ବର୍ଷକ ମଧ୍ୟରେ ନାବାଳିକା ଦୁଷ୍କର୍ମ ମାମଲା ଶୁଣାଣି ସାରିବାକୁ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ନାବାଳିକା ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ୯୯ ପ୍ରତିଶତ ନାବାଳିକା ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ସହାୟତା ମିଳୁନଥିବା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୯୬ ପ୍ରତିଶତ କେସରେ ପୀଡ଼ିତାଙ୍କୁ ବ୍ୟକ୍ତିଗତ ସହଯୋଗ ମିଳୁନାହିଁ । ଏଥିରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ କେନ୍ଦ୍ର ଓ ସମସ୍ତ ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି । ସରକାର ନେଇଥିବା ପଦକ୍ଷେପ ବିଷୟରେ ଡିସେମ୍ବର ୧୨ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ନାବାଳିକା ଦୁଷ୍କର୍ମ ସମ୍ପର୍କିତ ୨୦ ପ୍ରତିଶତ ମାମଲାର ତଦନ୍ତ ବର୍ଷକ ମଧ୍ୟରେ ସରୁନାହିଁ । ପୋକସୋ ଆକ୍ଟ ସମ୍ବନ୍ଧିତ ସବୁ ମାମଲାର ଶୁଣାଣି ବର୍ଷେ ଭିତରେ ସାରିବା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକା ଦୁଷ୍କର୍ମ ମାମଲାର ତ୍ୱରିତ ଶୁଣାଣି ପାଇଁ ଅତିରିକ୍ତ କୋର୍ଟ ସ୍ଥାପନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଜଷ୍ଟିସ ଦୀପକ ଗୁପ୍ତାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି ।
')}

Leave a Reply