ପିଟାଲ ନିଆଯାଇଥିଲା ।  ସେ ସମୟରେ ଡାକ୍ତର ଯେତେବେଳେ କରୋନା ଟେଷ୍ଟ କରାଇଲେ ସେତେବେଳେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା ।

ସ୍ୱାମୀ ଯେତେବେଳେ ଏହି ଖବର ପାଇଲେ ସେତେବେଳେ ସେ ହସ୍ପିଟାଲରୁ ପଳାଇ ଆସିଥିଲେ । ଶ୍ୱଶୁର ଯେତେବେଳେ ଜ୍ୱାଇଁଙ୍କୁ କଲ କରିଥିଲେ ସେତେବେଳେ ସେ କରୋନା ରୋଗୀଙ୍କ ସହ କୌଣସି ସମ୍ପର୍କ ନଥିବା ରୋକ ଠୋକ୍ କହିଦେଇଥିଲେ । ଏହାପରେ ଏକୁଟିଆ ହସ୍ପିଟାଲରେ ଥିବା ହୀନାଙ୍କ ଦେଖାରେଖା କରିବା ପାଇଁ ତାଙ୍କ ଭଉଣୀ ପହଞ୍ଚିଥିଲେ ।

Leave a Reply