ପରୀ ହତ୍ୟାକାରୀ ନାବାଳକ ପ୍ରମାଣିତ, ଏବେ ଜେଲ୍‌ ନୁହେଁ ବାଳ ସୁଧାର ଗୃହ ଯିବ ସରୋଜ

1 min read
Saroj sethi

ନୟାଗଡ଼: ଯଦୁପୁର ପରୀ ହତ୍ୟାକାରୀ ସରୋଜକୁ ନାବାଳକ ଦର୍ଶାଇଲେ ନୟାଗଡ଼ ପୋକ୍ସୋ କୋର୍ଟ । ତାକୁ ଜୁଭେନାଇଲ କୋର୍ଟରେ ହାଜର କରିବା ପାଇଁ ଏସ୍‌ଆଇଟିକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ବୟସ ପ୍ରମାଣ ପାଇଁ, ଜନ୍ମ ପ୍ରମାଣ ପତ୍ର ଓ ସ୍କୁଲ ସାର୍ଟିଫିକେଟକୁ କୋର୍ଟରେ ଦାଖଲ କରାଯାଇଥିଲା । ଏଥିସହ ମା’ ଓ ଭଉଣୀଙ୍କ ବୟାନ ମଧ୍ୟ ନିଆଯାଇଥିଲା । ଏହାକୁ ଆଧାର କରି କୋର୍ଟ ଅଭିଯୁକ୍ତ ସରୋଜ ସେଠୀକୁ ନାବାଳକ ଦର୍ଶାଇଛନ୍ତି । ସରୋଜକୁ ଏବେ ଜେଲ୍‌ ବଦଳରେ ବାଳ ସୁଧାର ଗୃହକୁ ନିଆଯିବ ।

ଅନ୍ୟପଟେ ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ କୋର୍ଟରେ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହେବା ନେଇ କୁହାଯାଉଛି । ଏନେଇ ସୋମବାର ସରୋଜକୁ କୋର୍ଟରେ ହାଜର କରାଯାଇଥିବା ବେଳେ ମଙ୍ଗଳବାର ଶୁଣାଣି କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା ।

କେତେ ସତ କହୁଛି ସରୋଜ ସେଠୀ ? କେତେ ଶୁଣାଉଛି ମନଗଢ଼ା ଗପ ? ଏସବୁର ଟେର୍ ପାଇବାକୁ ସରୋଜର ନାର୍କୋ ଆନାଲିସିସ ଟେଷ୍ଟ କରିବାକୁ ନିଷ୍ପତି ନେଇଛି ଏସ୍‌ଆଇଟି । ଏଥିପାଇଁ ଅନୁମତି ଦେବାକୁ ନୟାଗଡ଼ ପୋକ୍ସୋ କୋର୍ଟରେ ଏସ୍‌ଆଇଟି ଆବେଦନ କରିଥିଲା । ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ପରେ ସାମ୍ନାକୁ ଆସିଥିଲା ସରୋଜର ରାକ୍ଷସ ରୂପ । ତାକୁ ଗିରଫ ପରେ ଗତ ୨୪ ତାରିଖରେ ନିଜେ କରିଥିବା ବର୍ବରକାଣ୍ଡର ସିନ୍ ରି-କ୍ରିଏଟ କରି ଦେଖାଇସାରିଛି ।

Leave a Reply