କରୋନା ପାଇଁ ଚୀନର ଖାଦ୍ୟ ଅଭ୍ୟାସକୁ ଦାୟୀ କରୁଛି ଦୁନିଆ

ଯେତେବେଳେ ଚୀନରେ କରୋନା ପ୍ରଥମେ ତାର ଦସ୍ତକ ଦେଇଥିଲା ସେତେବେଳେ ଏହାର କାରଣକୁ ନେଇ ଅନେକ ତର୍ଜମା କରାଯାଇଥିଲା । ଅନେକ ବିଶେଷଜ୍ଞ  ଆଉ ଗବେଷକ ବିଭିନ୍ନ ମତପୋଷଣ କରୁଥିଲେ ମଧ୍ୟ ଚୀନର ଉହାନ ସହରରେ ଥିବା ମାଂସ ବଜାର ଏହାର ମୁଖ୍ୟ ପୃଷ୍ଠପୋଷକ ବୋଲି ସାଧାରଣ ଲୋକଙ୍କ ଧାରଣା ହୋଇଥିଲା । ଅବଶ୍ୟ ଚୀନବାସୀଙ୍କ ଖାଇବା ଶୈଳୀ ଏବଂ ଖାଦ୍ୟ ପଦାର୍ଥକୁ ଦେଖିଲେ ଏଭଳି ଧାରଣା ଅମୂଳକ ବୋଲି ମନେ ହୁଏନା । କହିବାକୁ ଗଲେ ବିଶ୍ୱରେ ବ୍ୟାପିଥିବା ବିଭିନ୍ନ ମହାମାରୀ ପଛରେ ଚୀନର ଏଭଳି ବିକୃତ ଖାଦ୍ୟ ଅଭ୍ୟାସକୁ ମଧ୍ୟ ଦୋଷ ଦିଆଯାଇପାରିବ ।

ସମ୍ପ୍ରତି ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରୁଥିବାବେଳେ ଭାରତର ମଧ୍ୟ ତାର କିଛଟା ପ୍ରଭାବ ପଡିଛି । ଏକ ବୃହତ୍‌ ଦେଶ ଭାବରେ ଚୀନରେ କରୋନା ଯେତିକି କ୍ଷତିସାଧନ କରିଛି ସେତେ ଜଲଦି ତାକୁ ନିୟନ୍ତ୍ରଣ କରିବାରେ କିଛିଟା ସଫଳ ମଧ୍ୟ ହୋଇଛି । ଏବେ ଭାରତରେ କରୋନା ସେତେଟା ପ୍ରଭାବ ପକାଇ ନଥିଲେ ମଧ୍ୟ ଆଗାମୀ ସମୟରେ ଏହା କିଛି ଗୁରୁତର ହେବାର ସମ୍ଭାବନା ରହିଛି । ତେବେ ଚୀନ ତୁଳନାରେ ଏହା ଭାରତରେ କେତେ ପ୍ରଭାବ ପକାଇବ ଏବେ ତାହା ପ୍ରମୁଖ ପ୍ରଶ୍ନବାଚୀ ହୋଇଛି । ବିଭିନ୍ନ ଭାବରେ ଭାରତ ଏବଂ ଚୀନ ମଧ୍ୟରେ ତୁଳନା କରିବା ପରେ ଏନେଇ କିଛିଟା ଆଶଙ୍କା ବୃଦ୍ଧି ପାଇବା ମଧ୍ୟ ସ୍ୱାଭାବିକ ।

ସାରା ବିଶ୍ୱରେ ନିଜର ଅଜବଗଜବ ଖାଇବା ଅଭ୍ୟାସ ପାଇଁ ଚର୍ଚ୍ଚିତ ଚୀନ । ଖାଦ୍ୟ ନାମରେ କୈାଣସି ବି ଅଖାଦ୍ୟକୁ ଖାଇ ଯିବା ସତେ ଯେମିତି ଚୀନବାସୀଙ୍କ ଅଭ୍ୟାସ ହୋଇଯାଇଛି । ଭୋକ ଜ୍ୱାଳା ମେଣ୍ଟାଇବାକୁ ଚୀନବାସୀ କୈାଣସି ବି ଜୀବଜନ୍ତୁଙ୍କ ମାଂସ ଖାଇବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଭାରତ ପରିପ୍ରେକ୍ଷୀରେ ଏହାକୁ ତୁଳନା କଲେ ଦୁଇ ଦେଶ ମଧ୍ୟରେ ଥିବା ଆକାଶ ପାତାଳ ଫରକ ସ୍ପଷ୍ଟ ଜଣାପଡେ ।

