ଗାଡ଼ି କାଗଜପତ୍ର ନବୀକରଣ ଅବଧିକୁ ପୁଣି ବଢ଼ାଇଲେ ସରକାର

ନୂଆଦିଲ୍ଲୀ: କରୋନା, ଲକଡାଉନ୍ ଜୀବନ ଯାପନ ଠପ୍ ହୋଇ ଯାଇଥିବା ବେଳେ ଆସ୍ଥେ ଆସ୍ଥେ ଟ୍ରାକକୁ ଫେରୁଛି ଜୀବିକା । ସବୁଠୁ କରୋନାର କାୟା ମାଡ଼ି ମାଡ଼ି ଚାଲିଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ନିଷ୍ପତ୍ତି ନେଇଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ । ଗାଡ଼ିର ଫିଟନେସ୍, ପରମିଟ୍ସ, ଲାଇସେନ୍ସ, ରେଜିଷ୍ଟ୍ରେସନ୍ ଓ ଅନ୍ୟ କାଗଜପତ୍ରର ନବୀକରଣ ଅବଧିକୁ ବୃଦ୍ଧି କରିଛନ୍ତି ।

କେନ୍ଦ୍ରୀୟ ମୋଟର ଭେଇକିଲ୍ ଆଇନ୍ ୧୯୮୯ ଅନୁସାରେ ସରକାର ଗାଡ଼ି କାଗଜପତ୍ର ନବୀକରଣକୁ ଚଳିତବର୍ଷ ଶେଷ ଯାଏଁ ବଢ଼ାଇ ଦେଇଛନ୍ତି । ଯେଉଁମାନଙ୍କ ଗାଡ଼ି କାଗଜପତ୍ର ଅବଧି ୨୦୨୦ ଫେବ୍ରୁଆରୀ ୧ରୁ ସରିଯାଇଛି । ସେମାନେ ଏହାର ଫାରଦା ନେଇପାରିବେ । ଅର୍ଥାତ୍ ସେମାନଙ୍କ କାଗଜପତ୍ରର ବୈଧତା ସରିଯାଇଥିଲେ ମଧ୍ୟ ତାହା ବର୍ଷ ଶେଷ ଯାଏଁ ମାନ୍ୟ ରହିବ ।

କରୋନା ଲକଡାଉନ୍ ପାଇଁ ସରକାର ଏହି ଅବଧିକୁ ମାର୍ଚ୍ଚ ୩୦ ଓ ଜୁନ୍ ୯ତାରିଖରେ ବୃଦ୍ଧି କରିଥିଲେ । ଅବଧିକୁ ପୂର୍ବରୁ ୨୦୨୦ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଥିବା ବେଳେ ଏବେ ପୁଣିଥରେ ବଢ଼ାଇ ଦିଆଯାଇଛି । ବୈଧତା ସରିଯାଇଥିବା ଗାଡ଼ି କାଗଜପତ୍ର ଗୁଡ଼ିକ ୨୦୨୦ ମସିହାର ଡିସେମ୍ବର ୩୧ ଯାଏଁ ବୈଧ ବୋଲି ବିବେଚନା କରାଯିବ ।

Leave a Reply