ସ୍ନେହ ମମତାର ବନ୍ଧନରେ ପଡ଼ିଲା ରକ୍ତର ଛିଟା, ମାଆକୁ ହତ୍ୟା କଲା ପୁଅ

ଜଗତସିଂହପୁର: ରକ୍ତରେ ଭିଜିଲା ମାଆର ପଣତ । ସ୍ନେହ ମମତାର ବନ୍ଧନରେ ପଡ଼ିଲା ରକ୍ତର ଛିଟା । ଯେଉଁ ଗର୍ଭରେ ଧରି ପୁଅକୁ ଜନ୍ମ ଦେଇଥିଲା ସେଇ ପୁଅ ଆଜି ଛୁରିରେ ମାଆର ଗର୍ଭକୁ ଚିରିଦେଇଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ନିକଟ ଚାନ୍ଦପୁର ଗାଁରେ । କୌଣସି କାରଣରୁ ମାଆକୁ ହତ୍ୟା କରିଛି ନିଜ କୋଳରେ ବଢ଼େଇ ମଣିଷ କରିଥିବା ମାଆ । ଯେଉଁ ପୁଅ ବଡ଼ ହୋଇ ବୁଢ଼ି ମାଆର ସାହାର ପାଲଟି ଥାନ୍ତା ସେ ଆଜି ବଇରି ପାଲଟିଲା ।

ଜିବନର ଅପରାହ୍ନରେ ପୁଅ ପାଇଁ ବୋଝ ପାଲଟିଥିବା ମାଆକୁ ପୁଅ ପହଞ୍ଚାଇଛି ଆରପାରିରେ । ହତ୍ୟାକରୀ ପୁଅ ନାମ ହେଇଛି ନିତ୍ୟାନନ୍ଦ ଦାସ । ନିତ୍ୟାନନ୍ଦ ତାଙ୍କ ମାଆ କଲ୍ୟାଣି ଦାସ ଙ୍କୁ ଛୁରୀ ଭୂଷି ହତ୍ୟା କରିଛି । ଏହି ଘଟଣା ପାଇଁ ରଘୁନାଥପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାନା ସ୍ଥଳରେ ପୋଲିସ ପହଁଚି ବାରୁ ହତ୍ୟାକାରୀ ନିତ୍ୟାନନ୍ଦ ହାତରେ ଧରିଥିବା ଛୁରୀକୁ ଧରି ଘରର ଛାତ ଉପରକୁ ଚାଲିଯାଇଥିଲା । ଦୀର୍ଘ ସମୟପରେ ଅଗ୍ନିସେବା ବିଭାଗ ପହଞ୍ଚି ପୋଲିସକୁ ସହଯୋଗ କରିବାରୁ ପୋଲିସ ତାକୁ କାବୁ କରିନେଇଥିଲେ । ଛୁରୀ ସହ ଅଭିଯୁକ୍ତ ନିତ୍ୟାନନ୍ଦକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ମାଆ ଏବଂ ପୁଅଙ୍କ ମଧ୍ୟରେ କିଛି ସମୟରେ କଳହ ଲାଗିଥାଏ । ତେବେ ଗତକାଲି ରାତିରେ ମଧ୍ୟ ମାଆ ଏବଂ ପୁଅଙ୍କ ମଧ୍ୟରେ ଏମିକିଛି କଳହ ଲାଗିଥଇପାରେ ବୋଲି ସନ୍ଦେହ କରାଯାଉଛି । ଯାହାପରେ ମାଆକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ।

Leave a Reply