ଚୀନର ଖାଦ୍ୟପେୟକୁ ନେଇ ଅନେକ ସମୟରେ ଅନେକ ଆଲୋଚନା ହୋଇଥାଏ । ସେଛାରେ ରହୁଥିବା ଲୋକଙ୍କ ଖାଦ୍ୟ ଅଭ୍ୟାସ ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ହୋଇଥାଏ । ଯେଭଳି ଭାବରେ ସେମାନେ ବିଭିନ୍ନ ଖାଦ୍ୟ ଖାଇଥାନ୍ତି ତାହା ଚିନ୍ତା କରିବା ମଧ୍ୟ ସହଜ ମନେ ହୁଏନା । ସାଧାରଣରେ ଯେଉଁ ମାନଙ୍କୁ ଆମେ ଭୟଙ୍କର ଆଉ ମାରାତ୍ମକ ଜୀବଜନ୍ତୁର ମାନ୍ୟତା ଦେଇ ଆସିଛୁ ତାକୁ ଚୀନବାସୀ ଅତି ଖୁସିରେ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ।

କୈାଣସି ଦେଶର ସାଂସ୍କୃତିକ ବିଭବରେ ଖାଦ୍ୟପେୟର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚୀନର ସାଂସ୍କୃତିକ ପରମ୍ପରା ଅନେକ ପୁରୁଣା ହୋଇଥିଲେ ମଧ୍ୟ ସେଠାରେ ଖାଦ୍ୟପେୟର କିଛି ଭିନ୍ନ ସ୍ୱତନ୍ତ୍ରତା ରହିଛି । ଖାଦ୍ୟପେୟ ନାମରେ ଚୀନରେ ଯେଉଁ ସବୁ ଜିନିଷକୁ ବ୍ୟବହାର କରାଯାଏ ସେ ସମ୍ପର୍କରେ ଚିନ୍ତା କରିବା ମଧ୍ୟ କଷ୍ଟକର ହୋଇପଡେ । ଖାଦ୍ୟ ନାମରେ ଚୀନରେ ଯେକୈାଣସି ଜୀବଜନ୍ତୁଙ୍କୁ ମଧ୍ୟ ବ୍ୟବହାର କରାଯାଇପାରେ । ଲୋକଶ୍ରୁତି କହେ ଅନେକ ବର୍ଷ ପୂର୍ବରୁ ଚୀନରେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା । ସ୍ଥିତି ଏମିତି ହେଇଥିଲା ଯେ ଖାଇବାକୁ ନ ପାଇ ଲୋକ ରାସ୍ତାଘାଟରେ ପୋକମାଛି ପରି ମରିଥିଲେ । ସେହି ସମୟରେ ଚୀନରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳିଥିଲା । ଏହି ସମୟରେ ଜୀବନ ବଞ୍ଚାଇବାକୁ ସେମାନେ ଜୀବଜନ୍ତୁଙ୍କୁ ଖାଇବା ଆରମ୍ଭ କରିଥିଲେ । ପରେ ଏଭଳି ମାଂସ ଖାଇବା ସେମାନଙ୍କ ଅଭ୍ୟାସ ଏବଂ ସଉକରେ ପରିଣତ ହୋଇଥିଲା । ସେହି ଖାଦ୍ୟ ଅଭ୍ୟାସକୁ ପୂରଣ କରିବା ପାଇଁ ସେମାନେ ଭିନ୍ନଭିନ୍ନ ଜୀବଜନ୍ତୁଙ୍କୁ ବିଭିନ୍ନ ଭାବରେ ଖାଇବା ଆରମ୍ଭ କରିଥିଲେ । ଯେଉଁମାନଙ୍କୁ ଖାଇବା କଥା ସ୍ୱପ୍ନରେ ସୁଦ୍ଧା କଳ୍ପନା କରାଯାଇନପାରେ ସେମାନଙ୍କୁ ଚୀନବାସୀ ଅତି ଆନନ୍ଦର ସହ ଖାଆନ୍ତି ।

କୁମ୍ଭୀର ମାଂସ ଚୀନବାସୀଙ୍କ ଏକ ପ୍ରିୟ ଖାଦ୍ୟ । ବିଶାଳକାୟ କୁମ୍ଭୀରଙ୍କୁ ମାରିବା ପରେ ତାକୁ ସ୍ୱତନ୍ତ୍ର ଭାବରେ ରୋଷ୍ଟ କରାଯାଏ ଏବଂ ତାକୁ ସେମାନେ ଅତି ଖୁସିରେ ଖାଆନ୍ତି । ଖାସ୍‌ କରି କୁମ୍ଭୀର ଲାଞ୍ଜକୁ ସେମାନେ ସ୍ୱତନ୍ତ୍ର ଭାବରେ ରୋଷେଇ କରନ୍ତି । ଚୀନରେ ଆଉ ଏକ ଲୋକପ୍ରିୟ ଖାଦ୍ୟ ହେଉଛି କଙ୍କଡା ବିଛା । ସାଧାରଣତଃ ଏହା ଅତି ବିଷାକ୍ତ ହୋଇଥିଲେ ମଧ୍ୟ ଚୀନବାସୀ ଏହାକୁ ଅତି ଖୁସିରେ ଖାଆନ୍ତି । ଆଶ୍ଚର୍ଯ୍ୟର କଥା ଖାଇବା ପୂର୍ବରୁ ସେମାନେ କଙ୍କଡା ବିଛାର ବିଷ ମଧ୍ୟ ବାହାର କରନ୍ତି ନାହିଁ ।

