ମହଙ୍ଗା ପଡ଼ିଲା ପେଟ୍ରୋଲକୁ ନେଇ କମେଡ଼ି, କମ୍ପାନୀ କରିବ କେସ୍

1 min read

ଜୟପୁର: ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ହଙ୍ଗାମା ଚାଲିଛି । ସୋସଆଲ ମି୍ଡିଆରେ ସବୁଦିନ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଅନେକ ଲୋକ ଏଥିପାଇଁ ସୋଶାଲ୍ ମିଡିଆରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ବି କରୁଛନ୍ତି । ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନକଲ କରି ଲୋକପ୍ରିୟ ହୋଇଥିବା କମେଡିଆନ୍ ଶ୍ୟାମ ରଙ୍ଗିଲା ବି ମୋଦି ସରକାରଙ୍କୁ ନେଇ ଏକ କମେଡ଼ି ଭିଡିଓ ଅପୋଲଡ କରିଛନ୍ତି । ଏହି ଭିଡିଓଟି ବହୁତ ଭାଇରାଲ ବି ହୋଇଛି । ହେଲେ ଏହି ଭିଡୁଓ ପାଇଁ ଶ୍ୟାମ ରଙ୍ଗିଲା ବିବାଦ ଘେରରେ ଫସିଯାଇପାରନ୍ତି।

ସୂଚନା ଅନୁଯାୟୀ ଏହି ଭିଡିଓଟି ଜୟପୁର ଶ୍ରୀଗଙ୍ଗାନଗରର ହନୁମାଗଡ଼ରୋଡ଼ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଶୁଟ୍ କରାଯାଇଛି। ଭିଡିଓରେ  ଶ୍ୟାମ ରଙ୍ଗିଲା ଶ୍ରୀଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ ୧୦୦ ଟଙ୍କା ପାର୍ କରିବାରୁ କଟାକ୍ଷ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ସାମ୍ନାକୁ ଆସିବାପରେ ପେଟ୍ରୋଲ ପମ୍ପର ପରିଚାଳକ ସୁରେନ୍ଦ୍ର ଅଗ୍ରୱାଲ ଶ୍ୟାମ ରଙ୍ଗେଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଶୁକ୍ରବାର ଦିନ ସଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। କୁହାଯାଉଛି ଯେ ଘରୋଇ ତୈଳ କମ୍ପାନୀର ଚାପରେ ପମ୍ପ ପରିଚାଳକ ଏଭଳି ପଦକ୍ଷେପ ନେଇଛନ୍ତି। କମ୍ପାନୀ ପମ୍ପ ପରିଚାଳକଙ୍କୁ କହିଛି ଯେ ଯଦି ମାମଲା ଦାଖଲ ନହୁଏ ତେବେ ପମ୍ପର ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ବନ୍ଦ ହୋଇଯିବ।

https://twitter.com/ShyamRangeela/status/1361664964050755585?s=20

ପମ୍ପ ପରିଚାଳକ ସୁରେନ୍ଦ୍ର ଅଗ୍ରୱାଲଙ୍କ ଅନୁଯାୟୀ ହାସ୍ୟ ଅଭିନେତା ଶ୍ୟାମ ରଙ୍ଗେଲା ତାଙ୍କୁ ଫୋନରେ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ ସେ କେବଳ ଏକ ଫଟୋ ନେବେ ବୋଲି। ତା’ପରେ  ଫେବୃଆରୀ ୧୭ ସନ୍ଧ୍ୟାରେ କିଛି ଲୋକ ବାଇକ ଯୋଗେ ଆସିଥିଲେ । ଏହି ସମୟରେ ପମ୍ପରେ ଭିଡ଼ ଅଧିକ ଥାଏ ତେଣୁ ସମସ୍ତ କର୍ମଚାରୀ ବ୍ୟସ୍ତ ଥାନ୍ତି । ତେବେ ଏହାର ଫାଇଦା ଉଠାଯାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ସେ ଆହୁରି କହିଛନ୍ତି କହିଛନ୍ତି ଯେ ଏଥିପାଇଁ ସେ ତୈଳ କମ୍ପାନୀକୁ କ୍ଷମା ପ୍ରାର୍ଥନା କରିବା ସହ ଦୁଇଜଣ କର୍ମଚାରୀଙ୍କ ଛଟେଇ ବି କରିଛନ୍ତି।

ଏହି ମାମଲାର ସୂଚନା ସାମ୍ନାକୁ ଆସିବା ପରେ ଶ୍ୟାମ ରଙ୍ଗେଲା ମଧ୍ୟ ଏ ନେଇ ଟୁଇଟ୍ କରିଛନ୍ତି। ଶ୍ୟାମ ରଙ୍ଗିଲା ଲେଖିଛନ୍ତି, ‘କମ୍ପାନୀର ଏମିତି କ’ଣ ଅସୁବିଧା ହେଇଗଲା ଯେ ସେ ଅପରେଟରଙ୍କୁ ତେଲ ପଠାଉ ନାହିଁ ? ମୁଁ  ଏମିତି କ’ଣ କହିଛି ଯେ କମ୍ପାନୀର ମନୋଭାବକୁ ଆଘାତ ଲାଗିଛି? ଏମିତି କଣ କାରଣ ଅଛି ଯେ ତାଙ୍କୁ କ୍ଷମା ନୁହେଁ କାର୍ଯ୍ୟାନୁଷ୍ଠାନ ଦରକାର? ହଉ ନିଅ କାର୍ଯ୍ୟାନୁଷ୍ଠାନ।’

Leave a Reply