କାହିଁକି ନିଜର BMW ବିକିବାକୁ ଚାହୁଁଛନ୍ତି ଦୂତି ?

1 min read
why athlete dutee chand wants to sell her BMW Car ?

ଭୁବନେଶ୍ୱର: ଦୌଡ଼ ରାଣୀ ଦୂତି ଚାନ୍ଦ… ତାଙ୍କ ନାଆ ହିଁ ତାଙ୍କ ପରିଚୟ । ଓଡ଼ିଶା ଝିଅ ଦୂତି ଜାତାୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରରିଦର୍ଶନ କରି ଓଡ଼ିଶା ତଥା ଭାରତ ପାଇଁ ଆଣିଛନ୍ତି ଅନେକ ଗୌରବ । ସେ ହେଉଛନ୍ତି ଭାରତର ତୃତୀୟ ମହିଳା ଆଥଲେଟ୍ ଯିଏ କି ଅଲମ୍ପିକରେ ୧୦୦ ମିଟର ଦୌଡ଼ ପାଇଁ କ୍ୱାଲିଫାଏ ହୋଇଥିଲେ । ୨୦୧୮ ମସିହାରେ ଏସିଆନ ଗେମ୍ସରେ ସେ ଅଲମ୍ପିକ ମେଡାଲ ମଧ୍ୟ ଜିତିଥିଲେ । ତେବେ ଏତେସବୁ ସଫଳତା ପାଇଁ ଦରକାର ଦୃଢ଼ ଆତ୍ମବିଶ୍ୱାସ ଏବଂ ଉପଯୁକ୍ତ ଟ୍ରେନିଂ ।

ତେବେ ଆପଣ ସମସ୍ତେ ଜାଣିଥିବେ ବିଶ୍ୱ ମହାମାରୀ କରୋନା ପାଇଁ ଏବେ ସମଗ୍ର ବିଶ୍ୱ ଏକ ପ୍ରକାର ଠପ୍ ହୋଇପଡ଼ିଛି । ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ବିଶ୍ୱରେ ହେବାକୁ ଥିବା ବଡ଼ ବଡ଼ ଇଭେଣ୍ଟକୁ ବାତିଲ କରିଦିଆଗଲା । ମହାମାରୀ ବ୍ୟାପିବା ଭୟରେ ସମସ୍ତେ ଘରେ ଲକଡାଉନରେ ରହିଲେ  । ଇତି ମଧ୍ୟରେ ଖେଳାଳି ମାନେ ମଧ୍ୟ ଖୁବ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ମ୍ୟାଚକୁ ବାତିଲ କରିବା ସହ ଅଲମ୍ପିକ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ମଧ୍ୟ ବାତିଲ କରାଗଲା । ଏଥିରେ ସିଧାସଳଖ ଖେଳାଳି ମାନେ ପ୍ରଭାବିତ ହୋଇଛନ୍ତି ।

ତେବେ ନିକଟରେ ଦୂତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର BMW ଗାଡ଼ିକୁ ବିକିବା ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଦୂତି ଲେଖିଛନ୍ତି ଯେ, ‘ମୁଁ ମୋ BMW କାର୍ ବିକିବାକୁ ଚାହୁଁଛି । ଯଦି କେହି ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ମତେ ମେସେଞ୍ଜରରେ ମେସେଜ କରନ୍ତୁ ।‘ ଦୂତିଙ୍କ ଏଭଳି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାସ ହେବାରେ ଲାଗିଛି ।

ଏହି ପୋଷ୍ଟରେ ଅନେକ କମେଣ୍ଟ ମଧ୍ୟ ଆସିଛି । ଦୂତିଙ୍କ କିଛି ପ୍ରଶଂସକ ଗାଡ଼ି ବିକିବାର କାରଣ ପଚାରିବାରୁ ଦୂତି ଉତ୍ତରେ ଲେଖିଛନ୍ତି ଯେ, ତାଙ୍କୁ ଟ୍ରେନିଂ ପାଇଁ ଟଙ୍କା ଦରକାର । ଏବଂ ସେଥିପାଇଁ ସେ ତାଙ୍କ ଗାଡ଼ି ବିକିବାକୁ ଚାହୁଛନ୍ତି ।

 

Leave a Reply