ଗଭୀର ସମୁଦ୍ରରେ ରହୁଥିବା ଅକ୍ଟୋପସ୍‌ ମଧ୍ୟ ଚୀନବାସୀଙ୍କ ପ୍ରିୟ ଖାଦ୍ୟ । ଅକ୍ଟୋପସକୁ ଧରିବା ପରେ ପ୍ରଥମେ ଗରମ ପାଣିରେ ତାକୁ ସିଝାଇ ଦିଆଯାଏ ଏବଂ ତାପରେ ତାକୁ ଡିସ୍‌ ଭାବରେ ବ୍ୟବହାର କରାଯାଏ । ତେବେ ଛୋଟଛୋଟ ଅକ୍ଟୋପସକୁ ଜୀବନ୍ତ ଖାଇବା ପାଇଁ ପସନ୍ଦ କରନ୍ତି ଚୀନବାସୀ । ବିଭିନ୍ନ ବିଷାକ୍ତ ସାପକୁ  ଗରମ ପାଣିରେ ସିଝାଇବା ପରେ ଖଣ୍ଡ ଖଣ୍ଡ କରି କାଟି ଖାଆନ୍ତି ଚୀନବାସୀ । କେତେବେଳେ ତାକୁ ରୋଷେଇ କରି ତ କେତେବେଳେ ପୁଣି କଞ୍ଚା ସାପ ମାଂସକୁ ଖାଇଯାଆନ୍ତି । ଶରୀରରେ ରକ୍ତ ସୃଷ୍ଟି କରିବା ପାଇଁ ସାପ ମାଂସ ଖାଇବା ଜରୁରି ବୋଲି ସେମାନେ କହନ୍ତି । ଏହାଛଡା ଅନେକ ପ୍ରକାର ସାମୁଦ୍ରିକ ଜୀବଜନ୍ତୁ, ବିଷାକ୍ତ ମାଛ ମଧ୍ୟ ଚୀନରେ ଖାଦ୍ୟ ଭାବରେ ବ୍ୟବହୃତ ହୋଇଥାଏ । ଚୀନରେ କୁକୁର ମୁଣ୍ଡ ହେଉଛି ଆଉ ଏକ ଲୋକପ୍ରିୟ ଖାଦ୍ୟ । କୁକୁରକୁ ମାରି ତାର ମାଂସ ଖାଇବା ସହ ତାର ମୁଣ୍ଡକୁ ମଧ୍ୟ ଅତି ଆଗ୍ରହର ସହ ଖାଆନ୍ତି ଚୀନବାସୀ ।

ଚୀନର ଆଉ ଏକ ଲୋକପ୍ରିୟ ଖାଦ୍ୟ ହେଉଛି ବାଦୁଡି । ଏଥିରୁ ପ୍ରସ୍ତୁତ ହେଉଥିବା ସୁପ୍‌ ଚୀନବାସୀଙ୍କ ପାଇଁ ଅତି ପ୍ରିୟ ଅଟେ । କୁହାଯାଏ କରୋନା ଭାଇରସ ବ୍ୟାପିବା ପଛରେ ଏହି ବାଦୁଡି ସୁପ୍‌ ରହିଛି । ତଥାପି ଚୀନର ଲୋକମାନେ ଏହାକୁ ଖାଇବା ଏପର୍ଯ୍ୟନ୍ତ ବନ୍ଦ କରିନାହାନ୍ତି ।

ଏଭଳି ଭାବରେ ଜୀବଜନ୍ତୁଙ୍କୁ ଖାଇବା ପ୍ରକୃତିର ନିୟମ ବିରୁଦ୍ଧ । ତଥାପି ଚୀନରେ ଏହାର କୈାଣସି ପ୍ରଭାବ ଦେଖିବାକୁ ମିଳେନାହିଁ । ତେବେ ପ୍ରକୃତିର ଏଭଳି ବିରୁଦ୍ଧାଚରଣ ହିଁ ଭୟଙ୍କର ଭାଇରସ୍‌ ସଂକ୍ରମଣର ପ୍ରମୁଖ କାରଣ ବୋଲି ଅନେକ ମୃତ ଦିଅନ୍ତି ।

