କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ବୋରାଙ୍କ ୯୩ ବର୍ଷ ବୟସରେ ନିଧନ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ବୋରାଙ୍କର ୯୩ ବର୍ଷ ବୟସରେ ନିଧନ ହୋଇ ଯାଇଛି । ଗତ କିଛି ଦିନ ଧରି ସେ ନୂଆଦିଲ୍ଲୀର ଫୋର୍ଟିସ ଏସକର୍ଟ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ରବିବାର ଦିନ ତାଙ୍କର ଜନ୍ମଦିନ ଥିଲା । ମୋତିଲାଲଙ୍କୁ ଦୁଇ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପୂର୍ବରୁ ସେ କୋଭିଡ୍ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ ।

ମୋତିଲାଲ ବୋରା କୋଭିଡ ସଂକ୍ରମିତ ହେବା ପରେ  ତାଙ୍କ ଚିକିତ୍ସା ଦିଲ୍ଲୀ ସ୍ଥିତ ଏମସ ହସ୍ପିଟାଲରେ ଜାରି ରହିଥିଲା । ମୋତିଲାଲ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଉତ୍ତର ପ୍ରଦେଶ ରାଜ୍ୟପାଳ ଭାବେ କାର୍ଯ୍ୟକରିଛନ୍ତି । ରାଜନୀତିରେ ରୁଚି ରଖୁଥିବା ମୋତିଲାଲ ଗାନ୍ଧୀ ପରିବାରର ଅତ୍ୟନ୍ତ ନିକଟତର ଥିଲେ । ସେ ଅନେକ ବର୍ଷ ଧରି କଂଗ୍ରେସର କୋଷାଧକ୍ଷ ଦାୟିତୱ ମଧ୍ୟ ତୁଲାଇଛନ୍ତି । ତେବେ ୨୦୧୮ରେ ରାହୁଲ ଗାନ୍ଧୀ ତାଙ୍କ ସ୍ଥାନରେ ଅହମ୍ମଦ ପଟେଲଙ୍କୁ ଏହି ଦାୟିତ୍ୱ ଦେଇଥିଲେ ।

Leave a Reply