ଅନ୍‌ଲକ୍‌ ୪.୦: ଗୃହ ମନ୍ତ୍ରଣାଳୟ ଜାରି କଲା ଗାଇଡ୍‌ ଲାଇନ୍‌, ଜାଣନ୍ତୁ କ’ଣ ଖୋଲିବ..

1 min read
unlock-4.0-new

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଆଜି ଅନ୍‌ ଲକ୍‌ ୪.୦ ସମ୍ବନ୍ଧିତ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ସେପ୍ଟେମ୍ବର ଏକ ତାରିଖରୁ ଏହା ଲାଗୁ ହେବ । ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ ବିଭାଗ ସହ ଆଲୋଚନା ପରେ ଏହି ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି ।

ଅନଲକ୍ ୪.୦ ମୁଖ୍ୟ ବିନ୍ଦୁ

  • ୭ ତାରିଖରୁ ଚାଲିବ ମେଟ୍ରୋ । ଏଥିପାଇଁ ଏସ୍‌ଓପି ଜାରି ହେବ ।
  • ସାମାଜିକ, ଶୈକ୍ଷିକ, କ୍ରୀଡ଼ା ମନୋରଞ୍ଜନ, ସାଂସ୍କୃତିକ, ଧର୍ମୀୟ ଓ ରାଜେନୖତିକ କାର୍ଯ୍ୟକ୍ରମରେ କେବଳ ୧୦୦ ଜଣ ବ୍ୟକ୍ତି ହିଁ ସାମିଲ ହୋଇପାରିବେ । ସେପ୍ଟେମ୍ବର ୨୧ ତାରିଖରୁ ଏହା ଲାଗୁ ହେବ । ତେବେ ଏଭଳି ଜନସମାବେଶରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ଥର୍ମାଲ୍‌ ସ୍କାନିଂ ଆଦି ବ୍ୟବସ୍ଥା ରହିବ ।
  • ସେପ୍ଟେମ୍ବର ୨୧ ତାରିଖରୁ ମୁକ୍ତାକାଶରଙ୍ଗ ମଞ୍ଚ ଖୋଲିବ ।
  • ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

Unlock 3.0

  • ସ୍କୁଲ-କଲେଜର ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅନୁଷ୍ଠାନକୁ ଯାଇପାରିବେ ।
  • ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ ପରାମର୍ଶ ପାଇଁ ସ୍କୁଲକୁ ଯାଇପାରିବେ । ତେବେ ଏଥିପାଇଁ ସେମାନଙ୍କୁ ନିଜ ଅଭିଭାବକଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ । ତେବେ  ସ୍କୁଲ ଓ କଲେଜ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ଆବଶ୍ୟକ ।
  • ସିନେମା ହଲ୍‌ ସୁଇମିଂ ପୁଲ ମନୋରଞ୍ଜନ ପାର୍କ ପୂର୍ବ ଭଳି ବନ୍ଦ ରହିବ ।
  • ଅନ୍ତର୍ଜାତୀୟ ବିମାନ ଉଡ଼ାଣ ମଧ୍ୟ ବନ୍ଦ ରହିବ ।
  • କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ ।
  • ଜିଲ୍ଲା ଅଧିକାରୀ କଣ୍ଟେନ୍‌ମେଣ୍ଟ ଜୋନ୍‌ ନିର୍ଦ୍ଧାରିତ କରିବେ । ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କଣ୍ଟେନ୍‌ମେଣ୍ଟ ଜୋନ ବାବଦରେ ନିଜ ଓ୍ୱେବ୍‌ସାଇଟ୍‌ରେ ତଥ୍ୟ ଦେବେ ।
  • କଣ୍ଟେନମେଣ୍ଟ୍ ଜୋନ୍ ବାହାରେ ରାଜ୍ୟ ସରକାର କେନ୍ଦ୍ର ସହ ବିନା ପରାମର୍ଶରେ କୌଣସି ଲକଡାଉନ୍ ଲାଗୁ କରିପାରିବେ ନାହିଁ ।
  • ରାଜ୍ୟ ଭିତରେ ଓ ରାଜ୍ୟରୁ ରାଜ୍ୟ ମଧ୍ୟରେ ଗମନାଗମନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ
  • ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ ବୟସର ପିଲା ଘରେ ରହିବେ
  • ଆରୋଗ୍ୟ ସେତୁ ଆପ୍ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ

Leave a Reply