ଏହି ରାଶିର ବ୍ୟକ୍ତିଙ୍କର ଆଜି କର୍ମକ୍ଷେତ୍ରରେ କର୍ମଚାପ ସହ ଅର୍ଥଚିନ୍ତା ବଢିବା ସମ୍ଭାବନା…

1 min read
today horoscope

୦୩.୦୯.୨୦୨୦, ଗୁରୁବାର
ଆଜିର ପଞ୍ଚାଙ୍ଗ: ୦୩/୦୯/୨୦୨୦ ଗୁରୁବାର, ୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, ସିଂହ ୧୯ଦିନ, ଅଶ୍ୱିନୀ କୃଷ୍ଣ ପ୍ରତିପଦା ଦିବା ୧୨ଟା୨୭ ଗତେ ୨ୟା
– କିମ୍ଭ ଦିବା ୨ଟା୧୪ ଗତେ ମୀନଚନ୍ଦ୍ର
– ପୂର୍ବଭାଦ୍ର ରାତ୍ର ୦୮:୫୧ ଗତେ ଉତ୍ତରଭାଦ୍ର ନକ୍ଷତ୍ର
-ଘାତ ଚନ୍ଦ୍ର – ମିଥୁନ ଓ ମୀନ ଦିବା ୨ଟା୧୪ ଗତେ ଧନୁରାଶିର
– ଘାତ ବାର – ତୁଳା ଓ କୁମ୍ଭ ର
– ଯୋଗିନି – ପୂର୍ବେ ଦିବା ୧୨:୨୭ ଗତେ ଉତ୍ତରେ
– ପୁଷ୍କର ଦୋଷ – ୧ପାଦ, ଦିବା ୧୨ଟା୨୭ ଗତେ ୨ପାଦ, ରାତ୍ର ୮ଟା୫୧ ଗତେ ୧ପାଦ

– ଶୁଭ ସମୟ –
ଦିବା ୧୦:୩୨ ରୁ ୧ଟା
ରାତ୍ର ୦୨:୨୯ ରୁ ୦୩:୧୫

– ଅଶୁଭ ସମୟ –
ଦିବା ୦୧:୧୮ ରୁ ସଂଧ୍ୟା ୦୫:୫୬
ରାତ୍ର ୧୧:୪୫ ରୁ ରାତ୍ର ୦୧:୧୪

ମେଷ ରାଶି –
ଅଶ୍ୱିନୀ ନକ୍ଷତ୍ର – କିଛି କିଛି ସରକାରି ସହାୟତା ମିଳିବ ଫଳରେ ମାନସିକ ସ୍ତରରେ ଉତ୍ସାହ ଉଦ୍ଦିପନା ସହିତ ପାରିବାରିକ ଶାନ୍ତି ବଜାୟ ରହିବ ।
ଦ୍ୱିଜା ନକ୍ଷତ୍ର – ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ ।
କୃତ୍ତିକା ନକ୍ଷତ୍ର – ସୁଖଶାନ୍ତି କାରକ ରହିବ, ଅଧିକ ହଳଦିଆ ଦ୍ରବ୍ୟ ବ୍ୟବହାର କରିବା ଶୁଭ ଦାୟକ ହେବ ।
– ଶୁଭ ରଙ୍ଗ – ଧଳା, ହଳଦିଆ
– ହନୁମାନ ବାଣ ପାଠ କରନ୍ତୁ ।

ବୃଷ ରାଶି –
କୃତ୍ତିକା ନକ୍ଷତ୍ର – ପ୍ରତି ମୂହୁର୍ତ୍ତରେ ନକରାତ୍ମକ ପ୍ରଭାବ ରହିବ, ଟଙ୍କପଇସାକୁ ନେଇ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ ।
ରୋହିଣି ନକ୍ଷତ୍ର – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ନିଜ ପାଖପଡୋସିଙ୍କର ସେବାରେ ବ୍ୟସ୍ତ ରହି ମାନସିକ ଆତ୍ମତୃପ୍ତି ବଢିବ ।
ମୃଗଶିରା ନକ୍ଷତ୍ର – ଆଜି କୌଣସି ଅଯଥା ବ୍ୟୟଭାର ବଢିବ ତେଣୁ କୌଣସି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ, ମନ ମଧ୍ୟରେ ଭଲ ଲାଗୁଥିବା ଭଗବାନଙ୍କର ସୁମରଣାକରି ଦିନ କାଟନ୍ତୁ ।
– ଶୁଭ ରଙ୍ଗ – ସବୁଜ
– କଳା ଜୀବଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ।

