ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କ ଉପରେ ମରଣାନ୍ତକ ଆକ୍ରମଣ

1 min read

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ମେଗା ଧାରାବାହିକ ଉଡ଼ାନରେ ନଜର ଆସିଥିବା ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଅଭିଯୁକ୍ତ ମାଲବୀଙ୍କ ଉପରେ ତିନିଥର ଛୁରାମାଡ଼ କରିଥିବା ଖବର ସାମ୍ନାକୁ ଆସିଛି । ଯାହାପରେ ମାଲବୀଙ୍କୁ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ ଛୁରାମାଡ଼ କରିଥିବା ଅଭିଯୁକ୍ତ ମାଲବୀଙ୍କ ଜଣେ ପୁରୁଣା ବନ୍ଧୁ ।


ଗତ ସୋମବାର ରାତିରେ ମାଲବୀଙ୍କ ପେଟକୁ ବାରମ୍ବାର ଛୁରାମାଡ଼ କରିଛି ଅଭିଯୁକ୍ତ । କେବଳ ସେତିକି ନୁହେଁ ଆକ୍ରମଣ ପରେ ଅଭିଯୁକ୍ତ ମାଲବୀଙ୍କ ଚେହେରାକୁ ମଧ୍ୟ ଟାର୍ଗେଟ କରିଥିଲା । କିନ୍ତୁ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରୁଥିବା ବେଳେ ମାଲବୀଙ୍କ ଡାହାଣ ଏବଂ ବାମ ହାତରେ ଆଘାତ ଲାଗିଛି । ଖବର ଅନୁସାରେ ଅଭିଯୁକ୍ତ ମାଲବୀଙ୍କୁ ତିନି ଥର ଛୁରାମାଡ଼ କରିଛି ।

 

 

View this post on Instagram

 

Candid #malvimalhotra #beyou #loveforpink ??? PC — @sagarfilms194

A post shared by Malvi Malhotra (@malvimalhotra) on

ଉକ୍ତ ମାମଲାକୁ ଆଧାର କରି ମୁମ୍ବାଇର ବର୍ସୋବା ପୋଲିସ ଥାନାରେ ଅଭିଯୋଗ ଦାଖଲ ହୋଇଛି । କେତେକ ହିନ୍ଦି, ତେଲୁଗୁ ଫିଲ୍ମ ଏବଂ ମେଗା ଧାରାବାହିକରେ କାମ କରିଥିବା ମାଲବୀ ଏକାଧିକ ଭିଡ଼ିଓ ଆଲବମରେ ଅଭିନୟ କରି ବେଶ୍‌ଲୋକପ୍ରିୟତା ହାସଲ କରିଛନ୍ତି । ତେବେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଉଡ଼ାନ ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । କେବଳ ସେତିକି ନୁହେଁ ମ୍ୟୁଜିକ୍‌ଭିଡ଼ିଓ ‘ତୁ ମିଲା’ରେ ତାଙ୍କ ନିଖୁଣ ଅଭିନୟକୁ ଯୁବପିଢୀ ବେଶ୍‌ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଏବେ ମାଲବୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Leave a Reply