ଦିଲ୍ଲୀ ପୋଲିସକୁ ବଡ଼ ସଫଳତା: ଉତ୍ତର ପଶ୍ଚିମ ଅଞ୍ଚଳରୁ ଫାୟାରିଂ ପରେ ଗିରଫ ହେଲେ ୨ ଆତଙ୍କବାଦୀ

1 min read

ଦିଲ୍ଲୀ: ଦିଲ୍ଲୀରେ ବାବର ଖାଲ୍‌ସା ଇଣ୍ଟରନାସନାଲ-ବିକେଆଇର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଉତ୍ତର-ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଏକ ଛୋଟ ଧରଣର ଫାୟାରିଂ ପରେ ଏମାନଙ୍କୁ ଗିରଫ କରାଯାଇଛି । ଦୁଇ ଗିରଫ ଆତଙ୍କବାଦୀ ହେଲେ ଦିଲାବର ସିଂହ ଓରଫ ଭୁପେନ୍ଦର ଏବଂ କୁଲବନ୍ତ ସିଂହ ।

ଦୁହିଁଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଦୁହିଁଙ୍କଠାରୁ ୬ଟି ପିସ୍ତଲ ଓ ୪୦ କାଟ୍ରିଜ ଜବତ କରାଯାଇଛି । ଏମାନେ ପଞ୍ଜାବର କିଛି ଅଞ୍ଚଳରେ ୱାଣ୍ଟେଡ ଥିଲେ ବୋଲି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ ସୂଚନା ଦେଇଛି । ଏବେ କିଛି ଦିନ ହେଲା ଖଲିସ୍ତାନ ଆନ୍ଦୋଳନ ତେଜିବାରେ ଲାଗିଛି ।

ଖଲିସ୍ତାନ ଗଠନ ପାଇଁ ନିଷିଦ୍ଧ ସଂଗଠନ ଶିଖ ଫର ଜଷ୍ଟିସ ଗତ ଜୁଲାଇରେ ସମର୍ଥନ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲା । ଏହାକୁ ସେତେବେଳେ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇଥିଲା । ଯେହେତୁ ସଂଗଠନ କାନାଡାରେ ରହି ଦିଲ୍ଲୀରେ ସମର୍ଥନ ନେଇ ଏକ ୱେବସାଇଟ ପଞ୍ଜୀକରଣ କରିଥିଲା ସେଥିପାଇଁ ଦିଲ୍ଲୀରେ ଜୁଲାଇରେ ଆଲର୍ଟ ଜାରି କରାଯାଇଥିଲା ।

Leave a Reply