BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ଆପୋଲ ହସ୍ପିଟାଲରେ ଭର୍ତ୍ତି

1 min read
Sourav Ganguly Unwell Taken To Apollo Hospital For Further Treatment

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ କୋଲକାତାର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨ ତାରିଖରେ ସୌରଭ ଗାଙ୍ଗୁଲିଙ୍କ ହାର୍ଟ ଆଟାକ୍ ଆସିଥିଲା । ଯାହାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଏବେ ପୁଣି ଥରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବାରୁ ଦାଦାଙ୍କ ରକ୍ତ ପ୍ରବାହ ପରୀକ୍ଷା କରାଯିବ ।

Sourav Ganguly Unwell Taken To Apollo Hospital For Further Treatment

ଆଞ୍ଜିଓପ୍ଲାଷ୍ଟି ପରେ ଗତ ୭ ତାରିଖରେ ସୌରଭ ଗାଙ୍ଗୁଲିଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ୨ ତାରିଖରେ ଘରେ ଜିମରେ ୱାର୍କ ଆଉଟ୍ କରୁଥିବା ବେଳେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ପରିବାର ଲୋକ ତାଙ୍କୁ ଉଡଲ୍ୟାଣ୍ଡ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Sourav Ganguly Unwell Taken To Apollo Hospital For Further Treatment

୪୮ ବର୍ଷୀୟ ସୌରଭ ଗାଙ୍ଗୁଲିଙ୍କ ଆଞ୍ଜିଓପ୍ଲାଷ୍ଟି (Angioplasty)କରାଯିବ ସହ ଛାତିରେ ଷ୍ଟେଣ୍ଟ (Stent ) ଦିଆଯାଇଥିଲା । ସୌରଭଙ୍କ ଛାତିରେ ଆଉ ୨ଟି ଅବରୋଧ (ବ୍ଲକେଜ୍) ଥିବାରୁ ପରବର୍ତ୍ତୀ ଆଞ୍ଜିଓପ୍ଲାଷ୍ଟି ନେଇ ପରେ ନିଆଷ୍ପତ୍ତି ନିଆଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ଏଥିସହ ନିୟମିତ ଚେକଅପ୍ ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର ।

Leave a Reply