୧୮୬୮ କ୍ରିକେଟ୍ ଟିମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ ଅଷ୍ଟ୍ରେଲିଆ: ପିନ୍ଧିବ ସ୍ୱଦେଶୀ ଜର୍ସି, ଜାଣନ୍ତୁ କାହିଁକି

1 min read

ମେଲବର୍ଣ୍ଣ: ସ୍ୱଦେଶୀ ଜର୍ସି ପରିଧାନ କରିବ ଅଷ୍ଟ୍ରେଲିଆ ଦଳ । ଭାରତ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୁରୁଷ କ୍ରିକେଟ ଦଳ ଏହି ସ୍ୱଦେଶୀ ଜର୍ସି ପରିଧାନ କରିବ । କ୍ରିକେଟ ସହାୟତାରେ ନିଜ ଦେଶର ଐତିହ୍ୟକୁ ସ୍ୱୀକୃତି ଦେବା ଏବଂ ଉତ୍ସାହିତ କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆନ୍ କ୍ରିକେଟ ଏଭଳି ନିଷ୍ପତ୍ତି ନେଇଛି । ତେଣୁ ଅଷ୍ଟ୍ରେଲିଆ ଟିମ୍ ପାଇଁ ନୂଆ ପରିପାଟୀର ଜର୍ସିକୁ ବାଦ୍ ଦେଇ ସ୍ୱଦେଶୀ ଜର୍ସିକୁ ଗୁରୁତ୍ୱ ଦିଆଯାଇଛି । ଏହି ଜର୍ସି ଏଏସ୍‌ଆଇସିଏସ୍ ଏବଂ ଦୁଇ ଜଣ ସ୍ୱଦେଶୀ ମହିଳା ଅଣ୍ଟି ଫିଓନା କ୍ଳାର୍କେ  ଓ କର୍ଟନି ହାଗନେ ମିଳିତ ସଂଯୋଜନାରେ ପ୍ରସ୍ତୁତ ହୋଇଛି । ଆରୋନ୍ ଫିଞ୍ଚଙ୍କ ଟି-୨୦ ଦଳ ପୂରା ଟି-୨୦ ଶୃଙ୍ଖଳାରେ ଅବିଶ୍ୱସନୀୟ ସ୍ୱଦେଶୀ ଜର୍ସି ପିରଧାନ କରିବ ବୋଲି ଅଷ୍ଟ୍ରେଲିଆ ପକ୍ଷରୁ ସୂଚନା ଦିଆଯାଇଛି ।

କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ତା’ର ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ପରିଧାନ କରିଥିବା ସ୍ୱଦେଶୀ ଜର୍ସିର  ଚିତ୍ରକୁ ବୁଧବାର ଟ୍ୱିଟ୍ କରିଛି । ସ୍ୱଦେଶୀ ଜର୍ସି ପିନ୍ଧି ପ୍ରଥମ ଫଟୋ ପୋଜ୍ ଦେଇଥିବା ମିଚେଲ୍ ଷ୍ଟାର୍କ ମଧ୍ୟ ଖୁବ୍ ଉତ୍ସାହିତଥିବା କହିଛନ୍ତି । ପୁରୁଷ କ୍ରିକେଟ ଦଳର ଏହି ଜର୍ସି ୧୮୬୮ କ୍ରିକେଟ ଦଳ ପ୍ରତି ଶ୍ରଦ୍ଧାଞ୍ଜଳି ହେବ । ଯେଉଁ ଦଳ ସମୁଦ୍ର ପଥରେ ଅଷ୍ଟ୍ରେଲିଆରୁ ୟୁକେ ପର୍ଯ୍ୟନ୍ତ ତିନି ମାସିଆ ଯାତ୍ରା କରି ୪୭ ମ୍ୟାଚ ଖେଳିଥିଲେ । ସୂଚନାଯୋଗ୍ୟ, ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଡିସେମ୍ୱର ୪ ତାରିଖରୁ କାନ୍‌ବେରାରେ ଆରମ୍ଭ ହେବ । ଭାରତ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ତିନିଟି ଟି-୨୦ ବ୍ୟତୀତ ତିନିଟି ଦିନିକିଆ ଏବଂ ୪ ଟେଷ୍ଟ ଖେଳିବାର ସୂଚୀ ରହିଛି ।

Leave a Reply