ବିଧାନସଭା ଆଗରେ ହାଇଡ୍ରାମା : ଆମ ଗାଁରେ ଏମାରମଠରୁ ଲୁଟ୍ ସୁନା ଅଛି,ମା’ ବେକରେ ଛୁରୀ ଲଗାଇ ଏମିତି ଚିତ୍କାର କରୁଥିଲେ ଯୁବକ

ଭୁବନେଶ୍ୱର:ବିଧାନସଭା ଆଗରେ ହାଇଡ୍ରାମା । ମାଆ ବେକରେ ଛୁରୀ ଲଗାଇଲା ପୁଅ । ନୟାଗଡ଼ର ଜିତେନ୍ଦ୍ର ପାଳ ତାଙ୍କ ମାଆ ଝରଣାଙ୍କୁ ଛୁରୀ ମାଡ଼ କରି ମାରି ଦେବାକୁ ଉଦ୍ୟମ କରିଥିଲେ । ଅନେକ ସମୟ ଧରି ରାସ୍ତାରେ ଚାଲିଥିଲା ସଂଘର୍ଷ । ଫଳରେ ଟ୍ରାଫିକ ଜାମ ଯୋଗୁଁ ପୋଲିସ ନାକେଦମ ହୋଇଥିଲା । ଶେଷରେ ଜିତେନ୍ଦ୍ରଙ୍କୁ କାବୁ କରାଯାଇଥିଲା । ପୁଅ ତା ମାଆର ବେକରେ ଛୁରୀ ଲଗରାଇବା ସହ ମାଆର ମୁଣ୍ଡକୁ କାମୁଡ଼ି ମଧ୍ୟ ଦେଇଛି । ତେବେ ପୋଲିସ ସେମାନଙ୍କୁ ଛଡ଼ାଇବା ବେଳେ ପୋଲିସକୁ ମଧ୍ୟ ଗୋଇଠା ବିଧା ମାରିଥିଲା ଜିତେନ୍ଦ୍ର ।

ସେ ମାନସିକ ସ୍ଥରରେ ବିକାରଗ୍ରସ୍ତ ନୁହେଁ ବୋଲି ରାସ୍ତା ମଝିରେ ଚିତ୍କାର କରି କହିଛି । ସେ କେବଳ ଏମାର ମଠ ବିଷୟରେ ସରକାରଙ୍କ ପାଖରେ ସୂଚନା ଦେବାକୁ ଚାହାନ୍ତି ବୋଲି ତାଙ୍କ ପାଖରୁ ମିଳିଥିବା କିଛି ଜେରକ୍ସ କାଗଜରୁ ଜଣା ପଡ଼ିଛି । ସେପଟେ କିନ୍ତୁ ତାଙ୍କ ମାଆ ଅନ୍ଧବିଶ୍ୱସର କଥା କହିଛନ୍ତି । ତାଙ୍କ ମାଆଙ୍କର କହିବା ଅନୁଯାୟୀ ଜିତେନ୍ଦ୍ରଙ୍କ ଦେହରେ ଆତ୍ମା ପ୍ରବେଶ କରୁଛି । ପୁଅ ଦେହରେ ଗତ ୭ ବର୍ଷରୁ ଜଣେ ଲୋକଙ୍କ ଆତ୍ମା ସବାର ହେଉଥିବା ମାଆ ଝରଣା କହିଛନ୍ତି । ମା’ ଝରଣାଙ୍କ କହିବା ହେଲା ତାଙ୍କ ଘରେ ଜଣେ ବ୍ୟକ୍ତି ୭ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ । ସେହି ବ୍ୟକ୍ତିଙ୍କ ଆତ୍ମ ପୁଅ ଦେହରେ ସବାର ହେଉଛି ।

ସୂଚନା ଅନୁଯାୟୀ, ଗତକାଲି ଜିତେନ୍ଦ୍ର ତାଙ୍କ ମାଆଙ୍କ ଦେହ ଖରାପ ଥିବାରୁ ଭୁବନେଶ୍ୱର ଆଣିଥିଲେ ଚିକିତ୍ସା ପାଇଁ । ଝରଣା ତାଙ୍କ ପୁଅ ସହିତ ଆସିବାକୁ ଚାହୁଁ ନଥିଲେ । କାରଣ ସେ କାଳେ କଣ କରିଦେବ ବୋଲି ଭୟ କରୁଥିଲେ । କିନ୍ତୁ ପୁଅ ବାଧ୍ୟ କରିବାରୁ ସେ ଗତକାଲି ଆସିଥିଲେ । ଗୋଟିଏ ରାତି ରହିବା ପରେ ଆଜି ବିଧାନସଭା ଚାଲିଥିବା ବେଳେ ଏଭଳି କାଣ୍ଡ ଘଟାଇଛି ପୁଅ ଜିତେନ୍ଦ୍ର । ତେବେ ପୋଲିସ ଜିତେନ୍ଦ୍ରକୁ କାବୁ କରିବା ସହ ବିଧାନସଭା ପରିସରକୁ ଫାଙ୍କା କରାଇଛି ।

ଯୁବକ ଜଣକ ଚିତ୍କାର କରି କହୁଥିଲେ ଯେ, ମୋ ମା’ ଏବଂ ବାପା ମିଶିକରି ଆମ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ଏହା ସହ ପୁରୀ ଏମାର ମଠ ଓ ରତ୍ନଭଣ୍ଡାରରୁ ଚୋରି ହୋଇଥିବା ସୁନା,ରୂପା ତଥା ହିରା ଆମ ଗାଁରେ ଅଛି ବୋଲି ସେ କହିଥିଲେ । ଅନେକ ସମୟ ଧରି ଏହି ଡ୍ରାମା ଚାଲିଥିଲା । ମହିଳାଙ୍କୁ ବଂଚାଇବାପାଇ ପୋଲିସ ସବୁ ଉଦ୍ୟମ କରିଥିଲେ । ଚତୁରତା ସହ ଜଣେ ପୋଲିସ ଅଧିକାରୀ ତାଙ୍କୁ ଲିଫଲେଟ୍ ଦେଖାଇବାକୁ କହିଥିଲେ । ଯୁବକ ଜଣକ କହିଥିଲେ ଯେ,ଲିଫଲେଟ୍ ଫୋପାଇଡିଛି ତାକୁ ଦେଖିନିଅନ୍ତୁ । ଉତ୍ତରରେ ପୋଲିସ ଅଧିକାରୀ ତାଙ୍କୁ ହାତକୁ ଲିଫଲେଟ୍ ଦେବାକୁ କହିଥିଲେ । ହାତକୁ ଲିଫଲେଟ୍ ଦେବା ବେଳେ ଯୁବକ ଅନ୍ୟମନସ୍କ ହୋଇଯାଇଥିଲେ । ଏହାର ସୁଯୋଗ ନେଇ ତାଙ୍କୁ ପୋଲିସ କାବୁ କରିଥିଲା ।

ଉଭୟ ମା’ ପୁଅଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ପରେ ତାଙ୍କୁ ସ୍ଥାନୀୟ ଥାନାକୁ ନେଇ ପୋଲିସ ପଚରା ଉଚରା କରୁଛି ।

Leave a Reply