ରାଜନୀତି କରିବିନି ବୋଲି କାହିଁକି କହିଲେ ସୋନୁ ସୁଦ ?

1 min read

ମହାରାଷ୍ଟ୍ର: ଲକଡାଉନରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରି ଖୁବ୍ ପ୍ରସଂଶା ସାଉଁଟିଛନ୍ତି ବଲିଉଡ଼ କଳାକାର ସୋନୁ ସୁଦ । ଏବଂ ତାଙ୍କର ଏହି କାର୍ଯ୍ୟକୁ ଅଭିନେତାଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ସମର୍ଥନ କରିଛନ୍ତି । କିନ୍ତୁ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ଯେଉଁଭଳି ଭାବେ ସୋନୁ ସୁଦଙ୍କୁ ନେଇ ଟିପ୍ପଣି ଦେଇଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସଞ୍ଜୟ ରାଉତ ସୋନୁ ସୁଦଙ୍କ ପ୍ରବାସୀଙ୍କୁ ସାହାଯ୍ୟ କରିବାକୁ ନେଇ ରାଜନୀତି ସହ ଯୋଡ଼ି ଥିଲେ ।

ଏବେ ସଞ୍ଜୟ ରାଉତଙ୍କ ଏଭଳି ଟିପ୍ପଣି ପରେ ସୋନୁ ସୁଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୋନୁ ସୁଦ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ହେଉଥିବା ସମୟରେ କହିଛନ୍ତି ଯେ, ସଞ୍ଜୟ ରାଉତ ବହୁତ ଭଲ ଲୋକ ମୁଁ ତାଙ୍କୁ ସମ୍ମାନ ମଧ୍ୟ କରେ । ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ସହ ସାକ୍ଷାତକାର ଭଲ ଥିଲା ।  ମୋର ରାଜନୀତିକୁ ଆସିବାର କୌଣସି ବି ଇଚ୍ଛା ନାହିଁ ।  ମୁଁ ମୋ ଅଭିନୟ କ୍ୟାରିୟରକୁ ନେଇ ବହୁତ ଖୁସି ଅଛି । ଏବେ ମୋ ପାଇଁ କରିବାକୁ ବହୁତ କିଛି ଅଛି ।

View this post on Instagram

Stay home stay safe ?

A post shared by Sonu Sood (@sonu_sood) on

ଜାଣନ୍ତୁ କ’ଣ କହିଥିଲେ ସଞ୍ଚୟ ରାଉତ ?

ଆପଣଙ୍କୁ କହି ରଖୁଛୁ ଯେ, ସଞ୍ଜୟ ରାଉତ ସୋନୁ ସୁଦଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସେ ବିଜେପିଙ୍କ ନିର୍ଦ୍ଦେଶରେ ହିଁ ଶ୍ରମିକମାନଙ୍କୁ ଘରକୁ ପଠାଇଛନ୍ତି । ଏ ହେଉଛି ତାଙ୍କର ରାଜନୈତିକ ପଦକ୍ଷେପ, ସେ ବିଜେପିର ଆଦେଶରେ ହିଁ ଏସବୁ କରୁଛନ୍ତି । ସଞ୍ଜୟ ରାଉତ ସୋନୁଙ୍କୁ ହଠାତ୍ ମହାତ୍ମା ହେବା ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ କିଛି ଦିନ ମଧ୍ୟରେ ସୋନୁ ସୁଦ ପ୍ରଧାନମନ୍ତ୍ରୀଙ୍କୁ ଭେଟି ୟୁପି-ବିହାରରେ ବିଜେପି ପାଇଁ ପ୍ରଚାର କରିବେ । ଏହାସହ ସୋନୁ ସୁଦଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି)ର ହାତ କଣ୍ଢେଇ ହେବେ ବୋଲି ସେ କହିଛନ୍ତି ।

ସଞ୍ଜୟ ରାଉତଙ୍କ ଏହି ବିବୃତ୍ତିକୁ କଠୋର ସମାଲୋଚନା କରାଯାଇଛି । ପରେ ସୋନୁ ସୁଦ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । ଉଦ୍ଧବ ଏବଂ ଆଦିତ୍ୟ ଠାକରେଙ୍କ ସହ ସୋନୁ ସୁଦଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

Leave a Reply