ମୃତ୍ୟୁର ୧୩ ଦିନ ପରେ ପରିବାରର ଆସିଲା ବୟାନ… କରିଲେ ବଡ ଘୋଷଣା

1 min read

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅନେକ ଦିନ ବିତିଗଲାଣି । ହେଲେ ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ ଏଯାଏଁ ଏଥିରୁ ବାହାରି ପାରୁନାହାଁନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ପ୍ରଶଂସକଙ୍କ ପାଇଁ ଏକ ବୟାନ ଜାରି କରିଛନ୍ତି।  ସୁଶାନ୍ତଙ୍କୁ ବିଦାୟ ଦେବା ସହ ଏକ ଘୋଷଣା କରିଛନ୍ତି। ସୁଶାନ୍ତଙ୍କ ଡାକ ନାଁ ଗୁଲଶନ୍ ଥିଲା ।

ପରିବାର ଲୋକଙ୍କ କହିବା ଅନୁସାରେ, ଦୁନିଆ ପାଇଁ ଯିଏ ସୁଶାନ୍ତ ସିଂ ରାଜପୁତ ଥିଲା ତାଙ୍କ ପାଇଁ ସେ ପ୍ରିୟ ଗୁଲଶନ ଥିଲେ। ସୁଶାନ୍ତଙ୍କୁ ମଜା ମସ୍ତିରେ ବଞ୍ଚିବାକୁ ବହୁତ ଭଲ ଲାଗୁଥିଲା । ସେ ବହୁତ ବୁଦ୍ଧିମାନ ମଧ୍ୟ ଥିଲେ। ପ୍ରତ୍ୟେକ ଜିନିଷକୁ ସେ ଖୁବ ଆଗ୍ରହ ସହ କରୁଥିଲେ । ସେ କେବଳ ନିଜ ସ୍ୱପ୍ନ ପୂରା କରିବା ପଛରେ ପାଗଳ ଥିଲେ । ସେ ତାଙ୍କ ପରିବାରର ଗୌରବ ଓ ପ୍ରେରଣା ଥିଲେ । ସୁଶାନ୍ତଙ୍କ ଟେଲିସ୍କୋପ ତାଙ୍କର ସବୁଠୁ ପ୍ରିୟ ଜିନିଷ ଥିଲା  । ପରିବାର ସଦସ୍ୟ ଏଯାଏଁ ବିଶ୍ୱାସ କରିପାରୁନାହାନ୍ତି ଯେ, ସେମାନଙ୍କୁ ଆଉ ସୁଶାନ୍ତଙ୍କ ହସ ଦେଖିବାକୁ ମିଳିବନାହିଁ । ସୁଶାନ୍ତଙ୍କର ଉଜ୍ଜ୍ୱଳ ଆଖିକୁ ସେମାନେ ଆଉ ଦେଖିପାରିବେ ନାହିଁ  । ସୁଶାନ୍ତ ସବୁବେଳେ ସମସ୍ତଙ୍କୁ ବିଜ୍ଞାନ ବିଷୟରେ ଜ୍ଞାନ ବାଣ୍ଟନ୍ତି । ଯାହାକି ଆଉ କେହି କେବେ ଶୁଣିପାରିବେ ନାହିଁ ।  ଅଭିନେତା ତାଙ୍କର ପ୍ରତ୍ୟେକ ପ୍ରଶଂସକଙ୍କୁ ପ୍ରକୃତରେ ବହୁତ ଭଲ ପାଉଥିଲେ।

https://www.instagram.com/p/CB7Yxq9Alxp/?utm_source=ig_embed

ସୁଶାନ୍ତଙ୍କ ସ୍ମୃତିକୁ ସତେଜ ରଖିବା ପାଇଁ ଏକ ଫାଉଣ୍ଡେଶନ ଗଠନ କରାଯିବ ବୋଲି କହିଛନ୍ତି ପରିବାର ଲୋକେ । ତାଙ୍କ ଗୁଲଶନଙ୍କୁ ଏତେ ପ୍ରେମ ଦେଇଥିବାରୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ସ୍ମୃତିକୁ ସମ୍ମାନ ଦେବା ପାଇଁ ପରିବାର ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେସନ୍ (SSRF) ନିର୍ମାଣ କରୁଛନ୍ତି । ଏହା ଯୁବ ପ୍ରତିଭାକୁ ସମର୍ଥନ କରିବ । ଏଥିସହ ପାଟଣାର ରାଜୀବ ନାଗରରେ ଥିବା ତାଙ୍କ ଘରକୁ ଏକ ମେମୋରିଆଲକୁ ପରିଣତ କରାଯିବ। ସେଠାରେ ତାଙ୍କର ବ୍ୟକ୍ତିଗତ ଜିନିଷ ରଖାଯିବ, ଯେଉଁଥିରେ ତାଙ୍କର ହଜାର ହଜାର ପୁସ୍ତକ, ଟେଲିସ୍କୋପ, ଫ୍ଲାଇଟ୍ ସିମୁଲେଟର ଏବଂ ଅନ୍ୟାନ୍ୟ ଜିନିଷ ରହିବ ।

ଶେଷରେ କୁହାଯାଇଛି ଯେ, ସୁଶାନ୍ତଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ବର୍ତ୍ତମାନ ତାଙ୍କ ପରିବାର ହ୍ୟାଣ୍ଡେଲ କରିବେ। ଏହା ମାଧ୍ୟମରେ ତାଙ୍କ ସ୍ମୃତିକୁ ସତେଜ ରଖାଯିବ । ପରିବାର ସମସ୍ତ ପ୍ରଶଂସକଙ୍କୁ ସେମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Leave a Reply