ଚାଳିଶ ବାଟିଆରେ ଚାଲିଛି ପଞ୍ଚାୟତ ଉପନିର୍ବାଚନ ପାଇଁ ମତଦାନ

ପୁରୀ: ପୁରୀ ଜିଲ୍ଲା ସଦରବ୍ଲକର ଚାଳିଶ ବାଟିଆରେ ଚାଲିଛି ପଞ୍ଚାୟତ ଉପନିର୍ବାଚନ ପାଇଁ ମତଦାନ। ସରପଞ୍ଚ ବାଛୁଛନ୍ତି ଚାଳିଶି ବାଟିଆ ପଞ୍ଚାୟତ ବାସିନ୍ଦା। ୩ ପ୍ରମୁଖ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୬ହଜାରରୁ ଅଧିକ ଭୋଟର। କୋଭିଡ ନିୟମାନୁଯାୟୀ ମୋଟ ୧୮ ଟି ବୁଥରେ ଚାଲିଛି ମତଦାନ। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ସବୁ ବୁଥରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

ଚାଳିଶିବାଟିଆର ପୂର୍ବତନ ସରପଞ୍ଚ ବିଦୁଲତା ପଣ୍ଡାଙ୍କ ବିରୋଧରେ ତିନିଟି ସନ୍ତାନ ଥିବା ଅଭିଯୋଗ ପରେ ତାଙ୍କୁ ସରପଞ୍ଚ ପଦ ହରାଇବାକୁ ପଡ଼ିଥିଲା। ଏହାପରେ ଘୋଷଣା ହୋଇଥିଲା ଉପନିର୍ବାଚନ ତାରିଖ। ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ୩ ମହିଳା ପ୍ରାର୍ଥୀ। ମନ୍ଦାକିନି ଦାସଙ୍କୁ ମାଛ ଚିହ୍ନ ମିଳିଥିବାବେଳେ କଲ୍ୟାଣୀ ମାଛୁଆ ଖୋଲା ବହି ଚିହ୍ନରେ ଲଢୁଛନ୍ତି  ନିର୍ବାଚନ। ସେହିପରି ଅନ୍ୟତମ ପ୍ରମୁଖ ପ୍ରାର୍ଥୀ ରଞ୍ଜୁଲତା ସ୍ବାଇଁ । ରଂଜୁଲତା ସୂର୍ଯ୍ୟ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆସନ୍ତା ୨୬ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Leave a Reply