ମିଥୁନ ରାଶି –
ମୃଗଶିରା ନକ୍ଷତ୍ର – କର୍ମ କ୍ଷେତ୍ର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଲୋକସଂପର୍କ ବୃଦ୍ଧି ହେବ ।
ଆର୍ଦ୍ରା ନକ୍ଷତ୍ର – ସମୟର ସ୍ରୋତ ଆପଣଙ୍କର ସପକ୍ଷରେ ଯିବ, ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଲାଭ ମିଳିବ, ଜପତପ ଧର୍ମଜ୍ଞାନ ବଢିବ ।
ପୂନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ଉନ୍ନତି ହେବ, କୌଣସି ଇଛା ପୁରଣ ହେବ, ପାରିବାରିକ ନିବିଡତା ବୃଦ୍ଧି ହେବ ।
– ଶୁଭ ରଙ୍ଗ – କମଳା
– ଶିବ ଭଗବାନଙ୍କୁ କ୍ଷିର କଦଳୀ ଗୁଡ ଏବଂ ମହୁରେ ମାର୍ଜନା କରନ୍ତୁ ।

କର୍କଟ ରାଶି –
ପୂନର୍ବସୁ ନକ୍ଷତ୍ର – ଶୁଭଦିନ ରହିବ ସମୟ ସାଥ ଦେବ ମନମୁରାବକ ପରିବେଷ ମଧ୍ୟରେ ଦିନ କଟିବ ।
ପୂଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ କୌଣସି ଯୋଜନାର କର୍ମଚାପ ବଢିବ, ଅର୍ଥଚିନ୍ତା, ବ୍ୟୟ ବୃଦ୍ଧି ଓ ଭୁଲ ନିଷ୍ପତିର ଶିକାର ହେବେ ।
ଅଶ୍ଲେଷା ନକ୍ଷତ୍ର – ଅର୍ଥଚିନ୍ତା ବଢିବ, ମନ ଦୋଦୁଲ୍ୟମାନ ପତିସ୍ଥିତି ମଧ୍ୟରେ ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ ।
– ଶୁଭ ରଙ୍ଗ – ଲାଲ
– ଲକ୍ଷ୍ମୀନାରସୟଣ ମନ୍ଦିର ଦର୍ଶନ କରନ୍ତୁ ।

ସିଂହ ରାଶି-
ମଘା ନକ୍ଷତ୍ର – ବହୁଜନ ସଂପର୍କ, ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ ।
ପୂର୍ବାଫାଲଗୁନି ନକ୍ଷତ୍ର – ପରିବାର ଠାରୁ ଦୂରରେ ରହିବେ, ମାତୁଳ ବର୍ଗ ଏବଂ ଜ୍ଞାତିବର୍ଗରୁ ସାହାର୍ଯ୍ୟ ମିଳିବ ।
ଉତ୍ତରାଫାଲଗୁନୀ ନକ୍ଷତ୍ର – ମନମୁତାବକ ଦ୍ରବ୍ୟ ପ୍ରାପ୍ତ ହେବ,କୌଣସି ପାରିବାରିକ କିମ୍ବା ପୂରୁଣା କିଛି ସମସ୍ୟାରୁ ମୁକ୍ତି ପାଇବେ ।
– ଶୁଭରଙ୍ଗ – ଧଳା
– ଗାୟତ୍ରୀ ମନ୍ତ୍ର ୧୦୮ଥର ଜପ ଶୁଭପ୍ରଦ ।

