ଜୋତା ପିନ୍ଧି ପାଦରେ ହେଉଥିବା କଷ୍ଟକୁ କେମିତି କରିବେ ଲାଘବ, ଜାଣନ୍ତୁ

ପ୍ରତିଦିନ ଅଫିସ ହେଉ କିମ୍ୱା ବାହାରକୁ ବୁଲିବାକୁ ଯିବା ବେଳେ ଅନେକ ଜୋତା ପିନ୍ଧିବାକୁ ପସନ୍ଦ କରନ୍ତି । ସ୍ୟାଣ୍ଡେଲ କିମ୍ୱା ଚପଲକୁ ଏବେ ଆଉଟ୍ ଡେଟେଡ୍ ଭାବେ ବିଚାରକୁ ନିଆଗଲାଣି । ଫର୍ମାଲ ଗେଟ୍ ଅପରେ ରହୁଥିବା କର୍ପୋରେଟ କର୍ମଚାରୀମାନେ ମଧ୍ୟ ଜୋତାକୁ ପ୍ରାଥମିକତା ଦିଅନ୍ତି । ଏଣୁ ଜୋତା ଏବେ ଉଭୟ ଯୁବ ଓ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଚାହିଦାରେ ରହୁଛି ।

 

ଅନ୍ୟପକ୍ଷରେ ଜୋତା ପିନ୍ଧିବାର ସଉକ ଆମ ପାଦର ସମସ୍ୟା ମଧ୍ୟ ବଢାଉଛି । ବିଶେଷ ଭାବେ ଜୋତା ଭିତରେ ସକ୍ସକୁ ୬ରୁ୮ ଘଣ୍ଚା ପିନ୍ଧିବା ଦ୍ୱାରା ପାଦର କିଛି ଅଂଶରେ ଧଳା ଦାଗମାନ ପଡି ଯାଇଥାଏ । ଦାଗଗୁଡିକ କଷ୍ଟଦାୟକ ହୋଇଥିବା ବେଳେ ପରଦିନ ଜୋତା ପିନ୍ଧିବା ସମ୍ଭବପର ହୁଏନି । ସେହିଭଳି ପଦରେ ବିଭିନ୍ନ ସ୍ଥାନରେ ଗେଟି ପଡିଥିବାର ଦେଖିବାକୁ ମିଳେ । ହେଲେ ଯଦି ଆପଣଙ୍କ ପାଦରେ ଥିବା ଧଳ ଦାଗ ଓ ଏହାର କଷ୍ଟ ରାତିରୁ ସକାଳ ମଧ୍ୟ ଉଭେଇ ଯାଇଥିବ ତେବେ ଆପଣ କିଭଳି ଅନୁଭବ କରିବେ? ପ୍ରତିଦିନ ଏକ ଫ୍ରେସ ଷ୍ଟାଟ ମିଳିବ ଆଉ ଏକ ସଫ୍ଟ ପାଦର ଅଭିଜ୍ଞତା ଆପଣଙ୍କୁ ମିଳିବ । ଏପରି ହୋଇ ପାରିଲେ ଆପଣଙ୍କ ଦିନର ଆରମ୍ଭ ସୁଖମୟ ହେବ ନାହିଁ କି? ଆସନ୍ତୁ ଜାଣିବା ପାଦର କଷ୍ଟ ଲାଘବ କରିବା ପାଇଁ କ’ଣ କରିପାରିବେ  ।

 

ଅଫିସ୍ କିମ୍ୱା କାମରୁ ଫେରିବା ପରେ ପାଦକୁ ଭଲ ଭାବେ ଧୋଇ ନିଅନ୍ତୁ । ୨ରୁ୪ଟି କଟା ବ୍ରେଡ୍ ନିଅନ୍ତୁ । ଏଥିରେ ଭିନେଗାର ଓ ସେଓରସର ମିଶ୍ରଣକୁ ଭଲ ଭାବେ ଲଗାନ୍ତୁ । ପାଦର କଷ୍ଟ କମାଇବା ସହ କ୍ଷତ ସ୍ଥାନରେ ହୋଇଥିବା ଟିସୁ କ୍ଷୟକୁ ଭରଣା କରିବାରେ ଏହା ବେଶ ସହାୟକ ହୁଏ । ଏହି ମିଶ୍ରଣ ବଜାରରେ ସୁଲଭ ଦରରେ ଉପଲବ୍ଧ ହୁଏ । ଏହାପରେ ସ୍ରିକିଂ ଫିଲ୍ମ ଜରିଆରେ ଏହାକୁ ପାଦରେ ଗୁଡାଇ ଦିଅନ୍ତୁ । ପାଦର ଥରେ ଲାଗିବା ପରେ ଏହା ଯେପରି ଭାବେ ପାଦରୁ ଖସି ନଯାଏ ସେ ପ୍ରତି ଧ୍ୟାନ ଦିଅନ୍ତୁ । ବାନ୍ଧିଲା ବେଳେ ଏହାକୁ ଶକ୍ତ ଭାବେ ବାନ୍ଧିବାକୁ ଚେଷ୍ଟା କରନ୍ତୁ । ଏକଥା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଅତି ଶକ୍ତ ଭାବେ ବାନ୍ଧିବା ଦ୍ୱାରା ପାଦକୁ ହେଉଥିବା ରକ୍ତ ସଞ୍ଚାଳନ ପ୍ରଭାବିତ ହେବାର ସମ୍ଭାବନା ରହିଛି ।  ବାନ୍ଧି ସାରିବା ପରେ ରାତିରେ ଆରାମରେ ଶୁଅନ୍ତୁ । ସକାଳୁ ଆପଣ ଏକ ନୂଆ ଅଭିଜ୍ଞତା ନେଇ ଉଠିବେ ନିଶ୍ଚିତ । ପାଦ ହାଲକା ଲଗିବା ସହ ପାଦରେ ଥିବା ଦାଗ ଓ ସମସ୍ୟା ଉଭେଇଯାଇଥିବ, ନିଶ୍ଚିତ । ଏହାପରେ ପାଦକୁ ଧୋଇ ଆପଣ ଆରାମରେ ନିଜ କାମରେ ବାହାରି ଯାଇପାରିବେ ।

Leave a Reply