Sushant Singh Rajput Case: ମୃତ୍ୟୁର ଦିନେ ପୂର୍ବରୁ ଅମର ଆକବର ଆନ୍ଥୋନିଙ୍କ ପାଇଁ ଫଣ୍ଡ୍‌ ଟ୍ରାନ୍ସଫର କରିଥିଲେ ସୁଶାନ୍ତ

1 min read

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର,ସମ୍ପର୍କୀୟ ଓ ପ୍ରଶଂସକଙ୍କୁ ଯେତିକି କଷ୍ଟ ହୋଇଛି ସେତିକି ତାଙ୍କ ପୋଷା ଜୀବଙ୍କୁ ମଧ୍ୟ । ବାରମ୍ବାର ସୁଶାନ୍ତଙ୍କ ପୋଷା କୁକୁର ‘ଫଜ୍’ର ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଦୁଃଖି ଥିବା ନଜର ଆସିଛି । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଫଜ୍ ଯେତେବେଳେ ମୋବାଇଲରେ ସୁଶାନ୍ତଙ୍କ ଫଟୋ ଦେଖି ଦୁଃଖରେ ଗୋଟିଏ ସ୍ଥାନରେ ବସି ରହୁଥିଲା । ବାରମ୍ବାର ଏଣେତେଣେ ଖୋଜୁଥିଲା ଏବଂ ମୋବାଇଲରେ ସୁଶାନ୍ତଙ୍କ ଫଟୋ ଦେଖିବା ପରେ ଖାଉଥିଲା । ତେବେ କେବଳ ଫଜ୍ ନୁହେଁ ତା ବ୍ୟତୀତ ସୁଶାନ୍ତଙ୍କ ଫାର୍ମ ହାଉସରେ ଆଉ ତିନି କୁକୁର ଅଛନ୍ତି । ଯାହାଙ୍କ ନାମ ଅମର, ଆକବର, ଆନ୍ଥୋନି ।

ନିକଟରେ ସୁଶାନ୍ତଙ୍କ ଲୋନାଓ୍ୱାଲା ଫାର୍ମହାଉସର କେୟାର ଟେକରଙ୍କ ବୟାନ୍ ସାମ୍ନାକୁ ଆସିଛି । କେୟାର ଟେକରଙ୍କ କହିବା ଅନୁଯାୟୀ ମୃତ୍ୟୁର ଦିନେ ପୂର୍ବରୁ ସୁଶାନ୍ତ ତାଙ୍କ ଫାର୍ମହାଉସରେ ରହୁଥିବା ତିନି କୁକୁର ଅମର,ଆକବର ଓ ଆନ୍ଥୋନି ପାଇଁ ଫଣ୍ଡ୍ ଟ୍ରାନ୍ସଫର କରିଥିଲେ । କେବଳ ସେତିକି ନୁହେଁ ସୁଶାନ୍ତ ଫାର୍ମ ହାଉସ ସିଫ୍ଟ ହୋଇ ଜୈବିକ ଚାଷ କରିବା ପାଇଁ ମଧ୍ୟ ଯୋଜନା କରୁଥିଲେ । କିନ୍ତୁ ହଠାତ ୧୪ ଜୁନକୁ ସୁଶାନ୍ତଙ୍କ ମୃତ୍ୟୁ ଖବର ଟିଭିରେ ପ୍ରସାରଣ ପରେ ଚମକି ପଡ଼ିଥିଲେ ବୋଲି କହିଛନ୍ତି ସୁଶାନ୍ତଙ୍କ କେୟାରଟେକର । ତେବେ ୨୦୧୮ରେ ଭଡ଼ାରେ ନେଇଥିବା ଫାର୍ମ ହାଉସକୁ ୨୦୧୯ରେ କିଣିବା ପାଇଁ ପ୍ଲାନ କରିଥିଲେ ସୁଶାନ୍ତ । ତେଣୁ ସେହି ସ୍ଥାନକୁ ସେହିଭଳି ନିର୍ମାଣ କରାଯାଉଥିଲା । ସୁଶାନ୍ତ ଅଧିକାଂଶ ସମୟରେ ସେଠାକୁ ବୁଲିବା ପାଇଁ ମଧ୍ୟ ଯାଆନ୍ତି । କିନ୍ତୁ ଇଉରୋପ ଟ୍ରିପ ପରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବାରୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ  ସେଠାକୁ ଯାଇ ନଥିଲେ । ୨୦୨୦ରେ ଏଗ୍ରିମେଣ୍ଟ ଶେଷ ହୋଇଥାନ୍ତା । କିନ୍ତୁ ଜୁନ୍ ଏବଂ ଜୁଲାଇ ମାସର ଭଡ଼ା ସୁଶାନ୍ତ ପୂର୍ବରୁ ଦେଇ ଦେଇଥିଲେ ।

 

 

View this post on Instagram

 

Dad with Fudge ❤️

A post shared by Shweta Singh kirti (@shwetasinghkirti) on


ଖବର ଅନୁଯାୟୀ ମାର୍ଚ୍ଚ  ଫାର୍ମ ହାଉସରେ ଦୁଇ ତିନି ମାସ ରହିବା ପାଇଁ ଯୋଜନା କରିଥିଲେ । କିନ୍ତୁ ଏଭଳି ହୋଇପାରିଲା ନାହିଁ । ରିୟା ଏବଂ ତାଙ୍କ ବାପାଙ୍କ ଜନ୍ମଦିନ ମଧ୍ୟ ସେଠାରେ ପାଳନ ହେଉଥିଲା । ଶେଷ ଥର ପାଇଁ ଫେବୃୟାରୀ ଶେଷ ସପ୍ତାହରେ ସୁଶାନ୍ତ ସେଠାକୁ ଯାଇଥିଲେ । ତାଙ୍କ ସହିତ ଦୀପେଶ୍ ସାଓ୍ୱନ୍ତ,ସିଦ୍ଧାର୍ଥ ପିଠାନୀ,ନୀରଜ ଏବଂ କେଶବ ଯାଇଥିଲେ ।
ସୂଚନାଯୋଗ୍ୟ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ନିକଟରେ ରହୁଥିବା ଫଜକୁ ତାଙ୍କ ଘର ଲୋକ ସାଙ୍ଗରେ ନେଇ ଯାଇଛନ୍ତି ।

Leave a Reply