ଖାଦ୍ୟ ସାମଗ୍ରୀ ନାମରେ ଯେକୈାଣସି ଜିନିଷକୁ ଖାଇଯିବା କେକେବି ଗ୍ରହଣୀୟ ହୋଇପାରେନା । ହେଲେ ଚୀନବାସୀଙ୍କୁ ଦେଖିଲେ ସେମାନଙ୍କ ଖାଦ୍ୟ ସମ୍ପର୍କରେ ଜାଣିଲେ ସେମାନେ କିଛି ସାଧାରଣ ଚିନ୍ତା କରୁଥିବେ ବୋଲି ମନେ ହୁଏନା । ସେମାନଙ୍କ ପାଇଁ ଖାଦ୍ୟ ହିଁ ବିଶେଷ ଗୁରୁତ୍ୱ ବହନ କରେ । ସେଥିପାଇଁ ତ ସେମାନେ ନିଜର ପୋଷା ଜୀବଜନ୍ତୁଙ୍କୁ ମଧ୍ୟ ମାରି ଖାଇଯିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ସେମାନଙ୍କ ପାଇଁ ବିଶ୍ୱସ୍ତ ଥିବା ପୋଷା କୁକୁର କିମ୍ବା ବିଲେଇ ପ୍ରତି ମଧ୍ୟ ସେମାନଙ୍କ ମନରେ କୈାଣସି ପ୍ରକାର ସମବେଦନା ଥିବା ଭଳି ମନେ ହୁଏନା ।

ଚୀନରେ ପଶୁ ମାଂସ ଖାଇବା ଏକ ନିୟମିତ ପ୍ରକ୍ରିୟା ଅଟେ । ଖାଇବା ନାମରେ ଯେ କୈାଣସି ପ୍ରାଣୀ, ଜୀବଜନ୍ତୁଙ୍କୁ ମାରି ଖାଇଯିବା ଯେମିତି ଚୀନରେ ଅଭ୍ୟାସ ହୋଇଯାଇଛି । ମଣିଷ ପାଇଁ କୁକୁର ଅତି ବିଶ୍ୱାସୀ ବୋଲି ସମସ୍ତେ ଜାଣିଥିବାବେଳେ ଚୀନରେ କିନ୍ତୁ ଏ କଥାର କିଛି ମୂଲ୍ୟ ନାହିଁ । ଚୀନରେ ଯେଭଳି ଭାବରେ କୁକୁର ମାଂସକୁ ଲୋକେ ଆଗ୍ରହର ସହ ଖାଇଥାନ୍ତି ତାହା ଦେଖିଲେ ସହଜରେ ବିଶ୍ୱାସ ମଧ୍ୟ ହୁଏନାହିଁ । ତେବେ କେବଳ କୁକୁର ନୁହେଁ ବରଂ ଚୀନରେ ବିଲେଇ ମାଂସ ଖାଇବା ପରମ୍ପରା ଅଧିକ ମାତ୍ରାରେ ପ୍ରଚଳିତ । ସେଥିପାଇଁ ଚୀନର ପ୍ରାୟତଃ ସମସ୍ତ ସହରରେ ଥିବା ରେଷ୍ଟୁରାଣ୍ଟ ଏବଂ ହୋଟେଲରେ କୁକୁର ଏବଂ ବିଲେଇ ମାଂସ ମିଳେ ଆଉ ଲୋକମାନେ ଏହାକୁ ଅତି ଆଗ୍ରହର ସହ ଖାଇଥାନ୍ତି । ଏଠାରେ ଥିବା ମାଂସ ବଜାରରେ ମଧ୍ୟ କୁକୁର ଏବଂ ବିଲେଇଙ୍କୁ ମାରିବା ପରେ ସେମାନଙ୍କ ମାଂସ ବିକ୍ରି ହୋଇଥାଏ । ଏହାଛଡା ସେସବୁ ମାର୍କେଟରେ ମାଂସ ପାଇଁ ଅତି ନିଷ୍ଠାର ଭାବରେ କୁକୁର ଏବ ବିଲେଇଙ୍କୁ ହତ୍ୟା କରାଯାଏ । ସେମାନଙ୍କ ଚମଡାକୁ ପ୍ରଥମେ ଉତାରି ଦିଆଯାଏ ଏବଂ ଏହାପରେ ତାକୁ କାଟି ରୋଷେଇ କରାଯାଏ । ଏଭଳି କରିବା ଦ୍ଵାରା ତାହା ଅଧିକ ସୁସ୍ୱାଦୁ ଏବଂ ପୁଷ୍ଟିକର ହୋଇଥାଏ । କୁକୁର ମାଂସକୁ ସେହି ପ୍ରକ୍ରିୟାରେ ପ୍ରସ୍ତୁତ କଲେ ସେଥିରୁ ଅଧିକ ପ୍ରୋଟିନ ମିଳେ ବୋଲି ଚୀନବାସୀଙ୍କ ବିଶ୍ୱାସ ରହିଛି । କୁକୁର ମାଂସ ଖାଇବାକୁ ଚୀନବାସୀ ଏତେ ଭଲ ପାଆନ୍ତି ଯେ ନିଜର ପୋଷା କୁକୁରଙ୍କୁ ମଧ୍ୟ ବଜାରରେ ବିକ୍ରି କରିଦିଅନ୍ତି । ପୁଣି ଏକ ରିପୋର୍ଟ ମୁତାବକ ମାଂସ ପାଇଁ ଚୀନରେ ପ୍ରତିବର୍ଷ ୪୦ ଲକ୍ଷ ବିଲେଇଙ୍କୁ ହତ୍ୟା କରାଯାଏ ।

