BREAKING NEWS
ବୁର୍ଲା ଭିସୁଟରୁ ୪ କର୍ମଚାରୀ କରୋନା ପଜିଟିଭ ବାହାରିବା ଘଟଣା । ଆସନ୍ତା ୧୧ ଯାଏଁ ବୁର୍ଲା ଭିସୁଟ ବନ୍ଦ । କର୍ମଚାରୀଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ,ଏପଟେ ରବିବାର ସଟଡାଉନରେ ରହିବ ସମ୍ବଲପୁର ଜିଲ୍ଲା ।ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ପାରାଦୀପ ବନ୍ଦର… ଚଳିତ ଆର୍ଥିକ ବର୍ଷର ମାତ୍ର ୩ ମାସରେ ରେକର୍ଡ… ୨୫.୭୩ ମିଲିୟନ ମେଟ୍ରିକ ଟନ୍ କାରବାର… ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।ମହାକାଶରେ ହେବ ମହାମିଳନ…ଏକାଠି ହେବେ ୮ ଗ୍ରହ ସହ ପ୍ଲୁଟୋ… ସାରା ବିଶ୍ୱ ଦେଖିବ ପୂର୍ଣ୍ଣ ଗ୍ରହ ସଂରଚନା… ଜ୍ୟୋତିର୍ବିଦଙ୍କ ଗଣନା, ପ୍ରଭାବିତ ହେବ ପାଣିପାଗ ଓ ଜୀବଜଗତ ।ପରୀକ୍ଷାରେ ବ୍ରେକ ଲଗାଇଲା କରୋନା… ଘୁଞ୍ଚିଲା ଜେଇଇ ମେନ ଓ ଆଡଭାନ୍ସ ପରୀକ୍ଷା… ସେପଟେ ଜୁଲାଇ ୩୧ ଯାଏଁ ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ ଘୋଷଣା ।ଆଜି ଅନଲକ ଇଣ୍ଡିଆ ପାର୍ଟ ୨… ରାଜ୍ୟର ୧୬ ଜିଲ୍ଲାରେ ଶନି-ରବି ସଟଡାଉନ୍ । ସେପଟେ ଏ ସପ୍ତାହରେ ସଟଡାଉନରେ ରହିବନି ପୁରୀ ସହର… ଘର ଘର ବୁଲି ଯାଞ୍ଚ କରିବ ଟିମ୍ ।ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି… ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ କରାଯିବ ଉତ୍ସର୍ଗ୩୨ଟି ପିଲାରେ ଗୋଟେ ଗ୍ରୁପ୍, ସପ୍ତାହରେ ତିନି ଦିନ କ୍ଲାସ୍ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା । ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।ଦେଶରେ ୬ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା… ଗତ ୨୪ ଘଣ୍ଟାରେ ୧୯ ହଜାର ୧୪୮ ପଜିଟିଭ, ୪୩୪ ମୃତ୍ୟୁମାଲକାନଗିରିରେ ପଶୁ ହତ୍ୟାର ବର୍ବର ଚିତ୍ର… କାଲିମେଳା ପଡ଼ିଆ କାଲଦାପଲ୍ଲୀରେ କୁମ୍ଭୀରକୁ ଗଛରେ ବାନ୍ଧିଲେ ଲୋକେ… ମାଂସ ଭାଗ ବାଣ୍ଟି ଖାଇଥିବା ଅଭିଯୋଗ

