ଶାସନ ମଝିରେ ମୋଦି ସରକାରକୁ ରେଡ୍‌ ସିଗନାଲ୍‌, ସର୍ଭେ କହୁଛି କମୁଛି କ୍ରେଜ୍

1 min read

ଭୁବନେଶ୍ୱର: କମୁଛି ବିଜେପିର କ୍ରେଜ୍‌ । ଖୁସି ନାହାନ୍ତି ଜନତା । ଶାସନ ମଝିରେ ମୋଦି ସରକାରକୁ ରେଡ୍‌ ସିଗନାଲ୍‌ । ଆଇଏଏନ୍‌ଏସ-ସି ଭୋଟର ସଂସ୍ଥାର ସର୍ଭେରୁ ଆସିଛି ଏ ସାଂଘାତିକ ରିପୋର୍ଟ । ୫୪୩ ଲୋକସଭା ମଣ୍ଡଳୀର ୩୦ ହଜାର ୨୪୦ଜଣଙ୍କ ମତାମତକୁ ରେକର୍ଡ କରାଯାଇଛି । ଲୋକେ ରୋକ୍‌ଠୋକ୍‌ କହିଛନ୍ତି, ଶାସନ ଚାଲିନି ଠିକଠାକ୍‌ ।ବିଜେପି ଶାସିତ ଗୋଆରେ ମାତ୍ର ୪ ପ୍ରତିଶତ ଲୋକ ସରକାରଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି । ୬୩ ପ୍ରତିଶତ ଆଦୌ ସନ୍ତୁଷ୍ଠ ନାହାନ୍ତି । ସେହିପରି ଆସାମରେ କେହି ସନ୍ତୁଷ୍ଟ ନଥିବା ବେଳେ ହରିୟାଣାରେ ୪୨ ପ୍ରତିଶତ ସନ୍ତୁଷ୍ଟ ରହିଛନ୍ତି । ଏହି ସର୍ଭେକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି, ବିକାଶ ନୁହେଁ ସ୍ଲୋଗାନ ରାଜନୀତି କରେ ବୋଲି କଂଗ୍ରେସ୍‌ କହିଛି । ଯାହାର ଫଳ ୨୦୧୯ ପରେ ବିଜେପିକୁ ମିଳି ଆସୁଛି । ସେପଟେ ଏକଥାକୁ ଅଳ୍ପ ଅଳ୍ପ ମାନୁଛନ୍ତି ରାଜ୍ୟ ବିଜେପିର ନେତା ।ବିଜେପି ଶାସିତ ରାଜ୍ୟରେ ପଦ୍ମଦଳର କ୍ରେଜ୍‌ କମୁଥିବା ବେଳେ ଓଡ଼ିଶାରେ ବିଜେଡି ଶାସନକୁ ଦେଇଛନ୍ତି ଗ୍ରୀନ୍‌ ସିଗନାଲ୍‌ । ରାଜ୍ୟର ୮୦ ପ୍ରତିଶତ ଲୋକ ପାଞ୍ଚ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଖୁସି ଥିବା କହିଛନ୍ତି । ଯାହା ଶାସକ ଦଳକୁ ବେଶ ଉତ୍ସାହିତ କରିଛି ।୨୦୧୯ ପରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ଝାଡ଼ଖଣ୍ଡରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର୍‌ । ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ସର୍ଭେ ରିପୋର୍ଟ ବିଜେପି ପାଇଁ ସତର୍କ ଘଣ୍ଟି ବଜାଇଛି ।

https://www.facebook.com/nandighoshatv/videos/215929926238881/

Leave a Reply