ଚୀନରେ କୁକୁର ଏବଂ ବିଲେଇ ମାଂସର ଚାହିଦା ଏତେ ଅଛି ଯେ ସେଥିପାଇଁ ପ୍ରତିବର୍ଷ ସେଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଏ । ଏଥିରେ ୧୦ ଲକ୍ଷ ଲୋକଙ୍କ ସମାଗମ ହେଉଥିବାବେଳେ କୁକୁର ମାଂସରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଚୀନ ଏବଂ ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବା ପରମ୍ପରା ପ୍ରାୟ ୫ ଶହ ବର୍ଷ ପୁରୁଣା ବୋଲି କୁହାଯାଉଥିବାବେଳେ ଗତ କେତେ ବର୍ଷରୁ ଏହି ଉତ୍ସବ ପାଳିତ ହେଉଛି । ତେବେ ଏହି ଉତ୍ସବ ଆୟୋଜନରେ ଚୀନ ସରକାରଙ୍କ କୈାଣସି ଭୂମିକା ନଥିବାବେଳେ କେତେକ ଘରୋଇ ସଂସ୍ଥା ଏହାକୁ ଆୟୋଜନ କରି ଆସୁଛନ୍ତି ।

ଏହି ଉତ୍ସବରେ ଭାଗ ନେଉଥିବା ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ଏହି ଉତ୍ସବ ପାଳନକୁ ବିରୋଧ କରିଥିଲେ । ପୁଣି ୫୧.୭ ପ୍ରତିଶତ ଲୋକ କୁକୁର ମାଂସ ଖାଇବା ପରମ୍ପରାକୁ ବିରୋଧ କରିଥିଲେ । ଏହାଛଡା ୬୯ ପ୍ରତିଶତ ଲୋକ କେବେବି କୁକୁର ମାଂସ ଖାଇନାହାନ୍ତି ବୋଲି କହିଥିଲେ । ତେବେ ଯେଭଳି ଭାବରେ ଚୀନରେ ମାଂସ ପାଇଁ କୁକୁରଙ୍କୁ ମାରି ଦିଆଯାଏ, ସେମାନଙ୍କ ପ୍ରତି ବର୍ବରତା କରାଯାଏ ତାକୁ ନେଇ ବିଶ୍ୱର ଅନେକ ସମାଜସେବୀ ପ୍ରତିକ୍ରିୟା ପ୍ରକାଶ କରନ୍ତି । ଚୀନରେ ତୁରନ୍ତ କୁକୁର ମାଂସ ଖାଇବା ଉପରେ ନିଷେଧାଦେଶ ଲଗାଇବାକୁ ସେମାନେ ଦାବି କରି ଆସୁଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ଚୀନ ସରକାର ଏଥିରେ କୈାଣସି ରୋକ୍‌ ଲଗାଇ ପାରିନାହାନ୍ତି ।

ସାଧାରଣତଃ କେତେକ ନିର୍ଦ୍ଦିଷ୍ଟ ଧାରାରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ । ହେଲେ ଚୀନରେ ଏମିତି କଥାର କୈାଣସ ମୂଲ୍ୟ ଥିବା ଭଳି ମନେ ହୁଏନି । କାରଣ ସେମାନେ ଯେଭଳି ଭାବରେ ସେମାନେ ଖାଦ୍ୟକୁ ଗ୍ରହଣ କରନ୍ତି, ଯେଭଳି ସ୍ଥିତିରେ ତାକୁ ପ୍ରସ୍ତୁତ କରନ୍ତି ତାହା ସତରେ ଆଶ୍ଚର୍ଯଜନକ । ଜୀବନ୍ତ ଜୀବଜନ୍ତୁଙ୍କୁ ଖାଇବା ସେମାନଙ୍କ ଅଭ୍ୟାସରେ ଯେମିତି ପରିଣତ ହୋଇଯାଇଛି । ଖାଇବା ପ୍ଲେଟରେ ସେମିତି ଜୀବନ୍ତ ପଶୁପକ୍ଷୀଙ୍କୁ ଖାଦ୍ୟ ସାମଗ୍ରୀ ଭାବରେ ପରଶା ଯାଇଥିଲେ ସେମାନେ ଅଧିକ ଉତ୍ସାହିତ ହୋଇ ତାକୁ ଗ୍ରହଣ କରନ୍ତି ।

