କରୋନା ନେଇ ସୁବ୍ରତ ବାଗଚିଙ୍କ ପ୍ରେସମିଟ, ୨୦ରୁ ଅଫିସ୍ ଆସିବେନି ଗ୍ରୁପ୍ ‘ସି’, ‘ଡି’ ସରକାରୀ କର୍ମଚାରୀ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ସୁବ୍ରତ ବାଗଚିଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ହୋଇଥିବା ୬୧ଟି ସାମ୍ପୁଲ ଟେଷ୍ଟ ମଧ୍ୟରୁ ୬୦  ନେଗେଟିଭ ଆସିଛି । ଗତକାଲି ପଠା ଯାଇଥିବା ସମସ୍ତ ୫ ସାମ୍ପୁଲ ନେଗେଟିଭ ଆସିଛି । କଟକରେ ଏବେସୁଦ୍ଧା ୨୧୫୦ ବେଡ ଏବଂ ବ୍ରହ୍ମପୁରରେ ୮୪୦ ବେଡ କରୋନା ପାଇଁ ପ୍ରସ୍ତୁତ ହୋଇସାରିଛି । ଏ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ହେଲପ ଲାଇନକୁ ୧୨ ହଜାରରୁ ଅଧିକ କଲ ଆସିଛି  । କରୋନା ପାଇଁ ସ୍ୱତନ୍ତ୍ର ଓ୍ୱେବ୍‌ ପୋର୍ଟାଲରେ ୩୦ ଜିଲ୍ଲାରୁ ୨୬୨୬ଟି ପଞ୍ଜୀକରଣ ହୋଇଛି । ୬୭୯୮ ପଞ୍ଚାୟତର ୨ଲକ୍ଷ ୩୭ ହଜାର ସଦସ୍ୟଙ୍କୁ ସଚେତନ କରାଯାଇଛି । ୬୭୯୮ ପଞ୍ଚାୟତରେ ବେଡ ପରିମାଣ ବୃଦ୍ଧି କରାଯାଇଛି ।

କରୋନା ପାଇଁ କିଛି ନୂଆ ପଦକ୍ଷେପ ମାନ ନିଆଯାଇଛି । କାଲି ଠାରୁ ପହିଲା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମନ୍ଦିର, ଗିର୍ଜା, ମସଜିଦ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । କିନ୍ତୁ ପରମ୍ପରା ଅନୁଯାୟୀ ନୀତି ନିୟମ ସୁଚାରୁ ରୂପେ ଚାଲିବାକୁ ନିର୍ଦ୍ଦେଶ । ସେପଟେ କରୋନା ପାଇଁ ବିପିୟୁଟି ଏବଂ +୨ର ସମସ୍ତ ପରୀକ୍ଷାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ମାଟ୍ରିକ ଖାତା ଦେଖାକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ସାମାଜିକ ସଶକ୍ତୀକରଣ ବିଭାଗ ପକ୍ଷରୁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମଙ୍କୁ ୪ ମାସର ଆଗୁଆ ଭତ୍ତା ମିଳିଛି । ୪୮ ଲକ୍ଷ ୩୮ ହଜାର ୫ ଶହ ପେନଶନ ଭତ୍ତା ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ସମ୍ପର୍କୀୟ ଜଦି ବାହାରୁ ଆସିଛନ୍ତି ତେବେ ଏପ୍ରିଲ ୪ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ ପାଇଁ ବ୍ୟବସ୍ଥା ହୋଇଛି । ସ୍ପା, ସେଲୁନ, ବିୟୁଟି ପାର୍ଲର ପରବର୍ତ୍ତି ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସବୁ ବନ୍ଦ ରହିବ । ରାଜ୍ୟର ସମସ୍ତ ସାଂସ୍କୃତିକ ଅନୁଷ୍ଠାନ ସବୁ ବନ୍ଦ ରହିବ ବୋଲି ବାଗଚି କହିଛନ୍ତି । ରାଜ୍ୟରେ ଯେଉଁଠି ଯେଉଁଠି ପୋଖରୀ ରହିଛି ପୋଖରୀରେ ଗାଧୋଇବା ମନା ପାଇଁ ପ୍ରେସମିଟରେ ମନା କରାଯାଇଛି । ରାଜ୍ୟର ସମସ୍ତ ପ୍ରକାର ପାର୍କ ବନ୍ଦ ସହ ବୋଟାନିକାଲ ପାର୍କ ମଧ୍ୟ ବନ୍ଦ ରହିଛି । ପୋଷା ଜନ୍ତୁଙ୍କୁ ଘରୁ ବାହାର ନକରି ବାକୁ ଦେବାକୁ ଅପିଲ୍‌ କାରଣ ପଶୁପକ୍ଷୀଙ୍କ ଦ୍ୱାରା କରୋନା ବ୍ୟାପେନି, ସେମାନଙ୍କୁ ବିଦା କରନ୍ତୁନି । ଏହା ସହ କୁକୁଡ଼ା ଓ ଅଣ୍ଡା ଖାଇବାରେ କିଛି ବାରଣ ନାହିଁ । ଖାସକରି କରୋନା ସତର୍କତା ବେଳେ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୟସ୍କ ବ୍ୟକ୍ତି, ରୋଗଗ୍ରସ୍ତଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହୁଅନ୍ତୁ, ସେମାନଙ୍କ ମନ ପସନ୍ଦର ରୋଷେଇ କରି ଖୁଆନ୍ତୁ । ସେମାନଙ୍କୁ କରୋନା ବିଷୟରେ ବେଶୀ ଖବର ଦେଖାନ୍ତୁନି, କରୋନା ଖବର ଦେଖାଇ ଅସ୍ତବ୍ୟସ୍ତ କରନ୍ତୁନି । କରୋନା ସତର୍କତା ନେଇ ୨୦ରୁ ମାର୍ଚ୍ଚ ୩୧ ଯାଏଁ ଗ୍ରୁପ୍ ‘ସି’, ‘ଡି’ ସରକାରୀ କର୍ମଚାରୀ ଅଫିସ୍ ଆସିବେନି । ଗ୍ରୁପ୍ ‘ଏ’ ଏବଂ ‘ବି’ କର୍ମଚାରୀ ପୂର୍ବପରି ଅଫିସ୍ ଆସିବେ । ଜିଲ୍ଲାସ୍ତରରେ କେଉଁ କର୍ମଚାରୀ ଆସିବେ ଜିଲ୍ଲାପାଳ ନିଷ୍ପତ୍ତି କରିବେ ।

Leave a Reply