କନ୍ୟା ରାଶି –
ଉତ୍ତରାଫାଲଗୁନୀ ନକ୍ଷତ୍ର – ଗୃହନିର୍ମାଣ କାର୍ଯ୍ୟରେ ଅର୍ଥବ୍ୟୟ ହେବ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମରେ ଉନ୍ନତି ଏବଂ ପଦପଦବି ଲାଭ ହେବ,ଟଙ୍କାପଇସାର ସାହାର୍ଯ୍ୟ ସହଯୋଗ ମିଳିବ ।
ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି, ଯଶପଦ ମର୍ଯ୍ୟଦା ବୃଦ୍ଧିହେବ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ, ପରିବାରର ସହଯୋଗରେ ମନୋବଳ ବୃଦ୍ଧି ହେବ ।
ଚିତ୍ରା ନକ୍ଷତ୍ର – ପାରିବାରିକ ନିବିଡତା ବଢିବ, ସନ୍ତାନସନ୍ତତି ବର୍ଗରେ ବିକାଶ ହେବ,ସରକାରଙ୍କର ଯୋଜନା ଲାଭ ହେବ ।
– ଶୁଭ ରଙ୍ଗ – ହଳଦିଆ, କମଳା
– ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପୂଜା ସହିତ ବିଷ୍ଣୁସହସ୍ରନାମ ପାଠ କରନ୍ତୁ ।

ତୁଳା ରାଶି-
ଚିତ୍ରା ନକ୍ଷତ୍ର – କୌଣସି ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା କୌଣସି ଯୋଜନାରେ ଲାଭାନ୍ୱିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ନିବିଡତା ବଢିବ ।
ସ୍ୱାତୀ ନକ୍ଷତ୍ର – ପିଲାମନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ବଢିବ ।
ବିଶାଖା ନକ୍ଷତ୍ର – ଅଧିକ ଭ୍ରମଣ କଷ୍ଟ ମିଳିବ, ସ୍ୱାସ୍ଥ୍ୟପିଡା ରହିବ ମାତ୍ର ଆର୍ଥିକ ଦିଗଟି ସ୍ୱଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ ।
– ଶୁଭ ରଙ୍ଗ – ଇଷତ୍ ଲାଲ
– ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।

ବିଛା ରାଶି –
ବିଶାଖା ନକ୍ଷତ୍ର – ଭାଷାଗତ ଜ୍ଞାନ ବୃଦ୍ଧିହେବ, ଧର୍ମଚର୍ଚ୍ଚା ବଢିବ, ମାନସିକ ଶାନ୍ତି ବୃଦ୍ଧି ହେବ, ଆର୍ଥିକ ଉର୍ଣ୍ଣତି ସହିତ କର୍ମକ୍ଷେତ୍ରରେ ଶୁଭ ସୂଚନା ବଢିବ ।
ଅନୁରାଧା ନକ୍ଷତ୍ର – ପାରିବାରିକ ସୁଖଶାନ୍ତି ବଢିବ, ରାଜନୀତିକ ବ୍ୟକ୍ତି ଜନକଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ରହିବେ, ଆର୍ଥିକ ସ୍ଥିତି ସୁଧୁରିବ ।
ଜ୍ୟେଷ୍ଠା ନକ୍ଷତ୍ର – କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।
– ଶୁଭ ରଙ୍ଗ – ଲାଲ
– ଓଁ ବଟୁକ ଭୈରବାୟ ନମଃ ୨୧ଥର ଜପ କରନ୍ତୁ ।

ଧନୁ ରାଶି –
ମୂଳା ନକ୍ଷତ୍ର – ସାହାର୍ଯ୍ୟ ସହଯୋଗ କରି ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ଏବଂ ମାନସିକ ଶାନ୍ତି ବୃଦ୍ଧି ହେବ, ଜପତପ ପୂଜାର୍ଚ୍ଚନାରେ ସମୟ ଅତିବାହିତ ହେବ ।
ପୂର୍ବଷାଢା ନକ୍ଷତ୍ର – ବିକାଶମୂଳକ କାର୍ଯ୍ୟ ହାତକୁ ନେବେ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ପାରିବାରିକ ସୁଖ ବଢିବ ।
ଉତ୍ତରାଷାଢା ନକ୍ଷତ୍ର – ମାନସିକ ଚାପ କିଛି କିଛି ରହିବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲିକ୍ଷିତ ହେବ, କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ମନସ୍ତାପ ରହିବ ।
– ଶୁଭ ରଙ୍ଗ – ନିଳ ରଙ୍ଗ
– ଓଁ ମା ଦୁର୍ଗାଦେବୀ ଶରଣଂ ଜପ ସହିତ ଚଉରା ମୂଳରେ ଜଳ ଅର୍ପଣ କରିବେ ।

ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର – ଧର୍ମଚର୍ଚ୍ଚା ଏବଂ ଆଧ୍ୟାତ୍ମୀକ ଜ୍ଞାନ ବଢିବ, ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ ।
ଶ୍ରବଣା ନକ୍ଷତ୍ର – ନୂଆ କିଛି ଶିକ୍ଷା ଆହରଣ କରିବେ, ଯାହା ଉଦ୍ୟମ କରିବେ ପୂରଣ ହେବ, କର୍ମଗତ ଶୁଭଫଳ ପାଇବେ ।
ଧନିଷ୍ଠା ନକ୍ଷତ୍ର – ସ୍ୱାସ୍ଥ୍ୟଗତ ଅସୁବିଧା ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ, ଅର୍ଥାଭାବ ରହିବ ।
– ଶୁଭ ରଙ୍ଗ – ସବୁଜ
– ୨୭ଥର “ଓଁ କ୍ଲିଂ କୃଷ୍ନାୟ ଗୋବିନ୍ଦାୟ ନମୋ ନମଃ” ଜପ କରନ୍ତୁ ।

କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର – ଜୀବନସାଥି ସହ ମତାନ୍ତର ମନାନ୍ତର ହୋଇପାରେ,ଭାଗିଦାରିରେ ଅସହଯୋଗ ମିଳିବ, ଆର୍ଥିକ ଅଭାବ ଷୃଷ୍ଟି ହେବ, ମନ ଦୁର୍ବଳ ରହିବ ।
ଶତଭିଷା ନକ୍ଷତ୍ର – କର୍ମଚାପ କିଛି କିଛି ରହିବ, କିନ୍ତୁଆର୍ଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ, ବିଷୟ ସୁଖ ପ୍ରାପ୍ତ ହେବ, ନୂଆ ସଂପର୍କ ଯୋଡି ହେବ ।
ପୂର୍ବଭାଦ୍ର ନକ୍ଷତ୍ର – ଚେଷ୍ଟା ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ପରିବାର ମଧ୍ୟରେ ଏକତା ବଜାୟ ରହିବ, ଅଟକିଥିବା କିଛି କାର୍ଯ୍ୟ ପୂରଣ ହେବ, ଭଲକାମ କରି ସମ୍ମାନିତ ହେବେ ।
– ଶୁଭ ରଙ୍ଗ – ନିଳ
– ସୁନ୍ଦରାକାଣ୍ଡ ପାଠ କରନ୍ତୁ କିମ୍ବା ଶୁଣନ୍ତୁ ।

ମୀନ ରାଶି –
ପୂର୍ବଭାଦ୍ର ନକ୍ଷତ୍ର – ଶୁଭଦିନ ରହିବ ମନର ପ୍ରତ୍ୟେକ ଯୋଜନା ପ୍ରତି ଦୃଢ ଆତ୍ମବଳସହ ଚେଷ୍ଟା କରନ୍ତୁ ନିଶ୍ଚୟ ପୁରଣ ହେବ ।
ଉତ୍ତରଭାଦ୍ର ନକ୍ଷତ୍ର – ଆଜି କୌଣସି ଅଚାନକ ଖର୍ଚ୍ଚ ବଢିବ
ରେବତୀ ନକ୍ଷତ୍ର – ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଖର୍ଚ୍ଚ ବଢିବ, ବନ୍ଧୁମିଳନ ବଢିବ ।
– ଶୁଭ ରଙ୍ଗ – ସୁନେଲି
– ଦେବୀ ଦୁର୍ଗାଙ୍କର କବଚ ଜପ କରନ୍ତୁ ।

 

ଗର୍ଗ ଜ୍ୟୋତିଷ
ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ 

Leave a Reply