ବିଶ୍ୱର ବିଭିନ୍ନ ଦେଶରେ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତି । ହେଲେ ଚୀନରେ ବ୍ୟବହୃତ ହେଉଥିବା ଖାଦ୍ୟ ସାମଗ୍ରୀ ଏବଂ ବ୍ୟଞ୍ଜନ ସାରା ବିଶ୍ୱରେ ନିଆରା । ଏଠାରେ ଯେଭଳି ଭାବରେ ଖାଦ୍ୟ ପ୍ରସ୍ତୁତ ହୁଏ ଏବଂ ଲୋକମାନେ ଯେଉଁ ସବୁ ଖାଦ୍ୟ ଖାଆନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଚୀନରେ ଜୀବନ୍ତ ପ୍ରାଣୀ, ଜନ୍ତୁଙ୍କ ମାଂସ ଖାଇବାକୁ ଲୋକେ ଅଧିକ ପସନ୍ଦ କରନ୍ତି । ଜୀବନ୍ତ ପ୍ରାଣୀଙ୍କୁ ଡିସ୍‌ ଭାବରେ ବ୍ୟବହାର କରିବାକୁ ଚୀନବାସୀ ଭଲ ପାଆନ୍ତି ଏବଂ ତାକୁ ଅତି ଆଗ୍ରହର ସହ ଖାଆନ୍ତି । ଜୀବନ୍ତ ପୋକଜୋକ, କଙ୍କଡା, ବିଛା, ସରୀସୃପ ଏବଂ ସାମୁଦ୍ରିକ ପ୍ରାଣୀଙ୍କୁ ଖାଇବା ଯେମିତି ସେମାନଙ୍କ ନିୟମିତ ଅଭ୍ୟାସ ।

ବତକର ଜୀବନ୍ତ ଭ୍ରୁଣରେ ଚୀନରେ ଏକ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ମୁଖ୍ୟତଃ ଚୀନର ନାମଜ୍ୟାଙ୍ଗ ଅଞ୍ଚଳରେ ଏହାର ବହୁଳ ବ୍ୟବହାର ହୋଇଥାଏ । ନବଜାତ ମୂଷା ତରକାରୀ ଚୀନରେ ଏକ ଲୋକପ୍ରିୟ ଖାଦ୍ୟ ଅଟେ । ମୂଷା ଶାବକଙ୍କୁ ମଦ ସହ ଖାଇବାକୁ ଚୀନବାସୀ ଅଧିକ ପସନ୍ଦ କରନ୍ତି । ଚୀନରେ ମୁଖ୍ୟତଃ ଚପ୍‌ ଷ୍ଟିକ୍‌ ଏବଂ ସସ୍‌ ସହ ମୂଷା ଛୁଆଙ୍କୁ ଖାଇବାର ପରମ୍ପରା ରହିଛି ।

ଚୀନର ଆଉ ଏକ ଚର୍ଚ୍ଚିତ ଖାଦ୍ୟ ହେଉଛି ମାଙ୍କଡଙ୍କ କଞ୍ଚା ମସ୍ତିଷ୍କ । ଏହାକୁ ଖାଇବାକୁ ମଧ୍ୟ ଚୀନବାସୀ ଅଧିକ ପସନ୍ଦ କରନ୍ତି । ତେବେ ଏହାକୁ ଚୀନରେ ମୁଖ୍ୟତଃ ଧନୀ ଶ୍ରେଣୀର ଲୋକମାନେ ଖାଇବାକୁ ପସନ୍ଦ କରନ୍ତି । ଏହାକୁ ଖାଇବାରେ କିଛିଟା କଷ୍ଟ ହେଉଥିଲେ ମଧ୍ୟ ନିଜର ଆଭିଜାତ୍ୟ ଦେଖାଇବାକୁ ଚୀନର ଧନୀ ଶ୍ରେଣୀର ଲୋକେ ଏହାକୁ ଅର୍ଡର ଦିଅନ୍ତି । ଚୀନରେ ଜୀବନ୍ତ ଗଧ ମାଂସ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଗଧର ହାତଗୋଡ ବାନ୍ଧି ତାକୁ କଟାଯାଏ ଏବଂ ତାର କଞ୍ଚା ମାଂସକୁ ପରଶା ଯାଏ । ଜୀବନ୍ତ ସାପକୁ ନେଇ ମଧ୍ୟ ଚୀନରେ ଅନେକ ପ୍ରକାର ବ୍ୟଞ୍ଜନ ତିଆରି ହୋଇଥାଏ । ସାପର ମୁଣ୍ଡକୁ କାଟିଦେବା ସହ ତାର କାତି ଏବଂ ଅନ୍ତବୁଜୁଳାକୁ ବାହାର କରିଦିଆଯାଏ । ଏହାପରେ ସେହି ସାପକୁ ଖଣ୍ଡଖଣ୍ଡ କରି କାଟି ଲୋକଙ୍କୁ ପରଶା ଯାଏ ।