ରାମଦେବଙ୍କ କରୋନା ରାମବାଣ କରୋନିଲକୁ ଆଉ ଏକ ଝଟକା

ଆୟୁଷ ମନ୍ତ୍ରାଳୟ ପରେ ନୋଟିସ୍ ଦେଲା ଉତ୍ତରାଖଣ୍ଡ ଆର୍ୟୁବେଦ ଅଧିକାରୀ କତ୍ତୃପକ୍ଷ

ବାବା ରାମଦେବଙ୍କ କୋରୋଲିନକୁ ନେଇ ବିବାଦ କ୍ରମାଗତ ଭାବେ ବଢିବାରେ ଲାଗିଛି । ମଙ୍ଗଳବାର ସନ୍ଧ୍ୟାରେ ରାମଦେବ କରୋନା ଭୂତାଣୁ ସଂକ୍ରମଣକୁ ସମୂଳେ ନାଶ କରିବା ପାଇଁ କୋରୋନିଲ ନାମକ ଏକ ଔଷଧକୁ ଲଂଚ୍ କରିବା ପରେ ଭାରତ ସରକାରଙ୍କର ଆୟୁଷ ମନ୍ତ୍ରାଳୟ ଔଷଧର ପ୍ରଚାର ପ୍ରସାରକୁ ରୋକିଥିଲେ । ତେବେ ଏହି କ୍ରମରେ ବୁଧବାର ରାମବାବାଙ୍କ କରୋନା ରାମବାଣ କରୋଲିନକୁ ଆଉ ଏକ ବଡ ଝଟକା ଲାଗିଛି ।

 

କେନ୍ଦ୍ର ସରକାରଙ୍କ ପରେ ଏବେ ଉତ୍ତରାଖଣ୍ଡ ସରକାରଙ୍କର ଆର୍ୟୁବେଦ ଔଷଧ ଅଧିକାରୀ କର୍ତ୍ତୃପକ୍ଷ ରାମଦେବ ବାବାଙ୍କ କୋରୋନିଲ ଉପରେ ପ୍ରଶ୍ନ ଉଠାଇଛି । କର୍ତ୍ତୃପକ୍ଷର ଯିତେନ୍ଦ୍ର ସିଂ ରାଓ୍ୱତ କହିଛନ୍ତି ଯେ, କରୋନା ଔଷଧ ପ୍ରସ୍ତୁତ କରିବାକୁ ନୁହେଁ ବରଂ ରୋଗପ୍ରତିରୋଧକ ଶକ୍ତି ବଢାଇବା ଓ ଥଣ୍ଡାରୁ ରକ୍ଷା ପାଇବା ଭଳି ଔଷଧ ପ୍ରସ୍ତୁତ କରିବା ପାଇଁ ପତଞ୍ଜଳୀକୁ ଅନୁମତି ଦିଆଯାଇଥିଲା । ଗଣମାଧ୍ୟମ ମାଧ୍ୟମରେ ହିଁ ମୋତେ ବାବା ରାମଦେବ କରୋନାର ସମାଧାନ ବାହାର କରିଥିବା ଭଳି ଖବର ଶୁଣିବାକୁ ମିଳିଥିଲା

 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି କମ୍ପାନୀ ଏସମୟରେ କରୋନା ସଂକ୍ରମକଙ୍କୁ ସୁସ୍ଥ କରିବା ପାଇଁ ଦାବି କରି ପ୍ରଚାର ପ୍ରସାର କରି ପାରିବ ନାହିଁ । ଯେପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଦ୍ଧିବଦ୍ଧ ଅନୁମତି ନମିଳିଛି ସେଯାଁଏ ଏପରି କରିବା ସମ୍ଭବ ନୁହେଁ । ସେହିଭଳି ସରକାରଙ୍କ ତରଫରୁ ଏବେ ପତଞ୍ଜଳୀ କମ୍ପାନୀକୁ ନୋଟିସ କରି ସଫେଇ ମଗାଯାଇଛି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ମନ୍ତ୍ରାଳୟଠାରୁ ସ୍ପଷ୍ଟ ଭାବେ ଅନୁମତି ନନେଇ ପତଞ୍ଜଳୀ କମ୍ପାନୀ କୋରୋଲିନର ଏଭଳି ପ୍ରଚାର ପ୍ରସାର କରିବା ଉଚିତ୍ ନଥିଲା ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More