ଦିଓଳି ଦିମୁଠା ଖାଇବାକୁ ପାଖରେ ନଥିଲା ଟଙ୍କା, ରିକ୍ସାବାଲା ସହ ଫୁଟପାତରେ ରାତି କାଟିଥିଲେ ଏହି ବୋଲର

ନୂଆଦିଲ୍ଲୀ:  ବୋଲର ଭାବେ କ୍ରିକେଟ ଜଗତ ବହୁତ ନାଁ କମେଇଥିବା ହେଉଛନ୍ତି ପାକିସ୍ତାନର ବୋଲ ଶୋଏବ ଅଖତର । ସବୁଠୁ ଚର୍ଚ୍ଚିତ ବୋଲର ହେଉଛନ୍ତି ସେ । ବଲକୁ ପ୍ରତି ଘଣ୍ଟାରେ ୧୬୧କିମି ପର୍ଯ୍ୟନ୍ତ ବେଗରେ ଫୋପାଡି ପାରିବାର କ୍ଷମତା ତାଙ୍କ ହାତରେ । ଶୋଏବଙ୍କୁ ଦେଖିଲେ ବ୍ୟାଟ୍ସମ୍ୟାନ ମଧ୍ୟ ଡରନ୍ତି । କ୍ରିକେଟରୁ ଅବସର ନେଇସାରିଥିବା ଶୋଏବ ଅଖତର ଏବେ ବି ସାରା ବିଶ୍ୱରେ ପରିଚିତ । ଭାରତରେ ତାଙ୍କର ଏକ ବହୁ ପ୍ରଶଂସକ ମଧ୍ୟ ଅଛନ୍ତି । କିନ୍ତୁ ଏକ ଏମିତି ସମୟ ଥିଲା ଯେତେବେଳେ ଶୋଏବ ଅଖତରଙ୍କୁ କେହି ଜାଣି ନ ଥିଲେ । ଗରିବ ଶ୍ରେଣୀର ଶୋଏବ ଦୁଇ ଓଳି ଦୁଇ ମୁଠା ଖାଇବାକୁ ସେମାନଙ୍କ ପାଖରେ ଟଙ୍କା ନଥିଲା । ଆସନ୍ତୁ ଆପଣଙ୍କୁ ଶୋଏବ ଅଖତରଙ୍କ ଏମିତି ଏକ କାହାଣୀ ବିଷୟରେ ଜାଣିବା ।

ଜଣେ ଜଗୁଆଳିଙ୍କ ପୁଅ ଥିଲେ ଶୋଏବ ଅଖତର

ଶୋଏବ ଅଖତର ରାୱଲପିଣ୍ଡିରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତା ଏକ ତୈଳ କମ୍ପାନୀରେ ଜଗୁଆଳି ଥିଲେ । ଶୋଏବ ଅଖତର ଏକ ଅତି ଗରିବ ପରିବାରରେ ଜନ୍ମ ନେଇଥିଲେ । ଶୋଏବ ଅଖତର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ତାଙ୍କ ଜୀବନରେ ସବୁବେଳେ ନାଁ ଶବ୍ଦ ଶୁଣିବାକୁ ପାଇଥିଲେ । ତାଙ୍କ ପିତାମାତା ତାଙ୍କୁ ବାହାରକୁ ଯିବାକୁ ମନା କରୁଥିଲେ। ଲୋକମାନେ ତାଙ୍କୁ ସବୁ ବେଳେ କହୁଥିଲେ ତୁମେ ଦୁନିଆର ଦ୍ରୁତତମ ବୋଲର କେବେ ହୋଇପାରିବ ନାହିଁ। ତଥାପି, ଶୋଏବ ଅଖତର ଏହି ନାଁକୁ ହଁରେ ପରିବର୍ତ୍ତନ କରିବାକୁ ସ୍ଥିର କରିଥିଲେ ।

ରିକ୍ସାବାଲାଙ୍କ ପାଇଁ ଶୋଏବଙ୍କ ଭାଗ୍ୟ ବଦଳିଥିଲା ! ଶୋଏବ ଅଖତର ଦିନେ ଜାଣିବାକୁ ପାଇଲେ ଯେ ଲାହୋରରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଦଳ ପାଇଁ ଟ୍ରାଏଲ ଚାଲିଛି। କିନ୍ତୁ ସେଠାକୁ ଶୋଏବଙ୍କ ଜୀବାକୁ ତ ବହୁତ ଇଚ୍ଛା ଥିଲା କିନ୍ତୁ ଯିବାକୁ ତାଙ୍କ ପାଖରେ ଟଙ୍କା ନଥିଲା । ଶୋଏବ ଅଖତର ନିଜ ପରିବାରକୁ ନ କହି ଲାହୋର ଯିବାକୁ ସ୍ଥିର କଲେ । ସେ ବସ୍ ଉପରେ ବସି ଲାହୋର ବାହାରିଥିଲେ କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କୁ ବସରୁ ଓହ୍ଲାଇ ଦିଆଯାଇଥିଲା । ଏହା ପରେ ଅଖତର ରାସ୍ତାରେ ଏକ ରିକ୍ସାବାଲାଙ୍କୁ ପାଇଲେ । ଏବଂ ସେ ତାଙ୍କ ସହ ହିଁ ଲାହୋର ପାଇଁ ବାହାରିପଡ଼ିଥିଲେ । କେବଳ ସେତିକି ନୁହେଁ ଭୋକିଲା ଶୋଏବ ଅଖତରଙ୍କୁ ସେ ଖାଇବାକୁ ଦେଇଥିଲେ । ଶୋଏବ ଅଖତର ସେହି ରିକ୍ସାବାଲାଙ୍କ ସହ ହିଁ ଫୁଟପାଥରେ ଶୋଇଥିଲେ । ପରଦିନ ସେହି ରିକ୍ସାବାଲା ତାଙ୍କୁ ଲାହୋରର ଷ୍ଟାଡିୟମକୁ ନେଇ ଯାଇଥିଲେ ଯେଉଁଠାରେ ଏନେଇ ଟେଷ୍ଟ ଚାଲିଥିଲା ।

ଅଖତର ପରୀକ୍ଷା ସମୟରେ ହଇଚଇ ସୃଷ୍ଟି କରିଲେ

ଯେତେବେଳେ ଶୋଏବ ଅଖତର ମଇଦାନରେ ପହଞ୍ଚିଲେ, ସେତେବେଳେ ସେ ଦେଖିଲେ  ତାଙ୍କ ପରି ଆଉ 5000 ଯୁବକ ସେଠାରେ ଟ୍ରାଏଲ ପାଇଁ ଅଛନ୍ତି । ସେହି ଯୁବକଙ୍କ ଟ୍ରାଏଲ ନେଉଥିଲେ ପାକିସ୍ତାନର ଜଣେ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ଜାହିର ଅବ୍ବାସ ନେଇଥିଲେ । ଏହି ୫ଜଣଙ୍କ ଭିତରେ ଯେତେବେଳେ ଅଖତର ମଇଦାନକୁ ଓହ୍ଲାଇଥିଲେ ସେତେବେଳେ ତାଙ୍କ ଖେଳ ଦେଖି ଜାହିତ ଖୁସି  ହୋଇଯାଇଥିଲେ । ତାପରେ ତାଙ୍କ ରୋଜଗାର ପ୍ରଥମ ଟଙ୍କା ପାଇଥିଲେ ଯାହା ୫୦୦ଟଙ୍କା ଥିଲା ଏବଂ ସେତିକି ଟଙ୍କାରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।

Leave a Reply