ଗଞ୍ଜାମରେ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଦିଆଯିବ ପ୍ଲାଜମା

1 min read

ଗଞ୍ଜାମ: ମଙ୍ଗଳବାର ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି । ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍‌ପିଟାଲରେ ହେବ ପ୍ଲାଜ୍‌ମା ଥେରାପି  । ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ୍ ରୋଗୀମାନେ ଉପକୃତ ହେବେ ଏବଂ କୋଭିଡ୍ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ରଣନୀତି ପସ୍ତୁତ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି  । କରୋନା ଯୋଦ୍ଧାଙ୍କ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି  ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ସମ୍‌ କୋଭିଡ୍ ହସ୍ପିଟାଲ ଓ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ମିଳିଛି । ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ପ୍ଲାଜମା ଥେରାପି ବ୍ୟବହାର କରିବା ଦ୍ୱାରା ରୋଗୀ ମାନଙ୍କ ପାଇଁ ପୂର୍ବାପେକ୍ଷା ଅମ୍ଳଜାନର ଆବଶ୍ୟକ ପଡ଼ୁନାହିଁ ।

ସୋମବାର ୪ ଜଣ NDRF ଯବାନ ଏସ୍‌ସିବିରେ ଆସି ତାଙ୍କର ପ୍ଲାଜମା ଦାନ କରିଛନ୍ତି । ୮ ଜଣ ଯବାନ ଆଣ୍ଟିବଢ଼ି ଟେଷ୍ଟ ପରେ ଏହି ୪ ଜଣ ଦାନ କରିଥିଲେ ପ୍ଲାଜମା । ତେବ ଏହା ପରେ ସମସ୍ତ ସୁସ୍ଥ ହୋଇଥିବା ଯବାନ ତାଙ୍କର ପ୍ଲାଜମା ଦାନ କରିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସମସ୍ତ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦେବା ପାଇଁ ଅନୁରୋଧ କରିଛନ୍ତି । ପ୍ଲାଜମା ଥେରାପି କରୋନା ସହ ଲଢ଼ିବା ପାଇଁ ଏକ ସଫଳ ଅସ୍ତ୍ର ରୂପରେ ଉଭା ହୋଇଛି  । ସେଥିପାଇଁ ପ୍ଲାସ ଦାନ କରିବା ଦ୍ୱାରା ଆମେ କରୋନାକୁ ହରେଇ ପାରିବା ।

Leave a Reply