ଶାମୁକା ମାଂସ ଖାଇବାକୁ ଚୀନବାସୀ ବେଶ୍‌ ପସନ୍ଦ କରନ୍ତି । ଶାମୁକାର ମୃତ୍ୟୁ ପରେ ତୁରନ୍ତ ତାର ମାଂସ ନଷ୍ଟ ହୋଇଯାଏ ତେଣୁ ଏହାକୁ ଜୀବନ୍ତ ଖାଇବାକୁ ଚୀନବାସୀ ପସନ୍ଦ କରନ୍ତି । ଚୀନରେ ଜୀବନ୍ତ ଚିଙ୍ଗୁଡି ଖାଇବାକୁ ମଧ୍ୟ ଲୋକେ ଅଧିକ ପସନ୍ଦ କରନ୍ତି । ଖାସ୍‌ କରି ଏହାକୁ ମଦରେ ଜୀବନ୍ତ ବୁଡାଇ ଦିଆଯାଏ । ସେଥିରେ ପଡି ସେ ଛଟପଟ ହେଉଥିବାବେଳେ ତାକୁ ଖାଇବାକୁ ଚୀନର ଲୋକେ ପସନ୍ଦ କରନ୍ତି । ଏହା ଚୀନରେ ଏକ ବ୍ୟୟସାପେକ୍ଷ ବ୍ୟଞ୍ଜନ ଭାବରେ ଜଣାଶୁଣା । ଚୀନରେ ଜୀବନ୍ତ ମାଛ ଖାଇବାକୁ ଲୋକେ ଅଧିକ ପସନ୍ଦ କରନ୍ତି । ଏହି ତରକାରୀ ଏମିତି ଭାବରେ ପ୍ରସ୍ତୁତ କରାଯାଏ ଯେ ଏଥିରେ ମାଛ ମୁଣ୍ଡ ସେମିତି ୩୦ ମିନିଟି ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ । ମାଛର ବାକି ଶରୀରକୁ ସସ୍‌ ସହ ବଡ ମଜାରେ ଖାଆନ୍ତି ଚୀନବାସୀ ।

ଏହାଛଡା ମଧ୍ୟ ଚୀନବାସୀ ଅନେକ ପ୍ରକାର ଜୀବଜନ୍ତୁଙ୍କୁ ଜୀବନ୍ତ ଖାଇବାକୁ ପସନ୍ଦ କରନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅନେକ ବ୍ୟଞ୍ଜନ ଉପରେ ଚୀନର କେତେକ ସହରରେ  ପ୍ରତିବନ୍ଧକ ଲାଗିଥିଲେ ମଧ୍ୟ ଏହା ସହଜରେ ଉପଲବ୍ଧ ହୋଇଥାଏ ।

ଚୀନବାସୀଙ୍କ ଏଭଳି ଅଜବ ଖାଦ୍ୟ ଅଭ୍ୟାସ ପାଇଁ ସେମାନେ ବିଭିନ୍ନ ଭାବରେ ଚର୍ଚ୍ଚିତ ହୋଇ ଆସିଛନ୍ତି । ବିଭିନ୍ନ ଭାବରେ ସେମାନେ ବଦନାମ ହେଉଥିଲେ ମଧ୍ୟ ନିଜର ଖାଦ୍ୟ ଅଭ୍ୟାସକୁ ବଦଳାଇବାକୁ ସେମାନେ କେବେ ଚେଷ୍ଟା କରିନାହାନ୍ତି । ତେବେ ଚୀନରେ କେବଳ ଆମିଷ ନୁହେଁ ବରଂ ନିରାମିଷ ଖାଦ୍ୟ ମଧ୍ୟ ମିଳେ । ସେଠାରେ ମଧ୍ୟ ଲୋକେ ଶାକାହାରୀ ଖାଦ୍ୟ ଖାଆନ୍ତି । ଚୀନରେ ରହୁଥିବା ଅନ୍ୟ ଦେଶର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ବନ୍ଦୋବସ୍ତ ହୋଇଥାଏ । ଚାଇନିଜ୍‌ ଫାଷ୍ଟଫୁଡ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ।

ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କୁ ଖାଇବା ଚୀନବାସୀଙ୍କ ଯେମିତି ଅଭ୍ୟାସ ଆଉ ସଉକ ହୋଇଯାଇଛି । ଚୀନର ବିଭିନ୍ନ ସହରରେ ଥିବା ମାଂସ ବଜାର ଏସବୁ କଥାର ମୁକସାକ୍ଷୀ । ସେଠାରେ ଲୋକମାନେ ଜୀବଜନ୍ତୁଙ୍କୁ ଜୀବନ୍ତ ଖାଇଯିବାର ମଧ୍ୟ ପରମ୍ପରା ରହିଛି । ତେବେ ଏହା ମଧ୍ୟ ସତ ଯେ ଚୀନରେ ଅନେକ ଲୋକ ଶାକାହାରୀ ଖାଇବାକୁ ପସନ୍ଦ କରନ୍ତି । ଏକ ରିପୋର୍ଟ ମୁତାବକ ଚୀନରେ ସବୁଠାରୁ ଲୋକପ୍ରିୟ ଖାଦ୍ୟ ହେଉଛି ଭାତ । ସେଠାରେ ବିଭିନ୍ନ ପ୍ରକାର ଭାତ ପ୍ରସ୍ତୁତ ହୁଏ ଏବଂ ନିରାମିଷ ଖାଉଥିବା ଲୋକଙ୍କୁ ତାହା ବେଶ୍‌ ପସନ୍ଦ ଆସେ । ଚୀନରେ ରହୁଥିବା ନିରାମିଷାଶୀଙ୍କ ପାଇଁ ମଧ୍ୟ ଅନେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ରହିଛି ।

ଚୀନରେ ଶାକାହାରୀଙ୍କ ପାଇଁ ମଧ୍ୟ ବିଭିନ୍ନ ଡିସ୍‌ ପ୍ରସ୍ତୁତ ହୋଇଥାଏ । ଚାଇନିଜ୍‌ ଫାଷ୍ଟ ଫୁଡ୍‌, ନୁଡୁଲ୍ସ, ଚାଉମିନ୍‌ ଭଳି ଖାଦ୍ୟକୁ ଲୋକେ ଅନେକ ପସନ୍ଦ କରନ୍ତି । ଏହାଛଡା ମୋମୋ ଏବଂ ମାଞ୍ଚୁରିଆନକୁ ମଧ୍ୟ ଲୋକେ ଆଗ୍ରହର ସହ ଖାଆନ୍ତି । ଚୀନରେ ବୌଦ୍ଧ ଧର୍ମାବଲମ୍ବୀ ରହୁଥିବାରୁ ସେଠାରେ ଥିବା କେତେକ ଧର୍ମପୀଠରେ ଶୁଦ୍ଧ ଶାକାହାରୀ ଖାଦ୍ୟ ମିଳିଯାଏ । ପୁଣି ଚୀନରେ ବିଭିନ୍ନ ପନିପରିବାରେ ପ୍ରସ୍ତୁତ ସୁସ୍ୱାଦୁ ତରକାରୀ ମଧ୍ୟ ମିଳେ ।

ତେବେ ମୂଳ ଚୀନବାସୀଙ୍କ ଖାଇବା ଅଭ୍ୟାସ ପ୍ରକୃତରେ ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ଅଟେ । ଖାଇବା ନାମରେ ସେମାନେ ଯେ କୈାଣସି ଜିନିଷ କିମ୍ବା ଯେ କୈାଣସି ଜୀବଜନ୍ତୁଙ୍କୁ ମାରି ଖାଇ ଯାଆନ୍ତି । ଯେଭଳି ଭାବରେ ପ୍ରକୃତିର ସନ୍ତୁଳନକୁ ବିଗାଡି ସେମାନେ ପ୍ରାୟ ସମସ୍ତ ଜୀବଜନ୍ତୁଙ୍କ ଖାଦ୍ୟ ଖାଆନ୍ତି ତାହା ପ୍ରକୃତରେ ଚିନ୍ତାର କାରଣ । ହୁଏତ ଏମିତି କିଛି କାରଣର ପ୍ରତିଫଳନ ହେଉଛି କରୋନା ଭଳି ଭୟାନକ ଭୂତାଣୁ ।

ଚୀନର ଖାଦ୍ୟକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ସେମାନଙ୍କ ଏଭଳି ଅଜବ ଅଭ୍ୟାସ  ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ହେଉଛି । ଚୀନବାସୀଙ୍କ ଏଭଳି ଖାଦ୍ୟ ଅଭ୍ୟାସ ଅନେକ ପ୍ରକାର ରୋଗ ବଇରାଗ ଆଉ ଭାଇରସ୍‌ ସୃଷ୍ଟିର କାରଣ ହେଉଛି । ଅପରପକ୍ଷେ ଚାଇନିଜ୍‌ ଫାଷ୍ଟ ଫୁଡ୍‌ର ଚାହିଦା ସାରା ବିଶ୍ୱରେ ରହିଛି । ଚୀନରେ ଜୀବଜନ୍ତୁ ମାଂସ ବିକ୍ରି ଏବଂ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସବୁବେଳେ ଦାବି କରି ଆସୁଥିଲେ ମଧ୍ୟ ତାର କୈାଣସି ଲାଭ ମିଳୁନି । ତେବେ ଆଗାମୀ ଦିନରେ ହୁଏତ ଚୀନର ଏମିତି ଖାଦ୍ୟ ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।

Leave a Reply