ମଞ୍ଚରେ ଇଚ୍ଛା ମୁତାବକ ଆସନ ନମିଳିବାରୁ କଳାହାଣ୍ଡି ବିକାଶ କାର୍ଯ୍ୟକ୍ରମରେ ସାମିଲ ହେଲେ ନାହିଁ ବିରୋଧୀ ଦଳ ନେତା

Why BJP MLA Pradipta Naik Not Joined Indravati Inauguration Programme In Kalahandi

କଳାହାଣ୍ଡି: ବିକାଶ ନୁହେଁ, ବିଜେପି ପାଇଁ ଆସନ ବଡ଼ । ମଞ୍ଚରେ ନିଜ ଇଚ୍ଛା ମୁତାବକ ଆସନ ନମିଳିବାରୁ କଳାହାଣ୍ଡି ବିକାଶ କାର୍ଯ୍ୟକ୍ରମରେ ସାମିଲ ହେଲେ ନାହିଁ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାୟକ । ଯେତେବେଳେ କି ସେହି ଦଳର ସାଂସଦ ବସନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦୀପ୍ତ ଆସିବେ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେଣୁ ଆଜିର ଦିନରେ ଆରୋପ ପ୍ରତ୍ୟାରୋପ ନକରି କଳାହାଣ୍ଡିର ବିକାଶ ପ୍ରକ୍ରିୟାରେ ସମସ୍ତେ ଜଡ଼ିତ ହେବା ଆବଶ୍ୟକ ଥିଲା ବୋଲି ବିଜେଡି କହିଛି ।

Why BJP MLA Pradipta Naik Not Joined Indravati Inauguration Programme In Kalahandi

ଜିଲ୍ଲାର ବିକାଶ ନୁହେଁ, ମଞ୍ଚରେ ଇଚ୍ଛା ମୁତାବକ ଆସନ ନମିଳିବାରୁ କାର୍ଯ୍ୟକ୍ରମକୁ ବର୍ଜନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କଳାହାଣ୍ଡିର ବିକାଶ ଲାଗି ପୂରା ଜିଲ୍ଲା ଏକାଠି ହୋଇଥିଲା । କିନ୍ତୁ, ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ବିକାଶର ଏହି ମହାକୁମ୍ଭରେ ସାମିଲ ହୋଇନଥିଲେ । କଳାହାଣ୍ଡି ସାଂସଦ କହିଛନ୍ତି, ବିରୋଧୀ ଦଳ ନେତା ଆସିବେ ବୋଲି ତାଙ୍କୁ କହିଥିଲେ । ହେଲେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କଳାହାଣ୍ଡି ଜିଲ୍ଲାର ସ୍ୱାର୍ଥକୁ ପଛରେ ପକାଇ ପ୍ରଦୀପ୍ତ କିନ୍ତୁ ଆସିନଥିଲେ ।

Why BJP MLA Pradipta Naik Not Joined Indravati Inauguration Programme In Kalahandi

ବିଜେଡି କହିଛି ଏହା ସରକାରୀ କାର୍ଯ୍ୟକ୍ରମ ଥିବାରୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି କରାଯାଇଥିଲା ବ୍ୟବସ୍ଥା । ତେଣୁ ଆଜିର ଦିନରେ ରାଜନୀତି ଅନୁଚିତ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ସେପଟେ କିନ୍ତୁ, ଶ୍ରେୟ ନେବା ପାଇଁ ବିଜେପି ଭରପୂର ଉଦ୍ୟମ କରିଛି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ । କଳାହାଣ୍ଡି ଏବେ ବିକାଶର ନୂଆରାସ୍ତା ଦେଖାଉଛି । ଏହି କାର୍ଯ୍ୟରେ କିନ୍ତୁ ରାଜନୀତି ପାଇଁ ସାମିଲ ହେଲେ ନାହିଁ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଯାହା ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply