ନିଶାସକ୍ତ ଅବସ୍ଥାରେ ସିରିଜ ଦୁର୍ଘଟଣା କଲେ ୨ ଯୁବକ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣା। ସିଆରପି ଓଭରବ୍ରିଜ୍‌ ଉପରେ କାରର ସିରିଜ୍ ଦୁର୍ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ୪ଟି କାରକୁ ପିଟିଲେ ୨ଯୁବକ। ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଥିଲେ। ଭୀଷଣ ଭାବେ ୪ଟି ଯାକ କାର କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଏଥିରେ କାହାରି ମୃତ୍ୟୁ ହୋଇନାହିଁ। ରାସ୍ତା ଉପରେ ଆରଟିଆଇ ଗାଡ଼ି ସାଇଜ କରୁଥିବା ସମୟରେ ହୋଇଛି ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ଗୁଡ଼ିକ ପୁରା ନଷ୍ଟ ହୋଇଯାଇଛି। ତେବେ ଦୁର୍ଘଟଣା କରିଥିବା ୨ ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଛି।

Leave a Reply