ସିରିଜ ଲୁଟର ସାତ ଦିନ ପରେ ଦୁବୁର୍ତ୍ତଙ୍କ ଟେର ପାଇନି କମିଶନରେଟ ପୋଲିସ, ଆଜି ବି ହୋଇଛି ଲୁଟ

1 min read

ଭୁବନେଶ୍ୱର: କ୍ରାଇମ କ୍ୟାପିଟାଲ ରାଜଧାନୀ । ସିରିଜ ଲୁଟର ସାତ ଦିନ ପରେ ଦୁବୁର୍ତ୍ତଙ୍କ ଟେର ପାଇନି କମିଶନରେଟ ପୋଲିସ । ଲୁଟେରାଙ୍କ ଫଟୋ ଓ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ସ୍ୱତନ୍ତ୍ରଟିମ । ଆଜି ବି ଭୁବନେଶ୍ୱରର ଜଣେ ସମ୍ବାଦିକଙ୍କ ଘରୁ ଚୋରି ଓ କୋଳଥିଆର ଜଣେ ବ୍ୟବସାୟୀଙ୍କ ଠାରୁ ସୁନାଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗତ ୨୬ ତାରିଖରେ ନୟାପଲ୍ଲୀ ଏନ-୪ରେ ମରଣାନ୍ତକ ଆକ୍ରମଣ କରି ସୁନା ଲୁଟ୍ ଘଟଣାରେ ଚିତ୍କିସିତ ଅବସ୍ଥାରେ ୭୦ ବର୍ଷୀୟ ବୃଦ୍ଧା ତୁଳସୀ ଦେଇଙ୍କ ମୃତ୍ୟୁ ହୋଇଛି ।

କରୋନା ସଂକଟରେ ମାତିଛନ୍ତି ଲୁଟେରା । ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଖଣ୍ଡଗିରି କୋଳଥିଆରେ ଦାଦାଗିରି । ରଙ୍ଗରୁଟରେ ଗାଡି ଚଲାଇ ଯୁକ୍ତିତର୍କ । ପଚାରିବାରୁ ଆକ୍ରମଣ ଓ ସୁନା ଚେନ ଲୁଟ । ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ ହୋଇଛି । ସେପଟେ ୟୁନିଟ-୩ ସମ୍ବାଦିକ ସୌଭାଗ୍ୟ ମହାନ୍ତିଙ୍କ ଘରୁ ଲୁଟ୍ । ଘରର ଆସବାବପତ୍ର ଚୋରି କରି କଳାକନା ବୁଲାଇଛନ୍ତି ଲୁଟେରା । ରାଜଧାନୀରେ କୋଭିଡ କଟକଣା ଲାଗିଥିବାବେଳେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା । ୨୬ ଜୁଲାଇରେ ୟୁନିଟ-୩ ରୁ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କୁ ବନ୍ଧୁକ ଦେଖାଇ ସୁନାଚେନ୍ ଲୁଟ୍ ହୋଇଥିଲା । ସେହି ଦିନି ସାଢେ ୯ ବେଳକୁ ନୟାପଲ୍ଲୀ ଏନ-୪ରେ ୭୦ ବର୍ଷୀୟ ବୃଦ୍ଧା ତୁଳସୀ ଦେଇଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନା ଲୁଟି ନେଇଥିଲେ ଲୁଟେରା । ଗୁରୁତର ଅବସ୍ଥାରେ ଚିତ୍କିସିତ ହେଉଥିବା ବେଳେ ଶନିବାର ବୃଦ୍ଧାଙ୍କର ମୃତ୍ୟୁ ହୋଇଛି  । ସିସିଟିଭି ଫୁଟେଜ ଓ ଦୁବୁର୍ତ୍ତଙ୍କ ଫଟୋ ଧରି ବାଡି ବୁଲାଉଛି ପୋଲିସ ।

ଭୁବନେଶ୍ୱର ପ୍ରତ୍ୟେକ ଥାନାର ପୋଲିସ କର୍ମଚାରୀ କରୋନା ପଜେଟିଭ ବାହାରିଲେଣି । ତେଣୁ ଅପରାଧୀକୁ ଧରିବା ବେଳେ ପୋଲିସ କିଭଳି ଗାଇଡ ଲାଇନ ଫଲୋ କରିବାକୁ ତାକୁ ନେଇ ନିର୍ଦ୍ଦେଶ ହୋଇଛି । ନୂଆ ଡିସିପି ଯୋଗ ଦେବା ପରେ ଅପରାଧୀଙ୍କୁ ମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କାର୍ଜକୁ ନେଇ ସ୍ବତନ୍ତ୍ର ଟିମ ଗଠନ ହୋଇଛି । ଅନେକ ଅପରାଧ ମାମଲାରେ ବିଭିନ୍ନ ଥାନାରୁ ୧୫ରି ଅଧିକ ଅପରାଧୀକୁ ଗିରଫ କରିଛି ପୋଲିସ । ୩ଟି ବନ୍ଧୁକ ଓ ଗୁଳି ଜବତ ମଧ୍ୟ ହୋଇଛି । ଗତ ୬ ମାସରେ ଲୁଟ, ଛିନତାଇ ସାଙ୍ଗକୁ ଅପରାଧ ବଢିଥିବା ପୂର୍ବତନ ପୋଲିସ ଡିଜି କହିଛନ୍ତି  । ଅପରାଧୀ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ପେଶାଲ ଟିମ ଚଢାଉ ଜାରି ରଖିଛି । ଖୁବଶୀଘ୍ର ଗ୍ୟାଙ୍କୁ ଗିରଫ କରଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

Leave a Reply