ଭିଜିଲାନ୍ସ ଜାଲରେ ଯୋଗାଣ ନୀରିକ୍ଷକ, କିରାସିନି ପାଇଁ ନେଉଥିଲେ ଲାଞ୍ଚ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅଫିସର । କିରାସିନି ଲିଟର ପିଛା ୮୦ ପଇସା ଲେଖାଏଁ ଲାଞ୍ଚ ନେଇ ଧରାପଡ଼ିଛନ୍ତି ବ୍ଲକ ଯୋଗାଣ ନୀରିକ୍ଷକ । ଖୋର୍ଦ୍ଧା ବ୍ଲକ ଯୋଗାଣ ନୀରିକ୍ଷକ ମାର୍ଶାଲୀନ ପଢ଼ିଆରୀଙ୍କୁ ଭିଜିଲାନ୍ସ ଧରିଛି ।

ଖୋର୍ଦ୍ଧା ବ୍ଲକରେ ନିଯୁକ୍ତ ଡିଲରମାନଙ୍କ ଠାରୁ ଯୋଗାଣ ନୀରିକ୍ଷକ କିରାସିନି ଲିଟର ପିଛା ୮୦ ପଇସା ଦାବି କରୁଥିଲେ । ୧୬ ଡିଲରଙ୍କ ଠାରୁ ପ୍ରାୟ ୩୫ ହଜାର ଲିଟର କିରାସିନି ପାଇଁ ଦାବି କରିଥିଲେ ୨୮ ହଜାର ଟଙ୍କା । ଏ ସମ୍ପର୍କରେ ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଖବର ପାଇ ଚଢ଼ାଉ କରିଥିଲେ ।ବ୍ଲକ କାର୍ଯ୍ୟାଳୟ ପରିସରରେ ଯୋଗାଣ ନୀରିକ୍ଷକ, ଡିଲର ଅମ୍ବିକା ଦାସଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଥିଲା । ତାଙ୍କ ଠାରୁ ଟଙ୍କା ଜବତ କରାଯାଇଥିବା ବେଳେ ଭୁବନେଶ୍ୱର ସ୍ଥିତ ଘରେ ରେଡ୍ ଜାରି ରହିଛି ।

Leave a Reply